Advertisment

ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ: ଅଗଷ୍ଟ ୨୩ରେ ନବାନ୍ନ ଭକ୍ଷଣ

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଅଗଷ୍ଟ ୨୩ ତାରିଖ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ହେବ। ୨୩ ତାରିଖ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆଁ ଖାଇବେ। ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଜି ଏହି ଲଗ୍ନ ଘୋଷଣା ହୋଇଛି। ନୂଆଁଖାଇ ଲଗ୍ନ ବାହାର କରିବାକୁ ଆଜି ସମ୍ବଲପୁର […]

author-image
Abinash Pati
ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ: ଅଗଷ୍ଟ ୨୩ରେ ନବାନ୍ନ ଭକ୍ଷଣ

nua-khai

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଅଗଷ୍ଟ ୨୩ ତାରିଖ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ହେବ। ୨୩ ତାରିଖ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆଁ ଖାଇବେ।

Advertisment

ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଜି ଏହି ଲଗ୍ନ ଘୋଷଣା ହୋଇଛି। ନୂଆଁଖାଇ ଲଗ୍ନ ବାହାର କରିବାକୁ ଆଜି ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ବସିଥିଲା। କରୋନା ପାଇଁ ସମସ୍ତ ସଦସ୍ୟ ଆସିନଥିଲେ ଏବଂ ସାମାଜିକ ଦୂରତ୍ୱ ମଧ୍ୟରେ ଆଲୋଚନା କରାଯାଇ ନୂଆଁଖାଇର ଲଗ୍ନ ବାହାର କରାଯାଇଥିଲା।

Advertisment
Advertisment