/odishatv-khabar/media/post_attachments/uploadimage/library/16_9/16_9_0/unnamed_1626759234.jpg)
unnamed
ଭୁବନେଶ୍ୱର: ବଢୁଛି ତାତି। ଅସହ୍ୟ ଖରାରେ ହନ୍ତସନ୍ତ ରାଜ୍ୟବାସୀ। ଏଥିପାଇଁ ସକାଳ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଶ୍ରମିକମାନେ ଆଉ କାମ କରିପାରିବେ ନାହିଁ। ଆସନ୍ତା ଜୁନ ୧୫ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ନେଇ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର OSDMA ପକ୍ଷରୁ ହିଟ ୱେଭ୍ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ୱେବ ବେସଡ୍ ସିଷ୍ଟମ ଦ୍ୱାରା ହିଟ୍ ୱେଭ୍ ସମ୍ପର୍କିତ ସମସ୍ତ ତଥ୍ୟ ବ୍ଲକ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଥିବା SRC ସୂଚନା ଦେଇଛନ୍ତି। ପ୍ରତ୍ୟେକ ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ଏବଂ ନିରନ୍ତର ବିଦ୍ୟୁତ ସେବା ପାଇଁ ବ୍ୟବସ୍ଥା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)