Advertisment

ଅଜଣା ଗାଡ଼ି ଧକ୍କାରେ ଶ୍ରମିକ ମୃତ

ଚାନ୍ଦବାଲି(ବାସୁଦେବ ଦାସ):  ଭଦ୍ରକ ଜିଲ୍ଲା ଧାମରା ପୋର୍ଟ କମ୍ପାନୀକୁ କାମ କରିବାକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଳଭଦ୍ରପ୍ରସାଦ ଗାଁର କାର୍ତ୍ତିକ ଭୂୟାଁ। ଗତକାଲି କାର୍ତ୍ତିକ ନାଇଟ୍‌ ଡ୍ୟୁଟି ଯାଉଥିବା ବେଳେ କମ୍ପାନୀ ଗେଟ୍‌ ଠାରୁ  କିଛି ଦୂରରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ କାର୍ତ୍ତିକଙ୍କ ମୃତ୍ୟୁ ଘଟିଥିଲା। ଧାମରା ପୁଲିସ୍‌ ଆମ୍ବୁଲାନ୍ସ ଯୋଗେ ମୃତଦେହ ନେଉଥିବା ବେଳେ ବଳଭଦ୍ର ପ୍ରସାଦ ଛକରେ […]

author-image
Jyotsnamayee Pradhan
ଅଜଣା ଗାଡ଼ି ଧକ୍କାରେ ଶ୍ରମିକ ମୃତ

dead-body

ଚାନ୍ଦବାଲି(ବାସୁଦେବ ଦାସ):  ଭଦ୍ରକ ଜିଲ୍ଲା ଧାମରା ପୋର୍ଟ କମ୍ପାନୀକୁ କାମ କରିବାକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଳଭଦ୍ରପ୍ରସାଦ ଗାଁର କାର୍ତ୍ତିକ ଭୂୟାଁ।

Advertisment

ଗତକାଲି କାର୍ତ୍ତିକ ନାଇଟ୍‌ ଡ୍ୟୁଟି ଯାଉଥିବା ବେଳେ କମ୍ପାନୀ ଗେଟ୍‌ ଠାରୁ  କିଛି ଦୂରରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ କାର୍ତ୍ତିକଙ୍କ ମୃତ୍ୟୁ ଘଟିଥିଲା।

accident

ଧାମରା ପୁଲିସ୍‌ ଆମ୍ବୁଲାନ୍ସ ଯୋଗେ ମୃତଦେହ ନେଉଥିବା ବେଳେ ବଳଭଦ୍ର ପ୍ରସାଦ ଛକରେ ଆମ୍ବୁଲାନ୍ସ ଓ ମୃତଦେହକୁ ଅଟକ ରଖି କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।

Advertisment

ଚାନ୍ଦବାଲି ଏସଡିପିଓ  ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ତେବେ କମ୍ପାନୀ କର୍ତ୍ତୃପକ୍ଷ ଆସି କ୍ଷତିପୂରଣ ଦିଅନ୍ତୁ ବୋଲି ଲୋକେ ଦାବି କରୁଛନ୍ତି।

Advertisment
Advertisment