Advertisment

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ଖୋର୍ଦ୍ଧା: କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା। ଆଜି ରାଜ୍ୟରେ ୧୮ ଶହ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଗଞ୍ଜାମକୁ ଟପିଯାଇଛି ଖୋର୍ଦ୍ଧା ଜିଲ୍ଲା। ଆଜି ଗଞ୍ଜାମରୁ ୨୭୯ ପଜିଟିଭ୍ ବାହାରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୧୨୪ ପଜିଟିଭ୍ ବାହାରିଛି ଥିବା ବେଳେ ରାୟଗଡ଼ାରୁ ୧୫୨, ସୁନ୍ଦରଗଡ଼ରୁ ୧୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଆଜି ରାଜ୍ୟରେ […]

author-image
Abinash Pati
ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

coronavius

ଖୋର୍ଦ୍ଧା: କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା। ଆଜି ରାଜ୍ୟରେ ୧୮ ଶହ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଗଞ୍ଜାମକୁ ଟପିଯାଇଛି ଖୋର୍ଦ୍ଧା ଜିଲ୍ଲା। ଆଜି ଗଞ୍ଜାମରୁ ୨୭୯ ପଜିଟିଭ୍ ବାହାରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୧୨୪ ପଜିଟିଭ୍ ବାହାରିଛି ଥିବା ବେଳେ ରାୟଗଡ଼ାରୁ ୧୫୨, ସୁନ୍ଦରଗଡ଼ରୁ ୧୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Advertisment

ଅନ୍ୟପଟେ ଆଜି ରାଜ୍ୟରେ ୧୨ ଜଣଙ୍କ ମୁଣ୍ଡ ନେଇଛି କରୋନା ଭାଇରସ୍। ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ବୟସ ୫୨, ୫୦ ଓ ୬୨ ବର୍ଷ  ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ ଜୀବନ ଯାଇଛି। ମୃତକଙ୍କ ବୟସ ୭୭, ୬୬ ଓ ୭୭ ବର୍ଷ ହେବ। ସେହିପରି ଭଦ୍ରକ, ସମ୍ବଲପୁର ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଗଜପତିରୁ ମଧ୍ୟ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଆଜିର ୧୨କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୭କୁ ବୃଦ୍ଧି ପାଇଛି।

ଅନ୍ୟପଟେ ଦେଶରେ ଆଜି ଗୋଟିଏ ଦିନରେ ୮୮୬ ଜଣଙ୍କର ମୃତ୍ୟ ହୋଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି।

Advertisment
Advertisment
Advertisment