/odishatv-khabar/media/media_files/2026/01/15/us-dollar-2026-01-15-17-55-39.jpg)
US Dollar Photograph: (OTV)
ରାତାରାତି କୋଟିପତି କେନ୍ଦ୍ରାପଡ଼ା ଶ୍ରମିକ ! ବିଦେଶରୁ ଆସୁଛି ହଜାର ହଜାର ଡଲାର । ଆକାଉଣ୍ଟରେ ଜମା ହେଉଛି କୋଟି କୋଟି ଟଙ୍କା । ଏମିତି ଖବର ଆସିବା ପରେ ଆମେ ସତ କ’ଣ ଜାଣିବାକୁ ଚେଷ୍ଟା କରିଥିଲୁ ।
ଆଉ ଘଟଣା ସମ୍ପର୍କରେ ବୁଝାବୁଝି ପରେ ଆମ ହାତରେ ଲାଗିଥିଲା ଏଇ ସବୁ ଡକ୍ୟୁମେଣ୍ଟ । କିଏ ପଠାଉଛି ? କେଉଁଠୁ ଏତେ ଟଙ୍କା ଆସୁଛି ? ଏନେଇ ଭାଇରାଲ ହେଉଛି ଏକ ଅଡିଓ ।
ଭାଇରଲ ହେଉଥିବା ଅଡିଓର ଦୁଇ ଜଣ ବ୍ୟକ୍ତି କୁଆଡ଼େ ଆଳି ବ୍ଲକ ଅଞ୍ଚଳର । ଉଭୟଙ୍କ ବାର୍ତ୍ତାଳପ ଟଙ୍କାକୁ ନେଇ ଚାଲିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଶ୍ରମିକ ଏଜେଣ୍ଟ । ତେଣୁ ଅନ୍ୟ ଜଣକ ଆକାଉଣ୍ଟକୁ ଆସିଥିବା ୪୭ ଲକ୍ଷ ୪୧ ହଜାର ୭୯୦ ଟଙ୍କାକୁ ନେଇ ବିଗ୍ ଡିସକସନ୍ ହେଉଛି । ଆଉ ସେହି ଟଙ୍କାରୁ ୩୩ ପର୍ସେଣ୍ଟେଜ୍ ମାଗୁଛନ୍ତି ଏଜେଣ୍ଟ ବାବୁ ।
କୁହାଯାଉଛି କି, ଅନନ୍ତ କରଣ ନାମକ ଶ୍ରମିକ ଜଣକ ଏଜେଣ୍ଟଙ୍କ ମାଧ୍ୟମରେ ଆଫଗାନିସ୍ତାନ ଯାଇଥିଲେ ସେଠି ଗୋଟିଏ ଆମେରିକୀୟ କମ୍ପାନୀରେ କାମ କରୁଥିଲେ । ଇନସ୍ୟୁରାନସ୍ ବାବଦକୁ ଦରମାରୁ ଟଙ୍କା କଟିଛି । ତେଣୁ ସେ ସବୁ ଟଙ୍କା ବିଦେଶରୁ ଆସୁଛି । ଖାଲି ସେତିକି ନୁହେଁ, ଅନନ୍ତ ମଧ୍ୟ ଆଫଗାନିସ୍ତାନକୁ ଯାଇ ଆମେରେକୀୟ ସୈନ୍ୟଙ୍କ ସେବା କରିଛନ୍ତି।
ଏ ହେଉଛି ତା’ର କାଗଜପତ୍ର । ତେବେ ଏସବୁରେ କେତେ ସତ କେତେ ମିଛ ରହିଛି ତା’ ଜଣାପଡ଼ିନାହିଁ । ଓଟିଭି କ୍ୟାମେରା ଆଗରେ ସତ କହିଛନ୍ତି ଅନନ୍ତ । ଟଙ୍କା ଆସିବା କଥାକୁ ସ୍ବୀକାର କରିଛନ୍ତି । କହିଛନ୍ତି, ତାଙ୍କ ଆକାଉଣ୍ଟକୁ ଆସିଛି ୫୩ ହଜାର ଆମେରିକୀୟ ଡଲାର । ଭାରତୀୟ ମୁଦ୍ରାରେ ଯାହାର ଆନୁମାନିକ ମୂଲ ପ୍ରାୟ ୪୮ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ ଏମିତି ଅନେକ ଶ୍ରମିକଙ୍କ ନିକଟକୁ ବି ଆମେରିକୀୟ ଡଲାର ଆସୁଥିବା କଥା ସେ କହିଛନ୍ତି । ତେବେ ଏନେଇ ପୂରା ଘଟଣାର ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ ।
Man died falling into open drain : ସାଲିଆସାହିରେ ଅଘଟଣ, ମୁକୁଳା ଡ୍ରେନ୍ ନେଲା ଯୁବକଙ୍କ ଜୀବନ

Power Projection: ଇରାନ ଅଭିମୁଖେ ଯାଉଛି ଆମେରିକୀୟ ଯୁଦ୍ଧଜାହାଜ, ଏକାକୀ ମୁକାବିଲା କରିପାରିବ ସମଗ୍ର ସେନାର

Nipah virus : ପଶ୍ଚିମବଙ୍ଗରେ ଚିହ୍ନଟ ହେଲେ ‘ନିପା ଭୂତାଣୁ’ ଆକ୍ରାନ୍ତ, ଓଡିଶାରେ ବଢିଲା ଛନକା

Childless Couple Protests : ଛୁଆକୁ ଫେରାଇବାକୁ ଦାବି କରି, ଜିଲ୍ଲାପାଳଙ୍କ ଅଫିସରେ ଦମ୍ପତ୍ତିଙ୍କ ଜୀବନ ହାରିବାକୁ ଉଦ୍ୟମ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)