/odishatv-khabar/media/post_attachments/uploadimage/library/16_9/16_9_0/manoj-dash_1626068786.jpg)
manoj dash
ଭୁବନେଶ୍ୱର: କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦। ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ଫେବ୍ରୁଆରୀ ୮ ତାରିଖରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ ହେବାକୁ ଥିବା ଏହି ମହୋତ୍ସବରେ ପଦ୍ମଭୂଷଣ ମନୋଜ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ପ୍ରଦାନ କରିବେ । ଏଥିସହିତ ସୀତାକାନ୍ତ ମହାପାତ୍ର, ପ୍ରତିଭା ରାୟ , ପୁରୁଷୋତ୍ତମ ଅଗ୍ରୱାଲ, ସ୍ମିତା ବେଲୁର, ରମାକାନ୍ତ ରଥଙ୍କ ପରି ସୁନାମଧାନ୍ୟ ପ୍ରତିଭା ଏହି ମହୋତ୍ସବରେ ବକ୍ତା ଭାବରେ ଯୋଗ ଦେବେ। ଏଥି ସହିତ ଦାସକାଠିଆ, ପାଲାଗାୟକ ପରି ପାରମ୍ପରିକ ନୃତ୍ୟ ମଧ୍ୟ ପରିବେଷଣ କରାଯିବ ।
ଚଳିତ ବର୍ଷ ଠାରୁ ଅଲୌକିକ କଳିଙ୍ଗ ମହୋତ୍ସବରେ ଏକ ଲକ୍ଷ ଟଙ୍କା ବିଶିଷ୍ଟ ଦୁଇଟି ପୁରସ୍କାର ପ୍ରଦାନ କରାଯାଉଛି। ଅଲୌକିକ କଳିଙ୍ଗ ସାହିତ୍ୟ ସମ୍ମାନ (ଓଡିଆ) ଯାହା କେବଳ ଓଡ଼ିଆ ଭାଷାରେ କାଳଜୟୀ ସୃଷ୍ଟି ପାଇଁ ପ୍ରଦାନ କରାଯିବ । ସେହିପରି ଅଲୌକିକ କଳିଙ୍ଗ ସାହିତ୍ୟ ସମ୍ମାନ (ଭାରତୀୟ ଓ ବିଶ୍ଵ ଭାଷା) ସେହି ସ୍ରଷ୍ଟାଙ୍କୁ ପ୍ରଦାନ କରାଯିବ ଯିଏ ଓଡ଼ିଆ ଭିନ୍ନ ଅନ୍ୟାନ୍ୟ ଭରତୀୟା ଭାଷା କିମ୍ବା ବିଦେଶୀ ଭାଷାରେ ଅନନ୍ୟ ସାହିତ୍ୟ କୃତି ରଚନା କରିଥିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)