Advertisment

Compassion with Care: ମାନବିକ ମୂଲ୍ୟବୋଧ ସହ ଉନ୍ନତ ଚିକିତ୍ସା ସେବା ଯୋଗାଉଛି କଳିଙ୍ଗ ହସ୍ପିଟାଲ୍ : ଜଗଦାନନ୍ଦ

କଳିଙ୍ଗ ହସ୍ପିଟାଲ ରୋଗୀକେନ୍ଦ୍ରିକ ଭାବନା ଓ ମାନବିକ ମୂଲ୍ୟବୋଧ ସହିତ ଉନ୍ନତ ଚିକିତ୍ସା ସେବା ପ୍ରଦାନ କରୁଛି।  ଏହା ରାଜ୍ୟର ସ୍ୱାସ୍ଥ୍ୟ ଢାଞ୍ଚାକୁ ମଧ୍ୟ ଶକ୍ତିଶାଳୀ କରୁଛି।

author-image
Otv Khabar Bureau
Kalinga Hospital

Kalinga Hospital Photograph: (OTV)

କଳିଙ୍ଗ ହସ୍ପିଟାଲର ପ୍ରତିଷ୍ଠା ଦିବସ ଆଡ଼ମ୍ବରପୂର୍ଣ୍ଣ ଭାବେ ଭୁବନେଶ୍ୱରରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ CYSDର ସହ-ପ୍ରତିଷ୍ଠାତା ଜଗଦାନନ୍ଦ ଯୋଗଦେଇ ତାଙ୍କ ଉଦବୋଧନରେ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କେବଳ ଚିକିତ୍ସା ଦେବାରେ ସୀମିତ ନୁହେଁ, ବରଂ ଏହା ସମାଜ ପ୍ରତି ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ।

Advertisment

ସେ କହିଥିଲେ ଯେ କଳିଙ୍ଗ ହସ୍ପିଟାଲ ରୋଗୀକେନ୍ଦ୍ରିକ ଭାବନା ଓ ମାନବିକ ମୂଲ୍ୟବୋଧ ସହିତ ଉନ୍ନତ ଚିକିତ୍ସା ସେବା ପ୍ରଦାନ କରୁଛି।  ଏହା ରାଜ୍ୟର ସ୍ୱାସ୍ଥ୍ୟ ଢାଞ୍ଚାକୁ ମଧ୍ୟ ଶକ୍ତିଶାଳୀ କରୁଛି। ସେ ଗ୍ରାମାଞ୍ଚଳ ଓ ଅବହେଳିତ ବର୍ଗ ପାଇଁ ଆହୁରି ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଆହ୍ବାନ ଜଣାଇଥିଲେ। କଳିଙ୍ଗ ହସ୍ପିଟାଲର ସେବା ମନୋବୃତ୍ତି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରୟାସର ପ୍ରଶଂସା କରିଥିଲେ। 

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ  ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ ସନ୍ଧ୍ୟାକୁ ପଦ୍ମଶ୍ରୀ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି ଓ କଣ୍ଠଶିଳ୍ପୀ ନାଜିଆ ଆଲମଙ୍କ ସଙ୍ଗୀତ ଆହୁରି ଆକର୍ଷଣୀୟ କରିଥିଲା। ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ମଧ୍ୟ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ। 

Advertisment

ଗୁଣାତ୍ମକ ଓ ସତ୍ୟନିଷ୍ଠ ସ୍ୱାସ୍ଥ୍ୟସେବା ପ୍ରଦାନରେ ପ୍ରତିବଦ୍ଧ

କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡ଼. ଶିତିକଣ୍ଠ ଦାଶ କହିଥିଲେ ଯେ ପ୍ରତିଷ୍ଠା ଦିବସ ଆମ ପାଇଁ ଏକ ଗୌରବମୟ ଅବସର। ଆମେ ଆରମ୍ଭ ଦିନରୁ ହିଁ ଗୁଣାତ୍ମକ ଓ ସତ୍ୟନିଷ୍ଠ ସ୍ୱାସ୍ଥ୍ୟସେବା ପ୍ରଦାନରେ ପ୍ରତିବଦ୍ଧ ରହିଛୁ। ସମାଜର ପ୍ରତ୍ୟେକ ଶ୍ରେଣୀକୁ ସହଜ ଓ ଆଧୁନିକ ଚିକିତ୍ସା ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ। ଆଗାମୀ ଦିନରେ ଆମେ ଅଧିକ ବିଶେଷଜ୍ଞ ସେବା, ଆଧୁନିକ ଯନ୍ତ୍ରପାତି ଓ ମାନବିକ ମୂଲ୍ୟବୋଧର ସମନ୍ୱୟରେ ଆମେ ସେବାକୁ ବିସ୍ତାର କରିବୁ ବୋଲି ସେ କହିଥିଲେ ।  

ଏହି ଅବସରରେ ସିଇଓ  ଡା. ଏସ୍. ସନ୍ତୋଷ କୁମାର ଦୋରା କହିଥିଲେ ଯେ ଆମର ସଫଳତା ଡାକ୍ତର, ନର୍ସ ଓ ସମସ୍ତ କର୍ମଚାରୀଙ୍କ ସାମୂହିକ ପ୍ରୟାସର ଫଳ। ରୋଗୀକେନ୍ଦ୍ରିକ ସେବା, ପ୍ରଯୁକ୍ତିର ସଠିକ୍ ବ୍ୟବହାର ଓ ସମାଜଧର୍ମୀ ପ୍ରୟାସ ମାଧ୍ୟମରେ ଆମେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିବଦ୍ଧ। ଆମ ଲକ୍ଷ୍ୟ କେବଳ ଚିକିତ୍ସା ନୁହେଁ, ବରଂ ସ୍ୱାସ୍ଥ୍ୟ ସଚେତନତା ଓ ପ୍ରତିରୋଧମୂଳକ ସେବାକୁ ବି ଗୁରୁତ୍ୱ ଦେବା । 
ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି, ଡାକ୍ତର, ନର୍ସ, କର୍ମଚାରୀ ଓ ଶୁଭଚିନ୍ତକମାନେ ଯୋଗ ଦେଇଥିଲେ। 

Health Care Kalinga Hospital
Advertisment
Related Articles
Advertisment