Advertisment

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏସ୍. ମୂରଲୀଧର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଏସ୍. ମୂରଲୀଧର। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିବା ଜଷ୍ଟିସ୍ ମୂରଲୀଧରଙ୍କୁ କିଛି ଦିନ ତଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁୁକ୍ତି ମିଳିଥିଲା । ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଆଜି ୯ଟା ୩୦ ସମୟରେ ଶପଥ ନେଇଛନ୍ତି […]

author-image
Minati Mishra
ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏସ୍. ମୂରଲୀଧର

court

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଏସ୍. ମୂରଲୀଧର। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିବା ଜଷ୍ଟିସ୍ ମୂରଲୀଧରଙ୍କୁ କିଛି ଦିନ ତଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁୁକ୍ତି ମିଳିଥିଲା ।

Advertisment

ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଆଜି ୯ଟା ୩୦ ସମୟରେ ଶପଥ ନେଇଛନ୍ତି ଜଷ୍ଟିସ ଏସ. ମୁରଲୀଧର । ଶପଥ ଗ୍ରହଣ ଉତ୍ସବରେ ଆଇନମନ୍ତ୍ରୀ, ବିରୋଧୀ ଦଳ ନେତା, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ।

କରୋନା କଟକଣା ଭିତରେ ଆଜି ଏକ ସ୍ୱତନ୍ତ୍ର ଶପଥ ଗ୍ରହଣ ଉତ୍ସବ ରାଜଭବନରେ ଅୟୋଜିତ କରାଯାଇଥିଲା। ଏହି ଉତ୍ସବକୁ ଗଣମାଧ୍ୟମକୁ ମଧ୍ୟ ଅନୁମତି ଦିଆଯାଇ ନ ଥିଲା।

Advertisment

ଏହି ଉତ୍ସବରେ ଆଇନମନ୍ତ୍ରୀ ପ୍ରତାପ ଜେନା, ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଅଭୟ, ଗୃହ ସଚିବ  ଏବଂ ହାଇକୋର୍ଟର ଅନ୍ୟାନ୍ୟ ବିଚାରପତି ପ୍ରମୁଖ ଯାଗ ଦେଇଥିଲେ।

୧୯୬୧ ମସିହା, ଅଗଷ୍ଟ ୮ ତାରିଖରେ  ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ୍‌ ମୂରଲୀଧର‌। ବିଏସସି, ଏଲଏଲବି, ପିଏଚ୍‌ଡି କରିବା ପରେ  ୧୯୮୪ ସେପ୍ଟମ୍ବର ୧୨ ତାରିଖ ଚେନ୍ନାଇ ସିଭିଲ କୋର୍ଟରେ ଆଡ୍‌ଭୋକେଟ ଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ। ସେ  ପଞ୍ଜାବ-ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ପରେ ୨୦୦୬ରେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।  ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବ ଯୋଗ ଦେଲେ। ପଞ୍ଜାବ-ହରିଆଣା ଓ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ଡ. ଜଷ୍ଟିସ୍‌ ଏସ୍‌.ମୂରଲିଧର ବିଶେଷ କରି ସାମ୍ବିଧାନିକ, ନିର୍ବାଚନ, କ୍ରାଇମ ଏବଂ ମାନବ ଅଧିକାର କ୍ଷେତ୍ରରେ ଦଖଲ ରହିଛି। ଏହା ବ୍ୟତୀତ ସେ କାଉସେଲ ଫର ଇଲେକ୍ସନ କମିଶନ ଅଫ ଇଣ୍ଡିଆ, ଜାତୀୟ ମାନବାଧିକାର କମିଶନ, ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଏବଂ ୟୁନିଭର୍ସିଟି ଗ୍ରାଣ୍ଟ କମିଶନରେ କାମ କରିଛନ୍ତି। ଏଥିସହିତ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟ ଲିଗାଲ ସର୍ଭିସ କମିଟିର ସଭ୍ୟ ଥିଲେ।

ଜଷ୍ଟିସ ଏସ୍‌ ମୂରଲୀଧର ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ ଭାବେ ୨୦୦୬ ମେ ୨୯ରେ  ଯୋଗ ଦେଇଥିଲେ ଏବଂ ସ୍ଥାୟୀ ଜଜ ଭାବେ ୨୦୦୭ ଅଗଷ୍ଟ ୯ରେ ଯୋଗ ଦେଇଥିଲେ।

ପରେ ମାର୍ଚ୍ଚ ୬ ୨୦୨୦ରେ ସେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟକୁ ବଦଳି ହୋଇ ଆସିଥିଲେ।

Advertisment
Advertisment