Advertisment

ଝରାଫୁଲ ମୃତ୍ୟୁ ରହସ୍ୟରୁ ପରଦା ହଟାଇଲେ ଯାଜପୁର ଏସ୍‌ପି, ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରୁ ପରଦା ହଟିଛି। ଝରାଫୁଲଙ୍କ ମୃତ୍ୟୁ ଅପମୃତ୍ୟୁ  ନୁହେଁ, ବରଂ ଏହା ଏକ ହତ୍ୟାକାଣ୍ଡ । ଝରାଫୁଲକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଯାଜପୁର ଏସପି ରାହୁଲ ପିଆର । ଯାଜପୁର ଏସ୍‌ପି ରାହୁଲ ପିଆର ଏ ସମ୍ପର୍କିତ ତଥ୍ୟ ଦେଇ କହିଛନ୍ତି, ଭୁବନେଶ୍ଵର ରମାଦେବୀ କଲେଜ ଛାତ୍ରୀ ଝରଫୁଲକୁ ହତ୍ୟା କରାଯାଇଛି। ଗତକାଲି ଏହି ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ […]

author-image
Minati Mishra
ଝରାଫୁଲ ମୃତ୍ୟୁ ରହସ୍ୟରୁ ପରଦା ହଟାଇଲେ ଯାଜପୁର ଏସ୍‌ପି, ଦେଲେ ଚାଞ୍ଚଲ୍ୟକର ତଥ୍ୟ

jhrarphula

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରୁ ପରଦା ହଟିଛି। ଝରାଫୁଲଙ୍କ ମୃତ୍ୟୁ ଅପମୃତ୍ୟୁ  ନୁହେଁ, ବରଂ ଏହା ଏକ ହତ୍ୟାକାଣ୍ଡ । ଝରାଫୁଲକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଯାଜପୁର ଏସପି ରାହୁଲ ପିଆର ।

Advertisment

ଯାଜପୁର ଏସ୍‌ପି ରାହୁଲ ପିଆର ଏ ସମ୍ପର୍କିତ ତଥ୍ୟ ଦେଇ କହିଛନ୍ତି, ଭୁବନେଶ୍ଵର ରମାଦେବୀ କଲେଜ ଛାତ୍ରୀ ଝରଫୁଲକୁ ହତ୍ୟା କରାଯାଇଛି। ଗତକାଲି ଏହି ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଅମରେଶ ରାଉତ। ଅମରେଶ ହୋଟେଲ ବୁକ କାର୍ଯ୍ୟରେ ସହଯୋଗ କରିବା ସହିତ ରୁମରେ କିଛି ସମୟ ବିତାଇଥିଲା।

ତେବେ ହତ୍ୟାକାଣ୍ଡ ପରଠାରୁ ଅମରେଶ ଫେରାର ଥିଲା। ପରେ ଯାଜପୁର ପୋଲିସ ଅମରେଶକୁ ଫଲୋ କରି ତାକୁ ଗିରଫ କରିଛି। ପୋଲିସ ବର୍ତ୍ତମାନ ଘଟଣାର ତଥ୍ୟ ଓ ପ୍ରମାଣ ଯୋଗାଡ କରୁଛି। ଫୋରେନ୍‌ସିକ ଲ୍ୟାବ୍‌ରୁ ଡକ୍ୟୁମେଣ୍ଟ ସଂଗ୍ରହ କରୁଛି ବୋଲି ଏସ୍‌ପି କହିଛନ୍ତି।

Advertisment

ଗତ ଜାନୁଆରୀ ୨୭ ତାରିଖ ସକାଳେ କୂଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ କରି ଝରାଫୁଲର ପ୍ରେମିକ ରାକେଶ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଝରାଫୁଲ ଶବକୁ ଭୁବନେଶ୍ୱରର ଏକ ହୋଟେଲରୁ ସ୍କୁଟି ଯୋଗେ ବୋହି ନେବାରେ ସହଯୋଗ କରିଥିବା ଶକ୍ତିଶେଖର ସ୍ୱାଇଁ ଆଜି ଯାଏଁ ଫେରାର ରହିଛି। ଶକ୍ତି ଶେଖରକୁ ଗିରଫ ପାଇଁ ପୋଲିସ ପକ୍ଷରୁ ଚଡାଉ ଜାରି ରହିଛି ।

ସୂଚନାଥାଉ କି, ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ମୃତଦେହ ଜାନୁଆରୀ ୨୭ରେ ଯାଜପୁର ଜିଲ୍ଲା କୁଆଖିଆ ନିକଟ ମୂଳାପାଳରୁ ମିଳିଥିଲା। ପାଖରେ ଥିବା ଗୋଟିଏ ଇଟା ଭାଟିରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି କୁଆଖିଆ ପୋଲିସ୍‌ ତଦନ୍ତ କରିଥିଲା। ଏହାପରେ ଝରାଫୁଲଙ୍କ ବାପା ରାକେଶ ନାମକ ଯୁବକର ସଂପୃକ୍ତି ନେଇ ଇସାରା କରିଥିଲେ। ଏହାପରେ ପୋଲିସ ସେହି ଦିଗରେ ତଦନ୍ତ କରିଥିଲା।

ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଝରାଫୁଲର ପୁରୁଷ ବନ୍ଧୁ ଥିଲା ରାକେଶ । ଏହା ଭିତରେ ଫେରାର ଥିବା ରାକେଶ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା। ପରେ ଯାଜପୁର ପୋଲିସ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ତିନି ଦିନିଆ ରିମାଣ୍ଡରେ ଯାଇଥିବା ଝରାଫୁଲଙ୍କ ବୟଫ୍ରେଣ୍ଡ୍ ତଥା ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁ ଫେବୃଆରୀ ୫ରେ ଜେଲ୍‌କୁ ଫେରିଥିଲେ।

ଫେବୃଆରୀ ୪ରେ ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ପୋଲିସ୍ ରାକେଶଙ୍କର ସ୍କୁଟର ଜବତ କରିଥିଲା। ଝରାଫୁଲ ମୃତ୍ୟୁ ଦିନ ରାକେଶ ଯେଉଁ ପୋଷାକ ପିନ୍ଧିଥିଲା ତାହାକୁ ମଧ୍ୟ ପୋଲିସ ଜବତ କରିଥିଲା। ଏଥିସହିତ ପୋଲିସ ରାକେଶର ମୋବାଇଲକୁ ମଧ୍ୟ ଜବତ କରିଥିଲା ।

RD University Girl Death Case
Advertisment
Advertisment