/odishatv-khabar/media/post_attachments/uploadimage/library/16_9/16_9_0/jalaka_1625414043.jpg)
jalaka
ବାଲେଶ୍ୱର: ବିପଦ ସଂକେତ ଟପିଛି ଜଳକା ନଦୀ। ଲଘୁଚାପ ଜନିତ ଲଗାଣ ବର୍ଷାରୁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ବସ୍ତା ଅଂଚଳ ଦେଇ ଜଳକା ନଦୀ ପ୍ରବାହିତ ହୋଇଥିବାବେଳେ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ଲାଗି ରହିଛି। ଫଳରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି।
ମଥାନୀ ଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଂକେତ ୫.୫ ମିଟର ଥିବାବେଳେ ୫.୭୦ ମିଟରରେ ଜଳ ପ୍ରବାହିତ ହେଉଛି। ଯଦି ଏଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍ର ୧୦ ଟି ପଞ୍ଚାୟତ ଓ ସଦର ବ୍ଳକ୍ର 2ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି।
ଅନ୍ୟପଟେ କେବଳ ବାଲେଶ୍ୱର ଜଳକା ନଦୀରେ ଏବେ ବନ୍ୟା ସ୍ଥିତି ଅଛି। ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ। ଏନେଇ ସୂଚନା ଦେଇଛନ୍ତି ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ । ଜଳକା ବ୍ୟତୀତ ଅନ୍ୟ ସବୁ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ହୀରାକୁଦ ଡ୍ୟାମର ୧୨ଟି ଗେଟ୍ ଖୋଲା ଅଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ବର୍ଷା ହୋଇନି। ଆଗକୁ ଆସୁଥିବା ଲଘୁଚାପ ନେଇ ମଧ୍ୟ ବିଭାଗ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଆଗକୁ ଆସୁଥିବା ଲଘୁଚାପ ନେଇ ମଧ୍ୟ ବିଭାଗ ପ୍ରସ୍ତୁତ ରହିଛି। ରାଜ୍ୟରେ ଏବେ ୪୮ଟି ନଦୀ ବନ୍ଧ ଦୁର୍ବଳ ରହିଛି। ଏନେଇ ପଦକ୍ଷେପ ନିଆଯାଉଥିବା ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)