Advertisment

ରହସ୍ୟ ବଢାଉଛି ଝରାଫୁଲ ମୃତ୍ୟୁ: କାହା ପାଇଁ ଯାଚିଥିଲା ୧୦୮ ନଡ଼ିଆ?

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା ରେ କରଞ୍ଜିଆ-ବୃନ୍ଦେଇପୋଷି ଗାଁରେ ଯାଜପୁର ପୋଲିସ ପହଞ୍ଚିଛି। ଯାଜପୁର SDPO ଚିନ୍ମୟ ନାୟକ ଏବଂ କୁଆଖିଆ ପୋଲିସର ଏକ ଟିମ ବୃନ୍ଦେଇପୋଷି ଗାଁରେ ପହଞ୍ଚି ଝରାଫୁଲ ମୃତ୍ୟୁର ବିଭିନ୍ନ ଦିଗକୁ ନେଇ ଗାଁ ଲୋକଙ୍କୁ ପଚରା ଉଚରା କରିଛନ୍ତି। ଘଟଣା ଦିନ ଏବଂ ଘଟଣା ପୂର୍ବରୁ ଘର ଲୋକଙ୍କ ସହିତ କଣ କଥା ହୋଇଥିଲେ ଝରାଫୁଲ ସେ ନେଇ ବାପା ମାଙ୍କୁ ଯାଜପୁର ପୋଲିସ ପ୍ରଶ୍ନ କରିଛି। ରାକେଶ […]

author-image
Chandan Shishu
ରହସ୍ୟ ବଢାଉଛି ଝରାଫୁଲ ମୃତ୍ୟୁ: କାହା ପାଇଁ ଯାଚିଥିଲା ୧୦୮ ନଡ଼ିଆ?

jharaphula

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା ରେ କରଞ୍ଜିଆ-ବୃନ୍ଦେଇପୋଷି ଗାଁରେ ଯାଜପୁର ପୋଲିସ ପହଞ୍ଚିଛି। ଯାଜପୁର SDPO ଚିନ୍ମୟ ନାୟକ ଏବଂ କୁଆଖିଆ ପୋଲିସର ଏକ ଟିମ ବୃନ୍ଦେଇପୋଷି ଗାଁରେ ପହଞ୍ଚି ଝରାଫୁଲ ମୃତ୍ୟୁର ବିଭିନ୍ନ ଦିଗକୁ ନେଇ ଗାଁ ଲୋକଙ୍କୁ ପଚରା ଉଚରା କରିଛନ୍ତି। ଘଟଣା ଦିନ ଏବଂ ଘଟଣା ପୂର୍ବରୁ ଘର ଲୋକଙ୍କ ସହିତ କଣ କଥା ହୋଇଥିଲେ ଝରାଫୁଲ ସେ ନେଇ ବାପା ମାଙ୍କୁ ଯାଜପୁର ପୋଲିସ ପ୍ରଶ୍ନ କରିଛି।

Advertisment

ରାକେଶ ସ୍ୱାଇଁ ରହିଥିବା ରାମଚନ୍ଦ୍ର ନାୟକ ଘରକୁ ମଧ୍ୟ ପୋଲିସ ଯାଇଥିଲା। ଗତ ବର୍ଷ ହୋଲି ସମୟରେ ରାକେଶ ଏହି ଘରେ କଣ ପାଇଁ ୧୦୮ ନଡ଼ିଆ ମାନସିକ କରି ପୂଜା କରିଥିଲା, ସେ ସଂପର୍କରେ ବି ପଚରା ଉଚରା ହୋଇଛି। ତେବେ ଝରାଫୁଲର ହତ୍ୟାର କାରଣ ନେଇ ରାକେଶ କିଛି ବି ମୁହଁ ଖୋଲିନଥିବା ଜଣାପଡ଼ିଛି।

ସେପଟେ ଝରାଫୁଲର ବାପା ପ୍ରଶ୍ନ କରିଛନ୍ତି, କେବେ ସେ ନ୍ୟାୟ ପାଇବେ? କାହିଁକି ପୋଲିସ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ନେଇ କିଛି କହୁନି? ଏ ସଂପର୍କରେ ଯାଜପୁର SDPO କିଛି ପ୍ରତିକ୍ରିୟା ଦେଇନାହାନ୍ତି।

Advertisment
ଗତ ୨୪ ତାରିଖ ଦିନ ଝିଅ କେତେବେଳେ ଗଲା, ତା ପରଦିନ ମା ସହିତ କଣ କଥା ହୋଇଥିଲା ଓ ପୁଅ ସହ କଣ କଥା ହୋଇଥିଲେ, ଏଇ ତଥ୍ୟ ପୋଲିସ୍ ସଂଗ୍ରହ କରିନେଇଛି। 
-ରମାକାନ୍ତ ନାୟକ, ଝରାଫୁଲଙ୍କ ବାପା
ରାକେଶ ନାଁରେ ଯେଉଁ ପିଲାଟି ଏଇ ଘରେ ଥିଲା, ସେଇ ବିଷୟରେ ପୋଲିସ୍ ପଚାରିଥିଲା। ମୋର ମାନସିକ ପୂରଣ ହେଲେ ମୁଁ ୧୦୮ ନଡ଼ିଆ ଦେବି ମୁଁ ଜଣଙ୍କୁ ମାରିଦେଇ ପଳାଇଆସିଛି ଓ ବର୍ତ୍ତମାନ ଫେରାର ଅଛି ବୋଲି ସେ ଏଇ କଥା ମୋତେ କହୁଥିଲା। ମୁଁ ଏକଥା ପୋଲିସ୍‌କୁ ବି କହିଛି।
-ସୁଷମା ନାୟକ, ବୃନ୍ଦେଇ ଗାଁ ବାସିନ୍ଦା 

ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ନାହିିଁ ? ଯଦି ହତ୍ୟା କରାଯାଇଛି ତା‘ହେଲେ କିପରି ହତ୍ୟା କରାଯାଇଛି, ସେସବୁର ପ୍ରମାଣ ମିଳିପାରେ ବୋଲି ଆଶା କରାଯାଉଛି। ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ମୃତଦେହ ଜାନୁଆରୀ ୨୭ରେ ଯାଜପୁର ଜିଲ୍ଲା କୁଆଖିଆ ନିକଟ ମୂଳାପାଳରୁ ମିଳିଥିଲା। ପାଖରେ ଥିବା ଗୋଟିଏ ଇଟା ଭାଟିରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି କୁଆଖିଆ ପୋଲିସ୍‌ ତଦନ୍ତ କରିଥିଲା। ଏହାପରେ ଝରାଫୁଲଙ୍କ ବାପା ରାକେଶ ନାମକ ଯୁବକର ସଂପୃକ୍ତି ନେଇ ଇସାରା କରିଥିଲେ। ଏହାପରେ ପୋଲିସ ସେହି ଦିଗରେ ତଦନ୍ତ କରିଥିଲା।

RD University Girl Death Case
Advertisment
Advertisment