Advertisment

'ଥରେ ରଥଯାତ୍ରା ବନ୍ଦ ହେଲେ ୧୨ ବର୍ଷ ଯାଏ ଆଉ ହେବନି'

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ ଆୟୋଜନ କରାଯାଉ।  ରଥଯାତ୍ରା ବନ୍ଦ ହେଲେ ଏହା ରାଜ୍ୟ ସରକାରଙ୍କ ପାଇଁ କଳଙ୍କିତ ଇତିହାସ ହେବ ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ଥରେ ରଥଯାତ୍ରା ବନ୍ଦ ହେଲେ, ଆଉ ୧୨ ବର୍ଷ ହୋଇପାରିବନି ବୋଲି ସେ ମତ ଦେଇଛନ୍ତି। ଏହାଛଡ଼ା ସେ କହିଛନ୍ତି ୫୦ ପ୍ରତିଶତ ସେବାୟତରେ ଯାତ୍ରା ଆୟୋଜନ ହେଉ। ଯାହାର ସେବା ନାହିଁ ସେହି ସେବାୟତମାନେ […]

author-image
Abinash Pati
'ଥରେ ରଥଯାତ୍ରା ବନ୍ଦ ହେଲେ ୧୨ ବର୍ଷ ଯାଏ ଆଉ ହେବନି'

jaguni

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ ଆୟୋଜନ କରାଯାଉ।  ରଥଯାତ୍ରା ବନ୍ଦ ହେଲେ ଏହା ରାଜ୍ୟ ସରକାରଙ୍କ ପାଇଁ କଳଙ୍କିତ ଇତିହାସ ହେବ ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।

Advertisment

publive-image

ଥରେ ରଥଯାତ୍ରା ବନ୍ଦ ହେଲେ, ଆଉ ୧୨ ବର୍ଷ ହୋଇପାରିବନି ବୋଲି ସେ ମତ ଦେଇଛନ୍ତି। ଏହାଛଡ଼ା ସେ କହିଛନ୍ତି ୫୦ ପ୍ରତିଶତ ସେବାୟତରେ ଯାତ୍ରା ଆୟୋଜନ ହେଉ। ଯାହାର ସେବା ନାହିଁ ସେହି ସେବାୟତମାନେ ଘରେ ରୁହନ୍ତୁ। ଏମିତିକି ଭକ୍ତମାନେ ରଥ ପାଖକୁ ନଆସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିବାକୁ ସେ ଅନୁରୋଧ କରିଛନ୍ତି।

Advertisment
Advertisment