• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟର ଆଇପିଏସ୍ ସ୍ତରରେ ଅଦଳବଦଳ । ଏନେଇ ବୁଧବାର ସନ୍ଧ୍ୟାରେ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ଭାବେ ୨୦୦୨ ବ୍ୟାଚ୍‌ର ନରସିଂହ ଭୋଳଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର ।

ସେହିଭଳି ୨୦୦୩ ବ୍ୟାଚ୍‌ର ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ନିଯୁକ୍ତ କରାଯାଇଥିବା ବେଳେ ୨୦୦୪ ବ୍ୟାଚ୍ ଆଇପିଏସ୍ ଦୀପକ କୁମାରକୁ ଉତ୍ତରାଞ୍ଚଳ ଡିଆଇଜି ବେ ଦାୟିତ୍ୱ ଦିଆଯାଇଛି । ସେପଟେ ଦେବଗଡ଼ ଏସ୍‌ପି ଭାବେ ବରିଷ୍ଠ ଓପିଏସ୍ ରାଜ କିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଥିବା ବେଳେ କଟକ ରେଲେୱେ ଏସ୍‌ପି ଭାବେ ଡି.ପି ତ୍ରିପାଠୀଙ୍କୁ ନିଯୁକ୍ତ କରିଛନ୍ତି ସରକାର ।

ତେବେ ରାଜ୍ୟ ସରକାର ଅଚାନକ ପୂର୍ବାଂଚଳ ପୋଲିସ୍ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ବଦଳି କରିବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ଆଲୋଚନା କରାଯାଇଛି । ବାତ୍ୟା ପ୍ରଭାବିତ ଉତ୍ତର ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟ ଓ କରୋନା ମହାମାରୀ ସଂକ୍ରମଣଜନିତ ପ୍ରୋଟୋକଲ୍ ମଧ୍ୟରେ ଶ୍ରୀ ପଟ୍ଟନାୟକଙ୍କୁ ପୂର୍ବାଂଚଳ ରେଞ୍ଜ ଆଇଜି ପଦରୁ ହଟାଇ ଜେଲ୍ ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଥିବାରୁ ପାୱାର କରିଡରରେ ଏହାକୁ ନେଇ ବିଶେଷ ଚର୍ଚ୍ଚା ।

Ips-reshuffle-in-odisha-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories