/odishatv-khabar/media/media_files/2026/02/05/mohan-majhi-2026-02-05-17-36-54.jpg)
Mohan Majhi Photograph: (OTV)
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଓଡ଼ିଶା ପାଇଁ ନୂଆ ସୁଯୋଗ ଆଣିଦେଇଛି । ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ ପୋଷାକ ସବୁଠି ପହଞ୍ଚିବ। ଆମେରିକାର ଶୁଳ୍କ କୋହଳ କାରଣରୁ ଏଣିକି ରପ୍ତାନୀ ସହଜ ହେବ। ଯାହା ଆମ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ ।
ବିଶ୍ବ ବଜାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏବେ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବ ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁଳ୍କ ହ୍ରାସ ଯୋଗୁ ଓଡ଼ିଶା ନିର୍ମିତ ବସ୍ତ୍ର ଏବଂ ପୋଷାକର ରପ୍ତାନୀ ବୃଦ୍ଧି ପାଇବ । ସମ୍ବଲପୁରୀ ଓ ଅନ୍ୟାନ୍ୟ ହସ୍ତତନ୍ତର ଆମେରିକୀୟ ବଜାର ପ୍ରବେଶ ସହଜ ହେବ ।
ବୁଣାକାର ଓ ହସ୍ତତନ୍ତ ଶିଳ୍ପୀ ଉପକୃତ ହେବେ
ଓଡ଼ିଶାର ହସ୍ତତନ୍ତ, ଆଧୁନିକ ରେଡିମେଡ ପୋଷାକ ସବୁଠି ପହଞ୍ଚିବ: ମୁଖ୍ୟମନ୍ତ୍ରୀ
'ଆମେରିକାର ଶୁଳ୍କ କୋହଳ କାରଣରୁ ଏଣିକି ରପ୍ତାନୀ ସହଜ ହେବ'
'ଆମ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ'
ଶୁଳ୍କ ହ୍ରାସ ଯୋଗୁ ଓଡ଼ିଶା ନିର୍ମିତ ବସ୍ତ୍ର ଏବଂ ପୋଷାକ ରପ୍ତାନୀ ବୃଦ୍ଧି ପାଇବ
ସମ୍ବଲପୁରୀ ଓ ଅନ୍ୟାନ୍ୟ ହସ୍ତତନ୍ତର ଆମେରିକୀୟ ବଜାର ପ୍ରବେଶ ସହଜ ହେବ
ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)