/odishatv-khabar/media/post_attachments/uploadimage/library/16_9/16_9_0/cyber-fraud_1625233636.jpg)
cyber fraud
ଭୁବନେଶ୍ୱର: KYC ଅପଡେଟ୍ କରିବା ବାହାନାରେ ଲୁଟି ନେଲେ ୬୦ ହଜାର ଟଙ୍କା । ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଶିକ୍ଷୟିତ୍ରୀ । ଫୋନ୍ ଓ ବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇ ଯାଇଥିବା କହି ସାଇବର ଠକ, ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ଯୋଶୀଙ୍କୁ ଫୋନ୍ କରିଥିଲା । ପ୍ରଥମେ କଥା ଛଳରେ ତାଙ୍କ ବିଶ୍ୱାସ ଜିତି ନିଜ ଫୋନ୍ ଓ ତାଙ୍କ ବାପାଙ୍କ ଫୋନ୍ରେ କିଛି ଆପ୍ ଡାଉନଲୋଡ୍ କରିବାକୁ କହିଥିଲା ।
ଏହାପରେ ଠକ ଜଣକ ନିଜ ନମ୍ବରକୁ ୧୦ ଟଙ୍କା ରିଚାର୍ଜ କରିବାକୁ କହିଥିଲେ । ଡାଉନ୍ଲୋଡ ହୋଇଥିବା ଆପ୍ ଜରିଆରେ ସେ ପ୍ରୀୟଦର୍ଶନୀଙ୍କ ଫୋନ୍କୁ ଆସେସ୍ କରି ଅନଲାଇନ୍ରେ ଲୁଟି ନେଇଛନ୍ତି ୬୦ ହଜାର ଟଙ୍କା । ପ୍ରଥମେ ପ୍ରାୟ ୫ ହଜାର ଟଙ୍କା ଦୁଇ ଥର ଓ ପରେ ୨୫ ହଜାର ଭାବେ ଦୁଇ ଥର ।
/odishatv-khabar/media/post_attachments/wp-content/uploads/2021/07/vlcsnap-error944.png)
ଏପରି ୪ଟି କିସ୍ତିରେ ଲୁଟେରା ପ୍ରୀୟଦର୍ଶନୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିଛି । ଏନେଇ କମିଶନରେଟ୍ ପୋଲିସର ସାଇବର ସେଲ୍ରେ ସେ ମାମଲା ଦାଏର କରିଛନ୍ତି । ଗତ ୨୮ ତାରିଖରୁ ଅଭିଯୋଗ ହୋଇଥିବା ସତ୍ତ୍ୱେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ସେ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)