/odishatv-khabar/media/media_files/2026/02/12/teacher-2026-02-12-21-26-44.jpg)
Teacher Photograph: (OTV)
ନା ଥିଲା ପିଲାଙ୍କ ଇଚ୍ଛା, ନା ଥିଲା ବାପା-ମାଙ୍କର ପ୍ରୟାସ। ସ୍କୁଲ ଯିବା, ପାଠ ପଢିବ ସେମାନଙ୍କ ପାଇଁ କୌଣସି ଅଭିଶାପଠାରୁ କମ ନ ଥିଲା। ହେଲେ ବଦଳିଛି ସମୟ, ଦିନେ ସ୍କୁଲ ଆସିବାକୁ ଚାହୁଁ ନ ଥିବା ପିଲା ଆଜି ପାଠ ପଢିବାରେ ମସଗୁଲ୍।
ବାଲେଶ୍ୱର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳଗିରି ବ୍ଲକ କେସିପୁର ପଞ୍ଚାୟତ। କେସିପୁର ପଞ୍ଚାୟତରେ ରହିଛି ଗବପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସ୍କୁଲ ଅଛି, ଶିକ୍ଷକ ବି ଅଛନ୍ତି। ହେଲେ ପିଲା ଆସନ୍ତି ନାହିଁ। କାରଣ, ଆଦିବାସୀ ଇଲାକାରେ ବାପା-ମା କାମକୁ ଗଲେ ପିଲା ଜଗୁଥିଲେ ଘର। କାରଣ ଅଭାବୀ ପରିବାରରେ ପେଟକୁ ମୁଠାଏ ଦାନା ହିଁ ଦେଇଥାଏ ସବୁ ଖୁସି। ତେଣୁ ପାଠ ପଢ଼ାଇବା ପାଇଁ ପିଲାମାନଙ୍କୁ ସେମାନେ କିପରି ବା ପ୍ରୋତ୍ସାହିତ କରିଥାନ୍ତେ।
କିନ୍ତୁ 2015 ମସିହାରେ ଅଜ୍ଞାନତାର ଏଇ ଅନ୍ଧାରୀ ମୂଲକରେ ଜ୍ଞାନର ଆଲୋକ ସାଜି ଆସିଥିଲେ ସଞ୍ଜୟ ସାର୍। ଆଉ ତାପରେ ବଦଳି ଯାଇଛି ଚିତ୍ର। ଯେଉଁଠି 50 ପ୍ରତିଶତ ପିଲା ଆସୁନଥିଲେ ସ୍କୁଲ, ଏବେ ସେଠି 90ରୁ 95 ପ୍ରତିଶତ ଉପସ୍ଥାନ। ପଞ୍ଚାୟତରେ ସବୁ ପିଲା ସ୍କୁଲ ଯାଉଛନ୍ତି, ପାଠ ପଢୁଛନ୍ତି ।
ସ୍କୁଲକୁ ସୁଅ ଛୁଟିଛି ପିଲାଙ୍କର
2015 ମସିହାରେ ସହକାରୀ ଶିକ୍ଷକ ଭାବରେ ଗବପାଳ ସ୍କୁଲ ରେ ଯୋଗଦାନ କରିଥିଲେ ସଞ୍ଜୟ ସାର୍। ଏହାପରେ ସ୍କୁଲର ସ୍ଥିତି ଦେଖି ପ୍ରଥମେ ଘରକୁ ଘର ଯାଇ ପିଲାଙ୍କୁ ଓ ଅଭିଭାବକଙ୍କୁ ବୁଝାଇଥିଲେ। ପାଠ ପଢ଼ିବା ଦ୍ୱାରା ଜୀବନରେ କିଭଳି ସଫଳତା ମିଳେ, ତାକୁ ସ୍ୱପ୍ନ ଆକାରରେ ଅଭିଭାବକଙ୍କ ଆଖିରେ ସଜାଇ ଦେଇଥିଲେ। ଏହା ପରଠାରୁ ସ୍କୁଲକୁ ସୁଅ ଛୁଟିଛି ପିଲାଙ୍କର।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ସ୍କୁଲ ନୁହେଁ ସ୍କୁଲ ସମୟ ପରେ ବି ପିଲାଙ୍କ ପାଇଁ ସମୟ ଦେଇଥାନ୍ତି ସାର୍। ସ୍କୁଲ ସରିଲା ପରେ ଗଛ ମୂଳରେ ଗାଁ ଦାଣ୍ଡରେ ପିଲାଙ୍କୁ ଦେଇଥାନ୍ତି ବିଭିନ୍ନ ପ୍ରକାର ସାଧାରଣ ଜ୍ଞାନର ଶିକ୍ଷା। କେବଳ ସେତିକି ନୁହେଁ ଯଦି କେହି ସ୍କୁଲ ନ ଆସୁଛି ତା ଘର ବି ପହଞ୍ଚି ବୁଝାଇ ସ୍କୁଲକୁ ଧରି ଆଣିବାକୁ ପ୍ରୟାସ ଜାରି ରଖିଥାନ୍ତି।
Theatre Politics Heats Up:କୋଣାର୍କ ଗଣନାଟ୍ୟ ଷ୍ଟାରକାଷ୍ଟରୁ ରତି-ମିଟୁନା ବାଦ୍! ପୁଅ ଜଗାକୁ ଏଣ୍ଟ୍ରି ଦେବାକୁ ଦୈତାରୀ ପଣ୍ଡା ଷଡ଼ଯନ୍ତ୍ର କରିଥିବା ଚର୍ଚ୍ଚା

IAS Shake-Up Sparks Buzz in Power Circles:ରାଜ୍ୟ ପ୍ରଶାସନରେ କାହିଁକି ବାରମ୍ବାର IAS ଅଦଳ ବଦଳ ? ତିନି ତିନି ଥର ଟ୍ରାନ୍ସଫରକୁ ନେଇ ପାୱାର କରିଡରରେ ଚର୍ଚ୍ଚା

Robbery Motive Behind Anjali’s Murder: ଲୁଟ୍ ଉଦ୍ଦେଶ୍ୟରେ କିନ୍ନର ଅଞ୍ଜଳିଙ୍କୁ ମର୍ଡର, ହତ୍ୟାକାଣ୍ଡର ୧୧ ଦିନ ପରେ ମର୍ଡର ମିଷ୍ଟ୍ରି ଖୁଲାସା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)