Advertisment

IMD’s landfall misjudgment sparks debate: ଆଇଏମଡିର ଲ୍ୟାଣ୍ଡଫଲ୍ ପଏଣ୍ଟ ଆକଳନ ଗଡ଼ବଡ଼, କାରଣ ବତାଇଲେ ପାଣିପାଗ ବିଜ୍ଞାନୀ

ଆଇଏମଡିର ଆକଳନ ଫେଲ୍ ମାରିଗଲା କି ପ୍ରଶ୍ନକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଖଣ୍ଡନ କରିଛନ୍ତି। ସବୁ ଅନୁମାନ ଠିକ୍ ଥିଲା କିନ୍ତୁ ବାତ୍ୟା ଗତିପଥରେ ସାମାନ୍ୟ ସିଫଟିଂ ଯୋଗୁଁ...

author-image
Tapan Swain
MONTHA

MONTHA Photograph: (OTV)

ଲ୍ୟାଣ୍ଡଫଲ୍ ପଏଣ୍ଟ ବଦଳିଗଲା, ପବନ ତାଉ କମିଗଲା ଏବଂ ଓଡ଼ିଶାକୁ ବର୍ଷା ଚେତାବନୀ ମଧ୍ୟ ଫୁସକିଗଲା। ସିଭିୟର ସାଇକ୍ଲୋନ୍ ମୋନ୍ଥାର ଏଭଳି ସ୍ଥିତିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଆଇଏମଡିର ଆକଳନ ଫେଲ୍ ମାରିଗଲା କି ବୋଲି ଉଠିଥିବା ପ୍ରଶ୍ନକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କିନ୍ତୁ ଖଣ୍ଡନ କରିଛନ୍ତି। କହିଛନ୍ତି ସବୁ ଅନୁମାନ ଠିକ୍ ଥିଲା କିନ୍ତୁ ବାତ୍ୟା ଗତିପଥରେ ସାମାନ୍ୟ ସିଫଟିଂ ଯୋଗୁଁ ଲ୍ୟାଣ୍ଡଫଲ୍ ସ୍ଥାନ ବଦଳିଗଲା। ଏଣେ ଅନ୍ୟତମ ପାଣିପାଗ ବିଜ୍ଞାନୀ କହିଛନ୍ତି- ମୋନ୍ଥା ସମୁଦ୍ର ଭିତରୁ ହିଁ ଦୁର୍ବଳ ହୋଇଗଲା। ତେବେ ଆନ୍ଧ୍ରରେ କେତେ କୋପ ଦେଖାଇଛି ବାତ୍ୟା, ଗ୍ରାଉଣ୍ଡରୁ ଆସିବାରେ ଲାଗିଛି ଚିତ୍ର।...

Advertisment

ଓଡ଼ିଶା ସିନା ବର୍ତ୍ତିଗଲା, ହେଲେ ପଡ଼ିଶା ହୋଇଛି ଘାଇଲା । ସାଇକ୍ଲୋନ୍ ମୋନ୍ଥା ମାଡ଼ରେ ଆନ୍ଧ୍ରକୁ ହୋଇଛି କେତେ କ୍ଷତି ? 
ସୂଚନା ଅନୁସାରେ- ମଛଲିପଟନମ୍, କାକିନାଡ଼ା, ବିଜୟୱାଡ଼ା, ନେଲୋର୍, ରାଜମହେନ୍ଦ୍ରୀ, ପ୍ରକାଶମ୍ ଓ କ୍ରିଷ୍ଣା ଜିଲ୍ଲାକୁ ଅଧିକ ଘାଣ୍ଟିଛି ଭୀଷଣ ବାତ୍ୟା।
ଆଉ ସକାଳ ପାହିବା ପରଠୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚିତ୍ର। ଆଜି ବି ବହୁ ସ୍ଥାନରେ ବର୍ଷା ଛେଚୁଛି। ଇଏ ବିଜୟୱାଡ଼ା ସହର, ପ୍ରବଳ ବର୍ଷା ପରେ ମୁଖ୍ୟରାସ୍ତା ଜଳବନ୍ଦୀ। ଗତକାଲି ମଝି ରାତିର ପ୍ରବଳ ପବନ ମାଡ଼ରେ ଧରାଶାୟୀ ହୋଇଛି ବଡ଼ ବଡ଼ ବିଦ୍ୟୁତ୍ ଖୁଣ୍ଟ।

ଆମଲାପୁରମ୍ ରେ ବିଦ୍ୟୁତ୍ ସରୋବରାହ ବିଛିନ୍ନ ରହିଥିବାବେଳେ ସେଠି ପୁନରୁଦ୍ଧାର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ବହୁ ସ୍ଥାନରେ ରାସ୍ତା ଧୋଇ ଯାଇଛି, ଫଳରେ ଗମନାଗମନରେ ବାଧା ଉପୁଜିଛି। ଏକର ଏକର ଜମିରେ କଦଳୀ ସହ ଅନ୍ୟ ଅର୍ଥକାରୀ ଫସଲକୁ ମୋଡ଼ି ମକଚି ଦେଇଛି ବାତ୍ୟା। ଗତକାଲି ସନ୍ଧ୍ୟା ୭ଟା ପରେ ପୂର୍ବ ଆକଳନ ମୁତାବକ କାକିନାଡ଼ା ପରିବର୍ତ୍ତେ ନର୍ସାପୁରମ୍ ପାଖରେ ସ୍ଥଳଭାଗ ଅତିକ୍ରମ କରିଥିଲା ମୋନ୍ଥା, ତେବେ ଏଥିରେ କାହାରି ଜୀବନହାନୀ ହୋଇନି ଓ ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଆନ୍ଧ୍ର ସ୍ବାସ୍ଥ୍ୟ ମନ୍ତ୍ରୀ।...
ତେବେ ଏଠି ପ୍ରଶ୍ନ- ମୋନ୍ଥା ସମୁଦ୍ର ଭିତରେ ଏତେ ଗର୍ଜୁଥିଲା, ହେଲେ ଲ୍ୟାଣ୍ଡଫଲ୍ ବେଳକୁ କାହିଁକି ପାୱାରଲେସ୍ ହୋଇଗଲା ? ଆଇଏମଡିର ଲ୍ୟାଣ୍ଡଫଲ୍ ସ୍ଥଳ ଆକଳନ ବି କାହିଁକି ଫେଲ୍ ମାରିଲା ? ଓଡ଼ିଶାକୁ ଦିଆଯାଇଥିବା ବଡ଼ ବର୍ଷା ଚେତାବନୀ ବି କେମିତି ଫୁସକି ଗଲା ? ଏସବୁ ମାଳ ମାଳ ପ୍ରଶ୍ନ ଭିତରେ- ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି-ଆଇଏମଡିର ଆକଳନ ସମ୍ପୂର୍ଣ ଠିକ୍ ହୋଇଛି। ଯେହେତୁ ବାତ୍ୟା ଗତିପଥରେ ସାମାନ୍ୟ ସିଫଟିଂ ହେଲା ତେଣୁ ଲ୍ୟାଣ୍ଡଫଲ୍ ସ୍ଥାନ ବଦଳିଲା। କିନ୍ତୁ ପୂର୍ବ ଅନୁମାନ ମୁତାବକ ଆନ୍ଧ୍ରର କଳିଙ୍ଗପଟନମରୁ ମଛଲିପଟମନମ୍ ମଧ୍ୟରେ ହିଁ ବାତ୍ୟା ଅତିକ୍ରମ କରିଛି।

Advertisment

ତେଣେ ଅନ୍ୟତମ ପାଣିପାଗ ବିଜ୍ଞାନୀ ବିଶ୍ବଜିତ୍ ସାହୁଙ୍କ ମତରେ-ଏହା ଏକ ସଂଗଠିତ ବାତ୍ୟା ନଥିଲା। ସମୁଦ୍ର ଭିତରେ ଲ୍ୟାଣ୍ଡଫଲ ଆଗରୁ ହିଁ ଦୁର୍ବଳ ହୋଇ ସାରିଥିଲା। କାକିନାଡ଼ାରେ ସମୁଦ୍ର ଭିତରେ ତାପମାତ୍ରା କମ୍ ରହିବାରୁ ବାତ୍ୟା ଦିଗ ବଦଳାଇଲା। ଯେଉଁ ପଶ୍ଚିମାଝଡ଼ ନିମ୍ନଚାପ ରେଖାକୁ ଦେଖି ବାତ୍ୟାର କୋପ ଅନୁମାନ ଲଗାଯାଉଥିଲା, ତାହା ବଙ୍ଗୋପ ସାଗରର ଅକ୍ଷାଂଶକୁ ଛୁଇଁନପାରିବାକୁ ଆକଳନ ଭୁଲ୍ ହୋଇଗଲା। ପୂର୍ବରୁ ତିତିଲି, ଗୁଲାବ ଓ ଆସାନି ବାତ୍ୟାର ଅବସ୍ଥା ମଧ୍ୟ ଏହିପରି ହୋଇଥିଲା।...

ଯଦିଓ ବାତ୍ୟା ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଛି, ତା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ସହ ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ବି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଦେଇଛି। ।.... 

IMD Cyclone cyclone montha
Advertisment
Related Articles
Advertisment