Advertisment

ମୁଁ ନିର୍ଦ୍ଦୋଷ, ମତେ ଫସାଯାଉଛି-ସରୋଜ ସେଠୀ

ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାକୁ ନେଇ ପୁଣି ଆସିଲା ନୂଆ ଟ୍ୱିଷ୍ଟ। ପୂରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ। କୋର୍ଟରେ ହାଜର ହୋଇ ବାହାରିବା ପରେ କହିଲେ, ମତେ ଫସାଇ ଦିଆଯାଉଛି। କେବଳ ଏତିକି ନୁହେଁ ବରଂ ଏସଆଇଟି ତାଙ୍କୁ ମାଡ ମାରିଥିବା ନେଇ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ସରୋଜ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କିଛି କରିନାହିଁ। ମତେ ମାଡ ମରାଯାଇଛି ଓ ଫସା ଯାଉଥିବା କଥା ବାରମ୍ବାର କହିଛନ୍ତି ସରୋଜ।

author-image
Sarbeswar
ମୁଁ ନିର୍ଦ୍ଦୋଷ, ମତେ ଫସାଯାଉଛି-ସରୋଜ ସେଠୀ

Soroj sethi

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାକୁ ନେଇ ପୁଣି ଆସିଲା ନୂଆ ଟ୍ୱିଷ୍ଟ। ପୂରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ। କୋର୍ଟରେ ହାଜର ହୋଇ ବାହାରିବା ପରେ କହିଲେ, ମତେ ଫସାଇ ଦିଆଯାଉଛି। କେବଳ ଏତିକି ନୁହେଁ ବରଂ ଏସଆଇଟି ତାଙ୍କୁ ମାଡ ମାରିଥିବା ନେଇ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ସରୋଜ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କିଛି କରିନାହିଁ। ମତେ ମାଡ ମରାଯାଇଛି ଓ ଫସା ଯାଉଥିବା କଥା ବାରମ୍ବାର କହିଛନ୍ତି ସରୋଜ। 

Advertisment

ତେବେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲାରେ ଉଠିଛି ବଡ଼ ପ୍ରଶ୍ନ। ନାବାଳିକା ଫ୍ରକ୍‌ରୁ ମିଳିଥିବା ସିମେନ୍ କାହାର ? ଏ ପ୍ରଶ୍ନ ଏଇଥିପାଇଁ ଉଠିଛି ଯେ ଫୋରେନ୍ସିକ୍ ଯାଞ୍ଚରୁ  ଜବତ ଫ୍ରକ୍‌ରେ ହ୍ୟୁମାନ୍ ସିମେନ୍‌ର ଦାଗ ଥିବା ତ ସ୍ପଷ୍ଟ ହୋଇଛି, କିନ୍ତୁ ଏହା ଏଭଳି ନଷ୍ଟ ହୋଇଯାଇଛି ଯେ ଏହାର ଗ୍ରୁପ୍ ଚିହ୍ନଟ ହୋଇପାରୁନି। ତେଣୁ ସିମେନ ଅଭିଯୁକ୍ତ ସରୋଜର ନା କାହାର ସେ ନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଛି।

Advertisment

ପରୀ ନିଖୋଜର ୧୦ ଦିନ ପରେ ପରୀର ଘର ପଛପଟୁ ଏକ ଅଖା ଭିତରେ କିଛି ହାଡ଼, ଏକ ଫ୍ରକ୍ ଏବଂ  ଗୋଟିଏ ଜିଆଇ ତାର ଜବତ ହୋଇଥିଲା। ଏହାକୁ ଦୀର୍ଘ ଦିନ ପକାଇ ରଖିବା ପରେ କୋର୍ଟରେ ଦିଆଯାଇଥିଲା। ଏହାପରେ ସ୍ଥାନୀୟ ପୋଲିସ ଏସବୁକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଥିଲା।

ଆଉ ଭୁବନେଶ୍ୱର ଫରେନ୍ସିକ୍ ଲାବ୍ରୋଟାରୀରେ ପରୀକ୍ଷଣ ପରେ ଗତ ୧୪ ତାରିଖରେ ରିପୋର୍ଟ ଆସିଥିଲା। ତେବେ ଜବତ ଫ୍ରକ୍‌ରେ ଲାଗିଥିବା ସିମେନ୍ ଗ୍ରୁପ୍ ଚିହ୍ନଟ ଅବସ୍ଥାରେ ନାହିଁ। ସେହିପରି ଜବତ ହୋଇଥିବା ଝୋଟ ଅଖାରେ ମଧ୍ୟ ସିମେନ୍ କିମ୍ବା ବ୍ଲଡ୍ ଷ୍ଟେନ୍ ଚିହ୍ନଟ ହୋଇପାରି ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ତେଣୁ ଏଭଳି ସ୍ଥିତିରେ ଏସ୍‌ଆଇଟିର ଦାବି ଅନୁଯାୟୀ ଏ ସିମେନ୍ ଯେ ଅଭିଯୁକ୍ତ ସରୋଜ ସେଠୀର ତାହା କିଭଳି ପ୍ରମାଣିତ ହେବ ତାହା ହିଁ ବଡ଼ ଚ୍ୟାଲେଞ୍ଜ ହୋଇ ଏବେ ଠିଆ ହୋଇଛି।

ସେପଟେ ନାବାଳିକା ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଥିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ନାବାଳିକା ମାମଲାର ତଦନ୍ତଭାର ସିବିଆଇକୁ ଦେଇଦେବା ଉଚିତ୍ ବୋଲି ଢେଙ୍କାନାଳରେ ଚାଷୀ ସମାବେଶରେ ଯୋଗ ଦେଇ କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନାବାଳିକା ହତ୍ୟା ଘଟଣାର ତଦନ୍ତକୁ ନେଇ ବହୁ ସଂଶୟ ପ୍ରକାଶ ପାଇଲାଣି। ନ୍ୟାୟ ପାଇବା ପାଇଁ ନାବାଳିକାର ବାପା, ମାଙ୍କୁ ଆତ୍ମାହୁତି ଉଦ୍ୟମ କରିବାକୁ ପଡ଼ିଲା। ତେଣୁ ଭଲ ହେବ, ରାଜ୍ୟ ସରକାର ଏହାର ତଦନ୍ତ ଏକ ନିଷ୍ପକ୍ଷ କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ଭାର ଦିଅନ୍ତୁ। ନାବାଳିକାର ମାଆ ବାପାଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଦେବା ଉଚିତ ହେବ ବୋଲି ଧର୍ମେନ୍ଦ୍ର ଦାବି କହିଛନ୍ତି।

ଅନ୍ୟପଟେ ଏସ୍‌ଆଇଟିର ତଦନ୍ତ ଉପରେ ଭରସା କରିପାରୁ ନାହାନ୍ତି ମୃତ ନାବାଳିକାର ବାପା,ମା। ଯେହେତୁ ଏସ୍‌ଆଇଟି ଟିମ୍‌ ଏଯାଏଁ କୌଣସି ଗୋଟିଏ ବି ପ୍ରମାଣକୁ ନାବାଳିକା ପରିବାର ଲୋକଙ୍କୁ ଦେଖାଉନି କି ସେମାନଙ୍କ ସନ୍ଦେହ ଘେରରେ ଥିବା ଲୋକଙ୍କୁ ଧରୁନି, ତେଣୁ ଏସଆଇଟି ଉପରୁ ଭରସା ତୁଟାଇ ସିବିଆଇ ତଦନ୍ତ ଦାବିରେ ଅଟଳ ଅଛନ୍ତି ନାବାଳିକାର ବାପା-ମାଆ।

ସରୋଜ ଦୋଷୀ ବୋଲି ପ୍ରମାଣ ସ୍ୱରୂପ ସରୋଜ ଘରୁ ଜବତ କରିଥିବା ରକ୍ତ ଭିଜା ଗାମୁଛା ଓ ସିମେନ୍ସ ଦାଗ ଥିବା ଫ୍ରକ୍ ଜବତ କିମ୍ବା ଗାଁ ପରିତ୍ୟକ୍ତ ପୋଖରୀରୁ ଖୋଜି ପାଇଥିବା ନାବାଳିକାର ଲେଗିନ୍ସ,ଏସବୁରୁ ଗୋଟିଏକୁ ବି ବିଶ୍ୱାସକୁ ନେଉ ନାହାନ୍ତି ନାବାଳିକାର ପରିବାର ବାପା-ମା।

Pari Murder Case Nayagarh Pari Case
Advertisment
Advertisment