Advertisment

'ଅଗଷ୍ଟରେ ରାଜ୍ୟରେ କରୋନା ସ୍ଥିିତି ଶୀର୍ଷକୁ ଯାଇ ସ୍ଥିର ହେବ'

ଭୁବନେଶ୍ୱର: ଅଗଷ୍ଟରେ କରୋନା ସ୍ଥିତି ଦ୍ରୁତ ଗତିରେ ମାଡ଼ି ପୁଣି ସ୍ଥିର ହେବ। କିନ୍ତୁ ଏହି ଭାଇରସ ଭିନ୍ନ ପ୍ରକାର ହେଉଥିବାରୁ ର୍ନିଦ୍ଧିଷ୍ଟ ଆକଳନ ଲଗାଇ ହେଉନି। କିନ୍ତୁ ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ଆଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେହିଭଳି ରାଜ୍ୟରେ ଘଟୁଥିବା କରୋନା ଜନିତ ମୃତ୍ୟ ସଂଖ୍ୟାକୁ ନେଇ ସେ କହିଛନ୍ତି ଯେ ଅନ୍ୟ କିଛି ଜଟିଳ ରୋଗ ଥିବା କାରଣରୁ ଅଧିକ ମୃତ୍ୟୁ […]

author-image
Abinash Pati
'ଅଗଷ୍ଟରେ ରାଜ୍ୟରେ କରୋନା ସ୍ଥିିତି ଶୀର୍ଷକୁ ଯାଇ ସ୍ଥିର ହେବ'

ils

ଭୁବନେଶ୍ୱର: ଅଗଷ୍ଟରେ କରୋନା ସ୍ଥିତି ଦ୍ରୁତ ଗତିରେ ମାଡ଼ି ପୁଣି ସ୍ଥିର ହେବ। କିନ୍ତୁ ଏହି ଭାଇରସ ଭିନ୍ନ ପ୍ରକାର ହେଉଥିବାରୁ ର୍ନିଦ୍ଧିଷ୍ଟ ଆକଳନ ଲଗାଇ ହେଉନି। କିନ୍ତୁ ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ଆଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା।

Advertisment

ସେହିଭଳି ରାଜ୍ୟରେ ଘଟୁଥିବା କରୋନା ଜନିତ ମୃତ୍ୟ ସଂଖ୍ୟାକୁ ନେଇ ସେ କହିଛନ୍ତି ଯେ ଅନ୍ୟ କିଛି ଜଟିଳ ରୋଗ ଥିବା କାରଣରୁ ଅଧିକ ମୃତ୍ୟୁ ହେଉଛି। ଏପର୍ଯ୍ୟନ୍ତ ଘରେ କାହାରି ମୃତ୍ୟୁ ଘଟିନି। କେବଳ ଯେଉଁ ବ୍ୟକ୍ତି ମେଡିକାଲ୍‌କୁ ଆସୁଛନ୍ତି, ସେମାନଙ୍କର ମୃତ୍ୟୁ ଘଟୁଛି ବୋଲି ଆଲ୍‌ଏସ୍‌ ନିର୍ଦ୍ଦେଶକ କହିଛନ୍ତି। ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଟେଷ୍ଟ କରାଗଲେ, ଏହାକୁ ରୋକା ଯାଇପାରିବା। ତା ଛଡ଼ା ଅନ୍ୟ କେଉଁ କାରଣରୁ ମୃତ୍ୟୁ ହେଉଛି, ତାହା ଉପରେ ବିଶ୍ଳେଷଣ କରାଯିବା ଅବଶ୍ୟକ ବୋଲି ସେ କହିଛନ୍ତି।

ସେହିଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଅଜୟ କହିଛନ୍ତି, ଅଧିକ ଟେଷ୍ଟ ହେଉଥିବାରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଗଂଜାମରେ ଅଧିକ ସଂଖ୍ୟାରେ ଚିହ୍ନଟ କରାଯାଇ ଆଇସୋଲେଟ କରାଯାଇଥିବାରୁ ସଂଖ୍ୟା କମୁଛି। କିନ୍ତୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଅଧିକ ଲୋକ ବାହାରୁ ଆସୁଥିବାରୁ ଏଠାରେ ନୂଆ ରଣନୀତି ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ।

Advertisment

ଅନ୍ୟପଟେ ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆ ୧, ୩୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୮ ଜିଲ୍ଲାରୁ ୧,୩୮୪ ପଜିଟିଭ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୮୯ ଜଣ ଥିବାବେଳେ ଲୋକାଲ କେସ୍‌ ୪୯୫ ରହିଛି।

Advertisment
Advertisment