Advertisment

Bulldozer Smashes Illicit Liquor : ବୁଲିଲା ବୁଲଡୋଜର, ମାଟିରେ ମିଶଲା ମଦ ମାଫିଆଙ୍କ ସିକ୍ରେଟ୍‌ ଚାମ୍ବର

ମାଟିରେ ମିଶିଲା ବେଆଇନ ଦେଶୀ ମଦ ଭାଟି। ଚାଲିଲା ବୁଲଡୋଜର, ଭାଙ୍ଗିଲା ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର। ସାଲିଆସାହିରେ ପୁଣି ଅବକାରୀ ବିଭାଗର ଆକ୍ସନ। ଭଙ୍ଗା ଚାଲିଛି ମଦ ମାଫିଆଙ୍କ ମଦ ସାମ୍ରାଜ୍ୟ।

author-image
Madhupriya Mistry
SALIA-SAHI-MAADA-JABAT

Bulldozer Smashes Illicit Liquor Photograph: (OTV)

ମାଟିରେ ମିଶିଲା ବେଆଇନ ଦେଶୀ ମଦ ଭାଟି। ଚାଲିଲା ବୁଲଡୋଜର, ଭାଙ୍ଗିଲା ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର। ସାଲିଆସାହିରେ ପୁଣି ଅବକାରୀ ବିଭାଗର ଆକ୍ସନ। ଭଙ୍ଗା ଚାଲିଛି ମଦ ମାଫିଆଙ୍କ ମଦ ସାମ୍ରାଜ୍ୟ। 

Advertisment

ଗତକାଲି ସାଲିଆସାହିରେ ପଞ୍ଝା ମାରିଥିଲା ଅବକାରୀ ବିଭାଗ। ଅତର୍କିତ ରେଡ୍ କରିଥିଲା ଅବକାରୀ ଟିମ୍‌। ଚଢ଼ାଉ ବେଳେ ଘଟଣାସ୍ଥଳରୁ ଏକ ବେଆଇନ ମଦ ଭାଟି ଠାବ କରାଯାଇଥିଲା। ପାଖାପାଖି ୨ ହଜାର ଲିଟର ଦେଶୀ ମଦ ନଷ୍ଟ କରାଯିବା ସହ ୧୬ ହଜାର ଲିଟର ପୋଚ ନଷ୍ଟ କରାଯାଇଥିଲା। ଆଜି BMC ଓ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ବୁଲଡୋଜର ଲଗାଇ ମଦ ମାଫିଆଙ୍କ ସାମ୍ରାଜ୍ୟକୁ ମାଟିରେ ମିଶା ଯାଉଛି।

କହିରଖୁ ଯେ, ପୂର୍ବରୁ ୨୦୨୪ ଅଗଷ୍ଟ ୨୪ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ ରେଡ୍ ବେଳେ ସାମ୍ନାକୁ ଆସିଥିଲା ଦେଶୀ ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର। ପାଖାପାଖି ୪ ଟି ଦେଶୀ ମଦଭାଟି ଉପରେ ଚଢ଼ାଉ ସହ ସେତେବେଳେ ହଜାର ହଜାର ଲିଟର ମଦ ଜବତ କରି ନଷ୍ଟ କରିଥିଲା। ମଦ ମାଫିଆଙ୍କ ଘରକୁ ଡୋଜର ଲଗାଇ ଭାଙ୍ଗିଥିଲା ପୋଲିସ। 

Advertisment

ସେହିଭଳି ୨୦୨୫ ମାର୍ଚ୍ଚ ୧୪ ତାରିଖରେ ମଧ୍ୟ ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ସେଇ ସାଲିଆସାହିରେ ରେଡରୁ ୬ଟି ଦେଶୀ ମଦ ଭାଟି ଠାବ କରାଯିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରାଯାଇଥିଲା। ଏପରିକି ବର୍ଷକ ମଧ୍ୟରେ ପାଖାପାଖି ୫ ଥର ରେଡ ପରେ ବି କେମିତି ପୁଣି କାରାବର ଚାଲିଛି ତାହା ସମସ୍ତଙ୍କୁ ତାଜୁବ କରୁଛି । ଅବକାରୀ ଅଧୀକ୍ଷକଙ୍କ କହିଛନ୍ତି, ଏଥର ଚେର ନ ଉପୁଡ଼ିବା ଯାଏଁ ଅପରେସନ୍ ହେବ ।

Advertisment
Related Articles
Advertisment