/odishatv-khabar/media/media_files/2025/09/28/chsc-2025-09-28-10-50-31.jpg)
CHSC Photograph: (OTV)
ଆଉ ଟ୍ୟୁସନ୍ ଯିବେନି ଯୁକ୍ତ ଦୁଇ ପିଲା ! CHSE କରୁଛି ନୂଆ ବ୍ୟବସ୍ଥା । AI ପଢ଼ାଇବ ପିଲାଙ୍କୁ ପାଠ, ପରୀକ୍ଷା ପାଇଁ ହେବେ ପ୍ରସ୍ତୁତି । ଯୁକ୍ତ ଦୁଇ ଶିକ୍ଷାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଲୋକାର୍ପିତ ହୋଇଛି ସିଏଚଏସଇ ଓଡ଼ିଶା exam prepare ପୋର୍ଟାଲ । ଏଣିକି ଆଉ ଛାତ୍ରଛାତ୍ରୀଙ୍କୁ ଟିଉସନ ଯିବାକୁ ପଡିବନି । ଘରେ ବସି ଏଆଇ ଟୁଲ ଜରିଆରେ ପରୀକ୍ଷା ପ୍ରସ୍ତୁତି କରିପାରିବେ ଛାତ୍ରଛାତ୍ରୀ । ଏହି ପୋର୍ଟାଲରେ ଏଆଇ ସାହାଯ୍ୟରେ ସଂପୂର୍ଣ୍ଣ ସିଲାବସ ଆଧାରିତ ପ୍ରଶ୍ନପତ୍ର ଏଥରେ ଉପଲବ୍ଧ ରହିବ ।
ଛାତ୍ରଛାତ୍ରୀ ନିଜ ଆବଶ୍ୟକୀୟ ବିଷୟ ଆଧାରିତ ଅଭ୍ୟାସ ମଡ୍ୟୁଲ, ମକ୍ ପରୀକ୍ଷା ସହ ଜେଇଇ, ନିଟ୍, କ୍ଲାଟ ଭଳି ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ । ଗ୍ରାମାଞ୍ଚଳରୁ ସହରାଞ୍ଚଳ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ସୁବିଧା ମିଳିପାରିବ । ପରବର୍ତ୍ତୀ ସମୟରେ କଲେଜରେ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରିକ୍ଷାରେ ମଧ୍ୟ ଏଆଇ ସହଭାଗିତାରେ କରିବାର ଲକ୍ଷ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ପ୍ରଥମ ପର୍ଯ୍ୟାୟରେ ସାଇନ୍ସ ଓ କର୍ମସର ସମସ୍ତ ବିଷୟ ଏବଂ ଆର୍ଟସର କେତେକ ବିଷୟକୁ ଏଥିରେ ସାମିଲ କରାଯାଇଛି । ୧୫ଦିନରୁ ଏକ ମାସ ଭିତରେ ସମସ୍ତ ବିଷୟ ଏଥିରେ ଉପଲବ୍ଧ ହେବ । ଏଆଇ ଆଧାରିତ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ନିଜର ଯୋଗ୍ୟତା ପରଖିବା ସହ ଅଧିକରୁ ଅଧିକ ଭାବରେ ନିଜ ପାଠକୁ ବୁଝିବାରେ ସାହାଯ୍ୟ କରିବ। ଅଭ୍ୟାସ ଓ ମକ୍ ଟେଷ୍ଟ ଦ୍ୱାରା ବିଭିନ୍ନ ଅଧ୍ୟାୟ ଓ ବିଷୟଭିତ୍ତିକ ଅଭ୍ୟାସ ପ୍ରଶ୍ନପତ୍ର ସହିତ ଉତ୍ତରର ଫଳାଫଳ ଟ୍ରାକିଂ ସୁବିଧା ପାଇପାରିବେ । ଏସବୁ ପାଇଁ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ ଏଆଇ ମେଣ୍ଟର।ପରିଷଦର ଏଭଳି ନିଷ୍ପତିକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ ।
ଆଗକୁ କଲେଜ ମାନଙ୍କରେ ଏକା ସାଙ୍ଗରେ ଏଆଇ ପ୍ରଶ୍ନ ଆଧାରରେ ପରୀକ୍ଷା ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛି ସିଏଚଏସଇ।
ଅଧିକ ଦେଖନ୍ତୁ:
Delhi godman: ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ବାବା ଚୈତନ୍ୟାନନ୍ଦ ଗିରଫ

Durga Puja: ଧରାପୃଷ୍ଠରେ କାହିଁକି ଆବିର୍ଭୂତା ହୋଇଥିଲେ ମାଆ ଦୁର୍ଗା, କାହିଁକି ଖଣ୍ଡା ପୂଜା କରନ୍ତି କ୍ଷତ୍ରୀୟ

Heavy Rain: ପାର୍ବଣକୁ ଫିକା କରିବ ଲଘୁଚାପଜନିତ ବର୍ଷା!

India vs Pakistan: ସୁପର ସନଡେରେ ବିଗ ଫାଇଟ୍, ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)