Advertisment

ବେଆଇନ ବନ୍ଧୁକ କାରଖାନା ଠାବ, ୪ ଗିରଫ

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ପୁଲିସ୍‌ ଠାବ କରିଛି। ପୁଲିସ୍‌ ଉକ୍ତ କାରଖାନା ଉପରେ ଚଢ଼ଉ କରି ୩ଟି ଦେଶୀ ବନ୍ଧୁକ ଓ ଗୋଟିଏ ଅର୍ଦ୍ଧ ନିର୍ମିତ ବନ୍ଧୁକ ଓ ବାରୁଦ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ରେଙ୍ଗାଲିର ଚାଉଳଢ଼ିପରେ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ରେଙ୍ଗାଲି ପୁଲିସ୍‌କୁ ସୂଚନା ମିଳିଥିଲା। ଏହାକୁ ଆଧାର କରି […]

author-image
Jyotsnamayee Pradhan
ବେଆଇନ ବନ୍ଧୁକ କାରଖାନା ଠାବ, ୪ ଗିରଫ

arrest

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ପୁଲିସ୍‌ ଠାବ କରିଛି। ପୁଲିସ୍‌ ଉକ୍ତ କାରଖାନା ଉପରେ ଚଢ଼ଉ କରି ୩ଟି ଦେଶୀ ବନ୍ଧୁକ ଓ ଗୋଟିଏ ଅର୍ଦ୍ଧ ନିର୍ମିତ ବନ୍ଧୁକ ଓ ବାରୁଦ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି।

Advertisment

ରେଙ୍ଗାଲିର ଚାଉଳଢ଼ିପରେ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ରେଙ୍ଗାଲି ପୁଲିସ୍‌କୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ପୁଲିସ୍‌ କାରଖାନାରେ ଚଢ଼ଉ କରିଥିଲା।

ପକ୍ଷୀ ଶିକାର କରିବା ପାଇଁ ବନ୍ଧୁକ ତିଆରି କରାଯାଉଥିବା ଅଭିଯୁକ୍ତମାନେ କହିଛନ୍ତି। ଏନେଇ ପୁଲିସ୍‌ ଅଧିକ ପଚରାଉଚରା କରୁଛି। ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି। ଏଠାରେ ତିଆରି ହେଉଥିବା ବନ୍ଧୁକ କେଉଁଠି ବିକ୍ରି ହେଉଥିଲା ସେ ନେଇ ତଦନ୍ତ ଚଳାଇଛି ପୁଲିସ୍‌।

Advertisment

Advertisment
Advertisment