/odishatv-khabar/media/media_files/2026/02/23/wife-eloped-with-lover-2026-02-23-17-12-33.jpg)
Wife Eloped With Lover Photograph: (OTV)
ପ୍ରେମିକ ପାଇଁ ପର ହୋଇଗଲା କି ସ୍ବାମୀ? ବାପ ଘରେ ଦୁଇ ଛୁଆଙ୍କୁ ଛାଡି କୁଆଡେ ଗଲା ସ୍ତ୍ରୀ? ନ୍ୟାୟ ଦାବିରେ ଶ୍ବଶୁର ଦୁଆରେ ଜ୍ବାଇଁ ପୁଅ।
ପ୍ରେମ ପାଇଁ ସବୁକିଛି ତ୍ୟାଗ କରିଥିଲେ। ହାତ ଧରି ସାଥୀ ହୋଇ ଚାଲିବାର ଶପଥ ନେଇଥିଲେ। ହେଲେ କିଛି ବର୍ଷ ପରେ ସେହି ପବିତ୍ର ପ୍ରେମ ସମ୍ପର୍କରେ ଲାଗିଲା ପର ପୁରୁଷର ଗ୍ରହଣ।
ପ୍ରେମିକ ପାଇଁ ନିଜ ହସଖୁସିର ସଂସାରକୁ ଜାଳିଦେଲେ ପତ୍ନୀ। ପେଟ ଫାଡ଼ି ଜନ୍ମ କରିଥିବା ଦୁଇ ଛୁଆର ମୁହଁକୁ ବି ଚାହିଁଲାନି। ପିଲାଙ୍କୁ ଅନାଥ କରିଦେଇ ପ୍ରେମିକ ସହ ଫେରାର ହୋଇଗଲା। ସେପଟେ ଦୁଇ ଛୁଆଙ୍କୁ ବାପାଙ୍କ ପାଖକୁ ଛାଡୁନାହାନ୍ତି ଶଶୁର। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ।
ଇଏ ହେଉଛି ସେହି ହତଭାଗା ସ୍ବାମୀ। ନାଁ ଶୁଭମ ବିଶ୍ବାଳ। ସେ କିଛି ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ପୁରୀରେ ଅଟୋ ରିକ୍ସା ଚଳାଇ ପରିବାର ପୋଷୁ ଥିଲେ ଶୁଭମ। ଏଥିପାଇଁ ଅଧିକାଂଶ ଘରେ ରହୁନଥିଲେ। ତାଙ୍କ ଅନୁପସ୍ଥିତିରେ ସୁଯୋଗ ନେଇଥିଲେ ସ୍ତ୍ରୀ। ସ୍ବାମୀ ଥାଉ ଥାଉ ସୋର ଥାନା କ୍ଷୀରକୁଣୀ ଗାଁର ସଂଗ୍ରାମ ବେହେରାଙ୍କ ସହ ତାଙ୍କର ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପରେ ଶ୍ବଶୁର ଘରେ ଦୁଇ ପୁଅଙ୍କୁ ଛାଡି ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇ ଥିବା ସ୍ଵାମୀ ଅଭିଯୋଗ କରିଛନ୍ତି। ଦୁଇ ଛୁଆଙ୍କୁ ଫେରାଇ ଦେବା ପାଇଁ ଶଶୁର ଦୁଆରେ ମୁଣ୍ଡ ପିଟୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶୁଭମଙ୍କ ଶ୍ବଶୁର।
ଗୋଟିଏ ପଟେ ସ୍ୱାମୀଙ୍କ ଆଖିରେ ଆଖିଏ ଲୁହ, ଅନ୍ୟପଟେ ଶଶୁର ଘରର ଅସହଯୋଗ। ଦୀର୍ଘ ୮ ମାସ ହେଲା ଶୁଭମ ନ୍ୟାୟ ପାଇଁ ଚାନ୍ଦବାଲି ଥାନା ଓ ଶଶୁର ଘର ମଧ୍ୟରେ ଘୂରି ବୁଲୁଛନ୍ତି। ପତ୍ନୀଙ୍କ ପତ୍ତା ମିଳୁନଥିବା ବେଳେ ଶଶୁର ଘର ଲୋକେ ତାଙ୍କୁ ଦୁର୍ବ୍ୟବହାର କରି ଫେରାଇ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, କୁଆଡ଼େ ଗଲେ ଶୁଭମଙ୍କ ସ୍ତ୍ରୀ? ସ୍ବାମୀଙ୍କ ଅଭିଯୋଗ ସତ ନା ମିଛ। ପୋଲିସ ଏହି ମାମଲାରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହା ଦେଖିବାକୁ ବାକି ରହିଲା।
Tejas Faces Turbulence: ଆଉ ଏକ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ସପ୍ତାହ ପରେ ଆସିଲା ଖବର

326-Day Hunt Concludes: ୭ ଜୈଶ ଆତଙ୍କବାଦୀ ନିପାତ, ୩୨୬ ଦିନ ଧରି ଚାଲିଥିଲା ଅପରେସନ୍

Security Forces Neutralize Jaish Commander: ଜାମ୍ମୁ ଓ କାଶ୍ମୀରର କିସ୍ତୱାରରେ ଜୈଶ୍ ଆତଙ୍କୀ ସୈଫୁଲ୍ଲା ସଫା, ୩ ଆତଙ୍କୀଙ୍କୁ ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

IRS Officer Accused Of Assault: ଭୁବନେଶ୍ୱରରେ IRS ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ମାମଲା, ତଦନ୍ତ କରିବେ ଅତିରିକ୍ତ DCP

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)