Advertisment

Security Forces Neutralize Jaish Commander: ଜାମ୍ମୁ ଓ କାଶ୍ମୀରର କିସ୍ତୱାରରେ ଜୈଶ୍ ଆତଙ୍କୀ ସୈଫୁଲ୍ଲା ସଫା, ୩ ଆତଙ୍କୀଙ୍କୁ ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ଜାମ୍ମୁ ଓ କାଶ୍ମୀରର କିସ୍ତୱାରରେ ଜୈଶ୍ ଆତଙ୍କୀ ସୈଫୁଲ୍ଲା ସଫା। ସୈଫୁଲ୍ଲା ସମେତ ୩ ଆତଙ୍କୀଙ୍କୁ ଉଡ଼ାଇ ଦେଲେ ସୁରକ୍ଷା ବାହିନୀ। କିସ୍ତୱାରରେ ୨ ବର୍ଷ ଧରି ଆତଙ୍କୀ କାର୍ଯ୍ୟକଳାପରେ ସକ୍ରିୟ ଥିଲା। ପ୍ରାୟ ୨୦ ଥର ସୁରକ୍ଷାବାହିନୀ ଆଖିରେ ଧୂଳି ଦେଇ ଖସିଯାଉଥିଲା।

author-image
Pramod Behera
Security Forces Neutralize Jaish Commander

ଜାମ୍ମୁ ଓ କାଶ୍ମୀରର କିସ୍ତୱାରରେ ଜୈଶ୍ ଆତଙ୍କୀ ସୈଫୁଲ୍ଲା ସଫା Photograph: (OTV)

ଜାମ୍ମୁ ଓ କାଶ୍ମୀର କିସ୍ତୱାର ଅଞ୍ଚଳରେ ଆତଙ୍କ ମଚାଇଥିବା ଜୈଶ ଆତଙ୍କବାଦୀ ସୈଫୁଲା କମିତି ହେଲା ସଫା। କିଭଳି ତା ସମ୍ପର୍କରେ ସୂଚନା ପାଇ ତାଙ୍କୁ ଉଡ଼ାଇବାରେ ସଫଳ ହେଲେ ସେନାର ଯବାନ। ଗତକାଲି ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରେ ସୈଫୁଲ୍ଲା ସମେତ ୩ ଆତଙ୍କୀଙ୍କୁ ଉଡ଼ାଇ ଦେଇଛନ୍ତି ସୁରକ୍ଷା ବାହିନୀ। 

Advertisment

କୁହାଯାଉଛି, କିସ୍ତୱାର ଅଂଚଳରେ ଗଲା ୨ ବର୍ଷ ଧରି ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପରେ ସକ୍ରିୟ ରହିଥିଲା ସୈଫୁଲ୍ଲା। ସୁରକ୍ଷା ବାହିନୀ ତାକୁ ଧରିବା କିମ୍ବା ମାରିବାକୁ ଚେଷ୍ଟା କରି ବି ବିଫଳ ହେଉଥିଲା। ଜୈଶ ଏ ମହମ୍ମଦର କମାଣ୍ଡର ଭାବେ କାର୍ଯ୍ୟ କରୁଥିବା ସୈଫୁଲା ପ୍ରାୟ ୨୦ ଥର ସୁରକ୍ଷା ବାହିନୀ ଆଖିରେ ଧୂଳି ଦେଇ ଖସିଯିବାରେ ସଫଳ ହେଉଥିଲା। ତାକୁ ଶେଷ କରିବାକୁ ଗଲା ବର୍ଷେ ହେବ କିସ୍ତୱାରରେ ଅପେରସନ୍ ଜାରି ରଖିଥିଲେ ସେନା। 

ଇପିଭି ଡ୍ରୋନ୍, ଉପଗ୍ରହରୁ ଚିତ୍ର, RPAs/UAVs ଭଳି ଯୋଗାଯୋଗ ଯନ୍ତ୍ର ମାଧ୍ୟମରେ ତା ଉପରେ ତୀକ୍ଷ୍ମ ନଜର ରଖାଯାଇଥିଲା। ଗତକାଲି ସେନା, ସିଆରପିଏଫ୍ ଓ ଜେକେ ପୋଲିସର ମିଳିତ ଅପରେସନ୍ ଟିମ୍ ୩ ଆତଙ୍କୀଙ୍କୁ ଗୁଳିରେ ଉଡାଇ ଦେଇଥିଲେ। ଯାହାଙ୍କ ମଧ୍ୟରେ ଥିଲା ମୋଷ୍ଟ ୱାଣ୍ଟେଡ୍ ଜୈଶ ଆତଙ୍କୀ ସୈଫୁଲା। ସୈଫୁଲ୍ଲା ଉପର କିସ୍ତିୱାର ଓ ଡୋଡା ଅଞ୍ଚଳରେ ଘଟିଥିବା ବହୁ ଆତଙ୍କୀ ଘଟଣାରେ ସାମିଲ ରହିଥିଲା।

Advertisment

ସେପଟେ ସୈଫୁଲ୍ଲା ଭଳି କୁଖ୍ୟାତ ଆତଙ୍କବାଦୀ ନିହତ ହେବା ପଛରେ ହୀରୋରେ ଭୂମିକା ନିଭାଇଛି ସେନାର ସାହସୀ କୁକୁର କେ ନାଇନ୍ ଟାଇସନ୍। ଯିଏ, ନିଜେ ଆତଙ୍କୀଙ୍କ ଗୁଳି ଖାଇବା ପରେ ବି ସୁରକ୍ଷାକର୍ମୀଙ୍କୁ, ଆତଙ୍କୀମାନେ ଲୁଚିଥିବା ସ୍ଥାନର ସନ୍ଧାନ ଦେଇଥିଲା। ସେନାରେ ସ୍ପେଶାଲ ଫୋର୍ସ ସଦସ୍ୟ ଜର୍ମାନ ସେଫର୍ଡ ଟାଇସନ୍ ଆତଙ୍କୀ ଲୁଚିଥିବା ଏକ ମାଟି ଘରର ଠିକଣା ପାଇଯିବା ପରେ ତାକୁ ଗୁଳି କରିଥିଲେ ଆତଙ୍କବାଦୀ। 

ଏଥିରେ ଟାଇସନର ବାମ ଗୋଡ଼ରେ ଲାଗିଥିଲା ଗୁରୁତର ଆଘାତ। ଏହାସତ୍ତ୍ବେ ସେ ଆଗକୁ ଯାଇ ଯବାନଙ୍କୁ ଆତଙ୍କୀ ଲୁଚିଥିବା ସ୍ଥାନର ଠିକଣା ବତାଇ ଦେଇଥିଲା। ଆଉ ତା ପରେ ହିଁ ୩ ଆତଙ୍କୀଙ୍କ ଖେଳ ଖତମ କରିଥିଲେ ମିଳିତ ସୁରକ୍ଷା ବାହିନୀ। ଏନକାଉଣ୍ଟର ସ୍ଥଳରୁ ସୁରକ୍ଷା ବାହିନୀ ଦୁଇଟି ଏକେ ୪୭ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ସେପଟେ ଗୁଳିରେ ଗୁରୁତର ଆହତ ଟାଇସନକୁ ସେନା ପକ୍ଷରୁ ଏୟାର ଲିଫ୍ଟ କରାଯାଇଥିଲା। ଏବେ ତାର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

  • ଜାମ୍ମୁ ଓ କାଶ୍ମୀରର କିସ୍ତୱାରରେ ଜୈଶ୍ ଆତଙ୍କୀ ସୈଫୁଲ୍ଲା ସଫା
  • ସୈଫୁଲ୍ଲା ସମେତ ୩ ଆତଙ୍କୀଙ୍କୁ ଉଡ଼ାଇ ଦେଲେ ସୁରକ୍ଷା ବାହିନୀ
  • କିସ୍ତୱାରରେ ୨ ବର୍ଷ ଧରି ଆତଙ୍କୀ କାର୍ଯ୍ୟକଳାପରେ ସକ୍ରିୟ ଥିଲା
  • ପ୍ରାୟ ୨୦ ଥର ସୁରକ୍ଷାବାହିନୀ ଆଖିରେ ଧୂଳି ଦେଇ ଖସିଯାଉଥିଲା
  • ହାଇଟେକ୍ ଗ୍ୟାଜେଟ୍ ମାଧ୍ୟମରେ ସୈଫୁଲ୍ଲା ଉପରେ ରହିଥିଲା ନଜର
  • ସେନା, CRPF ଓ JK ପୋଲିସର ମିଳିତ ଅପରେସନରେ ସଫଳତା
Anti-terror Operations Indian Army Jammu And Kashmir
Advertisment
Advertisment