Advertisment

Human Sagar’s Health Critical: ହ୍ୟୁମାନ ସାଗରଙ୍କ ଅବସ୍ଥା ସଂକଟାପନ୍ନ, ହାତ ଯୋଡ଼ି କାନ୍ଦି କାନ୍ଦି ସହାୟତା ମାଗିଲେ ହ୍ୟୁମାନଙ୍କ ମାଆ

ପୁଅ ପାଇଁ ହାତ ଯୋଡି ସାହାଯ୍ୟ ମାଗୁଛି ମାଆ। ଦିନେ ପୁଅ ସାରା ଓଡିଶାରେ ଗୀତ ଗାଇ ଚହଳ ପକାଇଥିଲା। ଅଜସ୍ର ପ୍ରଶଂସା ସାଉଁଟିଥିଲା। ଆଉ ଏହି ସମୟରେ ଏ ମାଆର ଛାତି କୁଣ୍ଢେମୋଟ ହୋଇଯାଉଥିଲା। ଏବେ ପୁଅକୁ ସାହାଯ୍ୟ ପାଇଁ ଗୁହାରୀ ହେଉଛି। ବିଶିଷ୍ଟ ଗାୟକ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର।

author-image
Tapan Swain
HUMAN-SAGAR-MOTHER

HUMAN-SAGAR-MOTHER Photograph: (OTV)

ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ। ଆଉ ପୁଅକୁ ବଞ୍ଚାଇବାକୁ ସାହାଯ୍ୟ ମାଗୁଛି ମା। ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମ୍ୟାନ ସାଗରଙ୍କ ସ୍ବାସ୍ଥ୍ୟ ଅତି ସଙ୍କଟାପନ୍ନ ହେବା ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତେବେ ମଲ୍ଟି ଅର୍ଗାନ ପ୍ରଭାବିତ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ୩୬ ବର୍ଷିୟ ହ୍ୟୁମାନଙ୍କୁ ରାଜ୍ୟ ବାହାରକୁ ନେଇ ଭଲ ଚିକିତ୍ସା କରିବାକୁ ପରିବାର ଚାହୁଁଥିଲେ ବି ଅର୍ଥ ପ୍ରତିବନ୍ଧକ ସାଜିଥିବା କହିଛନ୍ତି ପରିବାର। ...

Advertisment

ପୁଅ ପାଇଁ ହାତ ଯୋଡି ସାହାଯ୍ୟ ମାଗୁଛି ମାଆ। ଦିନେ ପୁଅ ସାରା ଓଡିଶାରେ ଗୀତ ଗାଇ ଚହଳ ପକାଇଥିଲା। ଅଜସ୍ର ପ୍ରଶଂସା ସାଉଁଟିଥିଲା। ଆଉ ଏହି ସମୟରେ ଏ ମାଆର ଛାତି କୁଣ୍ଢେମୋଟ ହୋଇଯାଉଥିଲା। ଏବେ ପୁଅକୁ ସାହାଯ୍ୟ ପାଇଁ ଗୁହାରୀ ହେଉଛି। ବିଶିଷ୍ଟ ଗାୟକ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ପୁଅ ଅସୁସ୍ଥ ହୋଇଯିବା ପରେ ରାଜ୍ୟବାସୀଙ୍କୁ ସାହାଯ୍ୟ ପାଇଁ ହାତ ପତଉଛି ମାଆ। ଏଥିସହ ରାଜ୍ୟ ସରକାରଙ୍କୁ ବି ସାହାଯ୍ୟ ଅନୁରୋଧ କରିଛନ୍ତି। 

ଗୋଟିଏ ମାତ୍ର ପୁଅ ହେଉଛନ୍ତି ହ୍ୟୁମ୍ୟାନ। ମଲ୍ଟି ଅର୍ଗାନ ପ୍ରଭାବିତ ହୋଇଥିବାରୁ ଗୁରୁତର ବୋଲି କୁହାଯାଉଛି। ହସ୍ପିଟାଲରେ ଭର୍ତ୍ତି ହେବା ପରଠୁ ୨୪ ଘଣ୍ଟାରେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟୁ ନାହିଁ। ଆଗାମୀ ୭୨ଘଣ୍ଟା ହ୍ୟୁମାନ ଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ଡାକ୍ତର ବି କହିଛନ୍ତି । ଗୁରୁତର ହେବା ପରେ ହ୍ୟୁମାନ ସାଗରଙ୍କୁ ଶୁକ୍ରବାର ଅତି ସଙ୍କଟାପନ୍ନ ଅବସ୍ଥାରେ ଏମ୍ସ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। 

Advertisment

ମଲଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରମ

ହ୍ୟୁମାନଙ୍କୁ ବରିଷ୍ଠ ଇଣ୍ଟେନ୍ସିଭିଷ୍ଟ ଏବଂ ECMO ସ୍ପେଶାଲିଷ୍ଟ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ମେଡିକାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ରେ ଚିକିତ୍ସା ଚାଲିଛି। ତାଙ୍କ ମସ୍ତିଷ୍କ, ଫୁସ୍ ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିଥିବା ଡାକ୍ତର କହିଛନ୍ତି। ନିମୋନିଆ, କ୍ରନିକ୍ ଲିଭର୍ ଫେଲ୍ୟୁର୍ ସହ ସିଭିୟର ମଲଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରମ ଦ୍ବାରା ସେ ଆକ୍ରାନ୍ତ ହୋଇଛନ୍ତି।

ଉଭୟ ଫୁସ୍ ଫୁସ୍ ରେ ସଂକ୍ରମଣ ହୋଇଥିବା ବେଳେ ହୃତ୍ ପିଣ୍ଡର ପମ୍ପିଂ କାର୍ଯ୍ୟ ମଧ୍ୟ ବହୁତ କମି ଯାଇଛି। ବର୍ତ୍ତମାନ ସେ ଶ୍ୱାସକ୍ରିୟା ପାଇଁ ନନ୍-ଇନ୍ ଭେସିଭ୍ ଭେଣ୍ଟିଲେଟର୍ ସପୋର୍ଟରେ ଅଛନ୍ତି। ଉନ୍ନତ ଚିକିତ୍ସା ପାଇଁ ପରିବାର ଲୋକେ ବାହାର ରାଜ୍ୟକୁ ନେଇ ପାରନ୍ତି ବୋଲି AIIMS ପକ୍ଷରୁ ଅବଗତ ବି କରାଯାଇଛି। ହେଲେ ପରିବାର ଆର୍ଥିକ ସ୍ୱଚ୍ଛଳ ନଥିବା କାରଣରୁ ରାଜ୍ୟ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ସମ୍ପର୍କୀୟ। 

ତେବେ ୭୨ ଘଣ୍ଟା ଭିତରେ ହ୍ୟୁମ୍ୟାନଙ୍କ ସ୍ବାସ୍ଥ୍ୟରେ ଉପରେ କଡା ନଜର ରଖିଛନ୍ତି ଏମ୍ସ କର୍ତ୍ତୃପକ୍ଷ। 

Health Odia Singer Human Sagar
Advertisment
Related Articles
Advertisment