/odishatv-khabar/media/media_files/2026/01/03/oas-2026-01-03-21-00-43.jpg)
OAS Photograph: (OTV)
ଓଡ଼ିଶା ସିଭିଲ୍ ସର୍ଭିସେସ୍ ଆଶାୟୀଙ୍କୁ ବଡ଼ ଆଶ୍ବସ୍ତି ଦେଲେ ମୁଖ୍ୟମନ୍ତ୍ରୀ। OCS ବିଜ୍ଞପ୍ତିରେ ସାମିଲ ହେଲା OAS, ORS। ଗତ ୩୧ ତାରିଖରେ ବାହାରିଥିବା ବିଜ୍ଞପ୍ତିରେ OAS ଓ ORS ପଦବୀ ନଥିବାରୁ ପ୍ରବଳ ଅସନ୍ତୋଷ ଝାଡ଼ିଥିଲେ ଆଶାୟୀ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ OCS ପରୀକ୍ଷାରେ ସାମିଲ ହୋଇଛି OAS, ORS। ୧୪ OAS, ୧୧୩ ORS ସମେତ ଅତିରିକ୍ତ ୧୫୧ ପଦବୀ ଯୋଡ଼ି ସାନି ବିଜ୍ଞପ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଖୁସି ପ୍ରକାଶ କରିଛନ୍ତି ଆଶାୟୀ। ସେପଟେ ଏହାକୁ ନେଇ ତୀବ୍ର ହୋଇଛି ରାଜନୈତିକ ବାକଯୁଦ୍ଧ। ...
OCS ବିଜ୍ଞପ୍ତିରେ ସାମିଲ ହେଲା OAS, ORS
ବିନା OAS, OFS ଓ ORS ପଦବୀରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ବିଜ୍ଞପ୍ତିକୁ ନେଇ ଆଶାୟୀଙ୍କ ଭିତରେ ଅସନ୍ତୋଷ ଉଗ୍ର ହେବା ଦେଖି ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ। ପଦବୀ ସମ୍ପର୍କରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଲକ୍ଷ ଲକ୍ଷ ଆଶାୟୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ OAS, ORSକୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୧୪ OAS, ୧୧୩ ORS ଓ ୧୬ OTSକୁ ମିଶାଇ ଅତିରିକ୍ତ ୧୫୧ ପଦବୀ ସାମିଲ ସହ ସାନି ବିଜ୍ଞପ୍ତି ପାଇଁ ନିର୍ଦ୍ଦେଶ ଦିଯାଇଛି। ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବଶକ୍ତି ଆମ ବିକଶିତ ଓଡ଼ିଶାର ସାରଥି। ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଓ ସଫଳତାର ପଥକୁ ପ୍ରଶସ୍ତ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।
ଆଉ ୧୫୧ ପଦବୀ ଯୋଡ଼ିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି OCS ଆଶାୟୀ। ଏଥିସହ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯେଭଳି ତ୍ରୁଟି ନହେବ ସେଦିଗରେ ଯତ୍ନବାନ ହେବାକୁ ଅନୁରୋଧ ବି କରିଛନ୍ତି। ...
ଆଶା ପାଣିଚିଆ ହୋଇଥିଲା
ଓସିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପିଲା ସବୁବେଳେ OAS କିମ୍ବା ORS ହେବାକୁ ଲକ୍ଷ୍ୟ ରଖିଥାଆନ୍ତି। କିନ୍ତୁ ଏହି ଦୁଇ ପ୍ରମୁଖ ପଦବୀ ପାଇଁ ବିଜ୍ଞପ୍ତି ନବାହାରିବା ଆଶାୟୀଙ୍କ ଆଶାକୁ ପାଣିଚିଆ କରିଥିଲା। କାହିଁକି ଏମିତି ହୋଇଥିଲା ? କାହା ଅବହେଳା ପାଇଁ ବଳି ପଡ଼ିଥିଲା ଆଶାୟୀଙ୍କ ସ୍ବାର୍ଥ ? ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ନା ସାଧାରଣ ପ୍ରଶାସନ ବିଭାଗର ବିଭ୍ରାଟ ? ନା GA ବିଭାଗ ଓ OPSC ଭିତରେ ତାଳମେଳ ଠିକ୍ ରହୁନି ?
OCS ଆଶାୟୀଙ୍କୁ ଆଶ୍ବସ୍ତି ପରେ ପ୍ରଶ୍ନ ଉଠୁଛି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା ? ବିଜ୍ଞପ୍ତି ପୂର୍ବରୁ କାହିଁକି କେହି ଚିନ୍ତା କଲେନି ? ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଦଳ କହିଛି, ସରକାରଙ୍କ ସମନ୍ବୟ ଅଭାବ ଓ ଅବହେଳା ଯୋଗୁଁ ଏମିତି ହେଲା।
ସରକାର ପିଲାଙ୍କ ଭବିଷ୍ୟତ ସହ ଏମିତି ଖେଳିଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ। ବିଜେଡି ଅଭିଯୋଗର ଜବାବ ରଖିଛି ବିଜେପି। ଗତ ୩୧ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ ବା OPSC ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ବାହାରିଥିଲା। ...
Air Pollution Crisis: ବାୟୁ ପ୍ରଦୂଷଣରେ ଦେଶରେ ତାଳଚେର ସହର ଏକ ନମ୍ବର, ଲାଗୁ ହେଲା କଟକଣା

Oil or Politics? ଭେନେଜୁଆଲରେ ଆମେରିକାର ଆଟାକ୍, ତେଲ ଲୋଭରେ ଟ୍ରମ୍ପଙ୍କ ଆଟାକ୍ ଚର୍ଚ୍ଚା

‘Ama Bus’ Nightmare: ରାଜଧାନୀରେ 'ଆମ ବସ୍' ହରରକୁ ନେଇ ହଇଚଇ, ଗୋଟିଏ ଦିନରେ ଘଟାଇଲା ଦୁଇଟି ଦୁର୍ଘଟଣା

Pandian Helicopter Row: ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ହେବ ତଦନ୍ତ, ଅଭିଯୋଗକାରୀଙ୍କୁ ତଥ୍ୟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ନୋଟିସ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)