/odishatv-khabar/media/media_files/2026/01/03/ama-bus-accident-2026-01-03-20-16-48.jpg)
AMA-BUS-ACCIDENT Photograph: (OTV)
ମନଇଚ୍ଛା ଗାଡ଼ି ଚଳାଉଛନ୍ତି, ମୁଣ୍ଡ ପରେ ମୁଣ୍ଡ ନେଉଛନ୍ତି। ପୁଣି ରାଜଧାନୀରେ ଆମ୍ ବସ ହରର୍। ରୁପାଲି ଛକରେ ଦିନକରେ ଲଗାତାର ଆମ ବସ ଦ୍ବାରା ଦୁଇଟି ଆକ୍ସିଡେଣ୍ଟ। ବସ୍ ଚକା ତଳେ ଚାଲିଗଲା ଅଟୋ ଡ୍ରାଇଭରଙ୍କ ଜୀବନ, ଦୁଇ ଯାତ୍ରୀ ଗୁରୁତର। ବେପରୁଆ ଭାବେ ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହୋଇଥିବା ଅଟୋକୁ ଚାପିଦେଲା 'ଆମ ବସ'।
ତୀବ୍ର ଉତ୍ତେଜନା ପରେ ଲୋକଙ୍କୁ ବୁଝାସୁଝା କରି ତଦନ୍ତ କରୁଛି ପୋଲିସ। ସେପଟେ ଦିନକୁ ଦିନ ଆମ ବସ୍ ଆତଙ୍କ ବଢୁଥିବାବେଳେ ଏହାର ପରିଚାଳନା ଦାୟିତ୍ବରେ ଥିବା କ୍ରୁଟର ନୀରବତାକୁ ନେଇ ଉଠିଛି ପ୍ରଶ୍ନ ।
ଅଟୋକୁ ଚାପିଦେଲା 'ଆମ ବସ୍'
ଆସିଲା, ଅଟକିଲା, ଆଖି ଆଗରେ ଚାପିଦେଲା। ସାମ୍ନାରେ ଅଟୋଟି ସ୍ପଷ୍ଟ ଭାବେ ଦିଶୁଥିଲା, ତଥାପି ଚଢିଗଲା। ରାଜଧାନୀର ଛାତି ଉପରେ ଛାତି ଥରାଇଦେଲା ଭଳି ଦୁର୍ଘଟଣା। ପୁଣି ମୁଣ୍ଡ ଗଡ଼ାଇଲା ଆମ ବସ୍। ସହିଦ ନଗର ରୁପାଲି ଛକ ଟ୍ରାଫିକ ପୋଷ୍ଟରେ ଆମ ବସ୍ ଘଟାଇଛି ମର୍ମନ୍ତୁଦ ଦୁର୍ଘଟଣା ।
'ଆମ ବସ' ସିଧା ମାଡ଼ି ଯିବାରୁ ଅଟୋଟି ଆଗରେ ଥିବା ବସରେ ଧକ୍କା ଖାଇ ଚାପି ହୋଇଗଲା। ଘଟଣାସ୍ଥଳରେ ହିଁ ଅଟୋ ଡ୍ରାଇଭରଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁଇଜଣ ଗୁରୁତର ହୋଇ ଡାକ୍ତରଖାନାରେ।
ଦୁର୍ଘଟଣା ଘଟାଇବା ପରେ ଚମ୍ପଟ୍ ମାରିଛି ଆମ ବସ୍ ଡ୍ରାଇଭର। ଘଟଣାକୁ ନେଇ ରୁପାଲି ଛକରେ ଦେଖାଦେଇଥିଲା ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ଘଣ୍ଟାଏ ଯାଏଁ ରାସ୍ତାରୋକ୍ କରି ଜାମ୍ ସ୍ଥିତି କରିଦେଇଥିଲେ। ପୋଲିସର ବୁଝାସୁଝା ପରେ ପ୍ରତିବାଦ ଥମିଥିଲେ ମଧ୍ୟ ଆମ ବସ ବିରୋଧରେ ଉଗ୍ର ହୋଇଛି ଅସନ୍ତୋଷ। ସେପଟେ ଅପରାହ୍ନରେ ସମାନ ଜାଗାରେ ଆଉ ଏକ ଆମ ବସ୍ ମଧ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଯେଉଁଥିରେ ସ୍କୁଟି ଚାଳକ ଆହତ ହୋଇଥିଲେ।...
କାହିଁକି କ୍ରୁଟ୍ ନେଉନି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ?
ଦୁର୍ଘଟଣାର ଦୃଶ୍ୟ ଯିଏ ଦେଖୁଛି, ଲୋମଟାଙ୍କୁରି ଉଠୁଛି। ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହୋଇ ମଧ୍ୟ କେମିତି ଅଟୋ ଉପରେ ଚଢିଗଲା ଆମ ବସ୍ ? ବ୍ରେକ୍ ଲାଗିଲାନି ନା ଡ୍ରାଇଭରର ବେପରୁଆ ମନୋଭାବରୁ ଦୁର୍ଘଟଣା ଘଟିଲା ? ଗୋଟିଏ ଦିନରେ ଆମ ବସ୍ ଦୁଇ ଦୁଇଟି ଦୁର୍ଘଟଣା ଘଟାଇଥିଲେ ବି ଏହାର ପରିଚାଳନା ଦାୟିତ୍ବରେ ଥିବା କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍। ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ନାହିଁ।
ଆମ ବସ୍ ଜୀବନ ନେବା ନୂଆ ଘଟଣା ନୁହେଁ, ବିଧାନସଭା ତଥ୍ୟ ଅନୁସାରେ, ଏଯାଏଁ ଆମ ବସ୍ ଚକା ତଳେ ଗଲାଣି ୧୭ ଜଣଙ୍କ ଜୀବନ। କେବଳ ଗତ ୯ ମାସରେ ୭ ଜଣଙ୍କ ମୁଣ୍ଡ ନେଲାଣି। ପ୍ରଶ୍ନ ଉଠୁଛି-ଦିନକୁ ଦିନ ଆମ୍ ବସ ଦୁର୍ଘଟଣା ବଢୁଥିଲେ ହେଁ, କାହିଁକି ହେଜୁନି କ୍ରୁଟ୍ ? କଣପାଇଁ ନିଆଯାଉନି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ?
କ୍ରୁଟର ଢିଲାପଣ ପାଇଁ ଲଗାମଛଡ଼ା ହେଇଯାଉନାହାନ୍ତି ତ ଆମ ବସ୍ ଡ୍ରାଇଭର୍ ? ଆମ ବସ୍ ଚଳାଇବାକୁ ଦକ୍ଷ ଡ୍ରାଇଭରଙ୍କୁ ନିଯୁକ୍ତି ଦିଆଯାଉନି କି ? ସେପଟେ ଭୁବନେଶ୍ବର ଡିସିପି କହିଛନ୍ତି, ସିସିଟିଭି ଆଧାରରେ ତଦନ୍ତ ଚାଲିଛି।...
ଦୁର୍ଘଟଣା ହାର କମାଇବା ପାଇଁ ପରିବହନ ବିଭାଗ ଏବେ ସଡ଼କ ସୁରକ୍ଷା ମାସ ପାଳନ କରୁଛି। ତେବେ ଆମ ବସ୍ ଡ୍ରାଇଭରଙ୍କୁ କରାଯାଉଛି ତ ସଚେତନ ? ଡ୍ରାଇଭରଙ୍କୁ ଆବଶ୍ୟକ ଟ୍ରେନିଂ ଦିଆଯାଉନି କି ? ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ଆଗକୁ କ୍ରୁଟ୍ କଣ ପଦକ୍ଷେପ ନେଉଛି ତା ଉପରେ ନଜର ।
ସେପଟେ ରାଜଧାନୀରେ ଆମ ବସ୍ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି କ୍ରୁଟ୍ । ବସ୍ ପରିଚାଳନା କରୁଥିବା ସଂସ୍ଥା ତରଫରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରାଯାଇଛି । ଅନ୍ୟପଟେ ଆହତ ଯାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ । ମୃତ ଅଟୋଚାଳକଙ୍କୁ ଆଇନ ଅନୁସାରେ ସମସ୍ତ କ୍ଷତିପୂରଣ ଦେବାକୁ କ୍ରୁଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଅନ୍ୟପଟେ ଭବିଷ୍ୟତରେ ଦୁର୍ଘଟଣା ରୋକିବାକୁ ଆବଶ୍ୟକ ପ୍ରତିରୋଧକ ପଦକ୍ଷେପ ନିଆଯିବ ପୋଲିସ କହିଛି ।
Pandian Helicopter Row: ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ହେବ ତଦନ୍ତ, ଅଭିଯୋଗକାରୀଙ୍କୁ ତଥ୍ୟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ନୋଟିସ୍

Green Sticker Rule Sparks Fresh Confusion: ସରିନି ପଲ୍ୟୁସନ୍ ସାର୍ଟିଫିକେଟ୍ ପାଲା, ଗାଡ଼ି ମାଲିକଙ୍କୁ ଗ୍ରୀନ ଷ୍ଟିକର ଟେନସନ୍

Attack on BDO: ଠିକା ବିବାଦରୁ ହିଂସା… ବ୍ଲକ୍ କାର୍ଯ୍ୟାଳୟ ଅସୁରକ୍ଷିତ

Lord Nilamadhaba: ସୁନାରେ ଚମକିଲେ; ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଲେ ନୀଳ ମାଧବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)