Advertisment

ପାଠପଢ଼ୁଆ ଅଞ୍ଚଳରେ ଅନ୍ଧବିଶ୍ୱାସର ରାଜ୍; ଚୋର ଧରିବ ଖଟ

ଭଦ୍ରକ: ଶିକ୍ଷା ଓ ବିଜ୍ଞାନର ବିକାଶ ପରେ ବି ବଞ୍ଚିଛି ଅନ୍ଧ ବିଶ୍ୱାସ। ଚୋର ଧରିବାକୁ ଚାଲିଛି ଖଟବିଦ୍ୟାର ଖେଳ। କେତେବେଳେ କୁନି କୁନି ପିଲା କାନ୍ଧ ଦେଇଛନ୍ତି ତ ଆଉ କେତେବେଳ ବଡ଼ ମାନେ ବି ଚଳାଇଛନ୍ତି ଖଟବିଦ୍ୟା। କାରଣ ଗାଁରେ ଜଣଙ୍କ ଘରୁ ହୋଇଥିବା ଚୋରିର ପର୍ଦାଫାଶ ପାଇଁ ଏ ହେଉଛି ଅନ୍ଧବିଶ୍ୱାସର ଅପଚେଷ୍ଟା। ଏ କୌଣସି ଉପାନ୍ତ ଅଂଚଳର ଚିତ୍ର ନୁହେଁ, ଏ ଚିତ୍ର ଉପକୂଳ ଓଡ଼ିଶାର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅସୁରା […]

author-image
Abinash Pati
ପାଠପଢ଼ୁଆ ଅଞ୍ଚଳରେ ଅନ୍ଧବିଶ୍ୱାସର ରାଜ୍; ଚୋର ଧରିବ ଖଟ

ଇଉପ

ଭଦ୍ରକ: ଶିକ୍ଷା ଓ ବିଜ୍ଞାନର ବିକାଶ ପରେ ବି ବଞ୍ଚିଛି ଅନ୍ଧ ବିଶ୍ୱାସ। ଚୋର ଧରିବାକୁ ଚାଲିଛି ଖଟବିଦ୍ୟାର ଖେଳ। କେତେବେଳେ କୁନି କୁନି ପିଲା କାନ୍ଧ ଦେଇଛନ୍ତି ତ ଆଉ କେତେବେଳ ବଡ଼ ମାନେ ବି ଚଳାଇଛନ୍ତି ଖଟବିଦ୍ୟା।

Advertisment

କାରଣ ଗାଁରେ ଜଣଙ୍କ ଘରୁ ହୋଇଥିବା ଚୋରିର ପର୍ଦାଫାଶ ପାଇଁ ଏ ହେଉଛି ଅନ୍ଧବିଶ୍ୱାସର ଅପଚେଷ୍ଟା। ଏ କୌଣସି ଉପାନ୍ତ ଅଂଚଳର ଚିତ୍ର ନୁହେଁ, ଏ ଚିତ୍ର ଉପକୂଳ ଓଡ଼ିଶାର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅସୁରା ଗାଁର।

କିଏ ଦୃଶ୍ୟକୁ କୌତୁହଳ ସହ ଉପଭୋଗ କରୁଛନ୍ତି ଆଉ କିଏ ମୋବାଇଲରେ ଏ ଚିତ୍ରକୁ ସୁଟିଂ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ବାବାଙ୍କ ପ୍ରରୋଚନାରେ ଏହି ଖଟ ବୁଲୁଛି ସେ ଘଟଣାସ୍ଥଳରେ ନାହାନ୍ତି।

Advertisment

publive-image

କେନ୍ଦୁଝର ଶାଳବଣି ଅଞ୍ଚଳରେ ଥାଇ ବାବା ଫୋନରେ ଯେଉଁ ନିର୍ଦ୍ଦେଶ ଦେଉଛନ୍ତି, ଠିକ୍ ସେହି ନିର୍ଦ୍ଦେଶରେ ଚୋର ଧରିବାକୁ ଚାଲିଛି ଉଦ୍ୟମ।

ଅଭିଯୋଗ ଅନୁସାରେ ଜାନୁଆରୀ ୧୬ରେ ଅସୁରା ଗାଁର ଗଙ୍ଗାଧର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରୁ କିଛି ସାମଗ୍ରୀ ଚୋରି ହୋଇଥିଲା। ହେଲେ ଥାନାରେ ଅଭିଯୋଗ ସତ୍ତ୍ୱେ ଧରାପଡ଼ିଲାନି ଚୋର। ଶେଷରେ ପୁଲିସ ଉପରୁ ଭରସା ତୁଟାଇ କେନ୍ଦୁଝର ଶାଳବଣୀ ଅଞ୍ଚଳର ଜଣେ ବାବାଙ୍କ ପରାମର୍ଶରେ ଗାଁରେ ଚାଲିଥିଲା ଖଟବିଦ୍ୟା।

ଜଣଙ୍କ ଘର ଆଗରେ ବି ଖଟ ବୁଲିଥିଲା। ହେଲେ ନା ଚୋର ଧରାପଡ଼ିଲା ନା ଚୋରୀ ସାମଗ୍ରୀ ଉଦ୍ଧାର ହେଲା।

ଶେଷରେ ଖଟବିଦ୍ୟା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପହଞ୍ଚି ଆରମ୍ଭ କରିଥିଲା ଘଟଣାର ଖୋଳତାଡ଼।

Advertisment
Advertisment