• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମୌସୁମୀ ରୁତୁରେ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ଆଗୁଆ ପ୍ରସ୍ତୁତି । ଲଘୁଚାପ ଜନିତ ବର୍ଷା ଓ ମୌସୁମୀ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃୃଷ୍ଟି ହେବ ଓ ଏହାକୁ ସଠିକ୍ ଢଙ୍ଗରେ କିଭଳି ମୁକାବିଲା କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଛି ।

ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଦ୍ୱାରା ଆହୁତ ବୈଠକେର ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ତେବେ ବୈଠକରେ ମୁଖ୍ୟତଃ କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଭଳି ଜିଲ୍ଲାକୁ ଅଧିକ ଫୋକସରେ ରଖାଯାଇଛି । ପରିସ୍ଥିତି ଦେଖି କୌଣସି ଅଫିସର ହେଡକ୍ୱାର୍ଟର ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କିଛି ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ସହ ନଦୀ ବନ୍ଧ ଗୁଡ଼ିକରେ ପାଟ୍ରୋଲିଂ କରାଯିବାକୁ କୁହାଯାଇଛି । ୨୦ଟି ଦୁର୍ବଳ ନଦୀବନ୍ଧ ଉପରେ ଅଧିକ ଦୃଷ୍ଟି ରଖାଯିବ ବୋଲି ସୂଚନା ଦେଇଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

ଅନ୍ୟପଟେ ଏବେ ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସାରା ରାଜ୍ୟରେ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  

ଓଟିଭିକୁ IMDର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇ କହିଛନ୍ତି, ଆଜି ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ ଓଡ଼ିଶା ଏବଂ ବଲାଙ୍ଗିରରେ ଭଲ ବର୍ଷା ହୋଇଛି । ଲଘୁଚାପ ଯୋଗୁ ଆଜି ଅନେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୧ ତାରିଖରେ ସବୁଠାରୁ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଉଛି ।

ଅନ୍ୟପକ୍ଷେ, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ୧୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ

ଜୁନ୍‌ ୩ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିଲା । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମ୍‌ଡି ସୂଚନା ଦେଇଥିବା ବେଳେ ଏହାର ୧୦-୧୨ ଦିନ ପରେ ମୌସୁମୀ ଓଡିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା । ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଉତ୍ତର ଏବଂ ଦକ୍ଷିଣ ଭାରତରେ ସ୍ୱାଭାବିକ ରହିବା ସହିତ ମଧ୍ୟ ଭାରତରେ ସ୍ୱାଭାବିକଠାରୁ ଅଧିକ ଏବଂ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକ ହେବାର ସମ୍ଭାବନା ରହିଛି ।

Heavy-rains-are-coming-floodwaters-are-coming-the-district-attorneys-office-was-instructed-to-be-vigilant
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories