/odishatv-khabar/media/post_attachments/uploadimage/library/16_9/16_9_0/rain-odisha_1625389743.jpg)
rain odisha
ଭୁବନେଶ୍ୱର: ରାଜ୍ୟର ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ ଆରଡିସିଙ୍କୁ ନେଇ ଏହି ସମୀକ୍ଷା ବୈଠକ ହୋଇଥିଲା। ସମୀକ୍ଷା ପରେ ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ସେ କହିଛନ୍ତି, କିଛି ନଦୀରେ ଜଳ ସ୍ତର ବିପଦ ସଂକେତ ପାଖରେ କିମ୍ବା ତଳେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ, ଜଳକା, ବୈତରଣୀ, କାଣୀ ଓ ଖରସ୍ରୋତା ନଦୀ କିନ୍ତୁ ବଢ଼ିବାରେ ଲାଗିଛି। ଆଜି ମଧ୍ୟରାତ୍ରୀରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ସଚିବ। ଏଥିସହିତ ଆରଡିସିମାନଙ୍କୁ ଫିଜିକାଲ ସର୍ଭେ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ଓ ଯୋଗାଣ, ଜଳ ସମ୍ପଦ, ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ସଜାଗ କରାଯାଇଥିବା ମୁଖ୍ୟ ସଚିବ କହିଛନ୍ତି।
ଆଜିର ସମୀକ୍ଷା ବୈଠକରେ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଜିଲ୍ଲାପାଳ ସାମିଲ ହୋଇଥିଲେ। ସେହିପରି ସୋନପୁର, କେନ୍ଦ୍ରାପଡ଼ା, ବୌଦ୍ଧ ଜିଲ୍ଲାପାଳ ମଧ୍ୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)