Advertisment

ପ୍ରବଳ ବର୍ଷାରେ ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଯୋଗାଯୋଗ ବିଚ୍ଛିନ୍ନ

ଝାରସୁଗୁଡ଼ା: ପ୍ରବଳ ବର୍ଷାରେ ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।  ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକର କାତିକେଲା ପଞ୍ଜାୟତକୁ ଯାଇଥିବା ଗାଟିଏ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୃନ୍ଦାମାଳ-ଭାଗିପାଳି ରାସ୍ତା ଉପରେ ପାଣି ଯାଉଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର କିଛି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଣ୍ଡୋକଟା ନିକଟ ସାପଲେଞ୍ଜି ନାଳ ଉପରେ ପାଣି […]

author-image
Abinash Pati
ପ୍ରବଳ ବର୍ଷାରେ ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଯୋଗାଯୋଗ ବିଚ୍ଛିନ୍ନ

jharsuguda

ଝାରସୁଗୁଡ଼ା: ପ୍ରବଳ ବର୍ଷାରେ ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।  ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକର କାତିକେଲା ପଞ୍ଜାୟତକୁ ଯାଇଥିବା ଗାଟିଏ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୃନ୍ଦାମାଳ-ଭାଗିପାଳି ରାସ୍ତା ଉପରେ ପାଣି ଯାଉଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।

Advertisment

ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର କିଛି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଣ୍ଡୋକଟା ନିକଟ ସାପଲେଞ୍ଜି ନାଳ ଉପରେ ପାଣି ବୋହୁଥିବାରୁ ୪୯ ନଂ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ମଟର ଅଟକି ରହିଛି। ମହୁଲପାଲି ପୋଲ, ଜରାବଗା ପୋଲ ଏବଂ ଲଇକେରାର କୁଅଁରମାଲ-ମୟୁରଗଡ଼ ରାସ୍ତାର ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।

ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଗତ ୨ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଛି। ସ୍ଥାନୀୟ ଅଞ୍ଚଳରେ ଇବନଦୀ, ଭେଡେନ ନଦୀର ବନ୍ୟା ଜଳ ମାଡ଼ି ଚାଷ ଜମି ଜଳମଗ୍ନ ହୋଇଛି।

Advertisment
Advertisment
Advertisment