Advertisment

ହଟିଲା ସରକାରୀ ବିଜ୍ଞାପନ ହୋର୍ଡିଂ

ପୁରୀ (ମଧୁସୂଦନ ମିଶ୍ର): ଗତକାଲି ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଚରଣ ବିଧି ଲାଗୁ ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଯୋଜନାର ହୋର୍ଡିଂ ହଟାଇ ଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଯୋଜନାର ହୋର୍ଡିଂ ଉଚ୍ଛେଦ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ପୌରସଂସ୍ଥାର ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ଭିଆଇପି ରୋଡ୍‌ରେ ଥିବା […]

author-image
Jyotsnamayee Pradhan
ହଟିଲା ସରକାରୀ ବିଜ୍ଞାପନ ହୋର୍ଡିଂ

puri

ପୁରୀ (ମଧୁସୂଦନ ମିଶ୍ର): ଗତକାଲି ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଚରଣ ବିଧି ଲାଗୁ ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଯୋଜନାର ହୋର୍ଡିଂ ହଟାଇ ଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଯୋଜନାର ହୋର୍ଡିଂ ଉଚ୍ଛେଦ କରାଯାଇଛି।

Advertisment

ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ପୌରସଂସ୍ଥାର ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ଭିଆଇପି ରୋଡ୍‌ରେ ଥିବା ସମସ୍ତ ହୋର୍ଡିଂକୁ କାଢ଼ି ଦିଆଯାଇଛି। ଏହାସହ ଜିଲ୍ଲାର ୧୧ଟି ବ୍ଲକରେ ଥିବା ସରକାରୀ ଯୋଜନା ଆଧାରିତ ହୋର୍ଡିଂ ଉଚ୍ଛେଦ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସ୍ଥାନରେ ଲାଗିଥିବା ହୋର୍ଡିଂକୁ ଉଚ୍ଛେଦ କରାଯାଇଛି।

Advertisment

Advertisment
Advertisment