/odishatv-khabar/media/post_attachments/uploadimage/library/16_9/16_9_0/bjp_1625359592.jpg)
bjp
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିରୋଧ। ଏହି ପ୍ରସଙ୍ଗରେ ବିଜେପି ପ୍ରେସ୍ମିଟ କରି କହିଛି ଏହା ତରବରିଆ ଓ ଆବଶ୍ୟକ ବିହୀନ ନିଷ୍ପତ୍ତି ଓ ଅଗଣତାନ୍ତ୍ରିକ। ସିନେଟ ହଟାଇବା ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ବିଜେପି ଅଭିଯୋଗ କରିଛି। ନିଯୁକ୍ତି, କୁଳପତି ଚୟନ ଓ ବିଶ୍ୱବିଦ୍ୟାଳୟ ପରିଚାଳନାକୁ ସରକାର ନିୟନ୍ତ୍ରଣକୁ ଆଣିବାକୁ ଯୋଜନା କରୁଥିବା ବିଜେପି ଅଭିଯୋଗ କରିବା ସହ ବିଶ୍ୱବିଦ୍ୟାଳୟକୁ ଅମଲାତନ୍ତ୍ରକରଣକୁ ବିରୋଧ କରାଯିବ ବୋଲି ବିଜେପି କହିଛି।
ଉଚ୍ଚଶିକ୍ଷା ସପର୍କିତ ଆଇନ ପ୍ରଣୟନ କେନ୍ଦ୍ର ସରକାରଙ୍କ ବ୍ୟାପାର ଆଇନ ସଂଶୋଧନ ପୂର୍ବରୁ ସରକାର ଉଚିତ ପରାମର୍ଶ ନେଇଛନ୍ତି ତ ବୋଲି ପ୍ରଶ୍ନ କରିଛି ବିଜେପି। ବିଶ୍ୱ ବିଦ୍ୟାଳୟକୁ ସରକାର ମହାବିଦ୍ୟାଳୟରେ ପରିଣତ କରିବାକୁ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି। ଗତ ୨ ତାରିଖ ରାଜ୍ୟ କ୍ୟାବିନେଟ ବୈଠକରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ମଞ୍ଜୁରୀ ମିଳିଥିଲା।
ଅନ୍ୟପଟେ କଂଗ୍ରେସ ମଧ୍ୟ ଏହାକୁ ଜୋର୍ଦାର ବିରୋଧ କରିଛି। ଛାତ୍ର କଂଗ୍ରେସ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରଛାତ୍ରୀ ରାସ୍ତାରୋକ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏହି ଆଇନ ଦ୍ୱାରା ସରକାର ରାଜ୍ୟପାଳଙ୍କ କ୍ଷମତା ହ୍ରାସ କରିବାକୁ ଉଦ୍ୟମ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଏହି ଆଇନ ସଂଶୋଧନ ବିରୋଧରେ କଂଗ୍ରେସ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।
ସେପଟେ ଏହାର ଜାବାବ ରଖିଛି ବିଜେଡି। ଉଚ୍ଚଶିକ୍ଷା କ୍ଷେତ୍ରରେ ଯେଉଁ ସଂସ୍କାର ଅଣାଯାଇଛି ସେ ନେଇ ବିଚାର ବିମର୍ଷ କରାଯାଇଛି। ଏ ଶିକ୍ଷାବିତ୍ଙ୍କୁ ପରାମର୍ଶ ନିଆଯାଇଛି ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ଭାବୁଛନ୍ତି ଜନ ଆନ୍ଦୋଳନ କରିବେ ଓ ପ୍ରତି କଥାରେ ରାଜନୀତି କରିବେ ତା ଦ୍ୱାରା ଲୋକ ପ୍ରଭାବିତ ହେବେନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)