/odishatv-khabar/media/media_files/2026/02/20/rayagada-ghost-panic-2026-02-20-16-36-52.jpg)
Rayagada Ghost Panic Photograph: (OTV)
ଗ୍ରାମବାସୀ କରୁଛନ୍ତି ଅଜବ ବ୍ୟବହାର ! ଗାଁରେ ଆତଙ୍କ ରଚୁଛି ଭୂତ । ଅଦୃଶ୍ୟ ଶକ୍ତି ନେଲାଣି ୩ ଜୀବନ । ଏବେ ବି ଛଟପଟ ଅନେକ ଲୋକ । ବିଜ୍ଞାନ ଯୁଗରେ ଇଏ ଅନ୍ଧବିଶ୍ବାସର ଦୃଶ୍ୟ । ଆତ୍ମା-ପ୍ରେତାତ୍ମାକୁ ବିଶ୍ବାସ କରୁଛନ୍ତି ଲୋକେ ।
ଲୋକଙ୍କୁ ବିଚଳିତ କରିବା ଭଳି ଏ ଖବର ହେଉଛି ରାୟାଗଡା ବ୍ଲକ ବାଇସିଙ୍ଗ ପଂଚାୟତ ମାରିଗୁଡ଼ି ଗାଁର । ଗାଁ ଲୋକଙ୍କ ଅଭିଯୋଗ କେତେବେଳେ ଜିଅନ୍ତା ଗଛରୁ ଧୂଆଁ ବାହାରୁଛି । ତ ଆଉ କେତେବେଳେ ଲୋକେ ଅଜବ ବ୍ୟବହାର କରୁଛନ୍ତି ।
ଆଉ ଏଥିପାଇଁ ଗୋଟିଏ ମାସରେ ତିନି ଜଣକଙ୍କ ମୃତ୍ୟୁ ହେଲାଣି । ଏଥିପାଇଁ ଗାଁ ଲୋକେ ଗୁଣିଆ ଓ ପୁଜକଙ୍କ ଦ୍ବାରା ପୂଚାର୍ଚ୍ଚନା କରିଥିବା କହିଛନ୍ତି । ହେଲେ କୌଣସି ସୁଫଳ ମିଳିପାରିନି ।
ଲୋକଙ୍କ କହିବା କଥା, ଗାଁକୁ ସୁରକ୍ଷା ପାଇଁ ପୂର୍ବରୁ ପୂଜାପାଠ କରାଯାଇ ଗାଁ ବାହାରେ ଏକ ଔଷଧ ପୋତାଯାଇଥିଲା । ହେଲେ କଣ୍ଟ୍ରାକ୍ଟର ସେହି ସ୍ଥାନକୁ ଖୋଳିଥିବାରୁ ଗାଁରେ ଭୂତ ଉପଦ୍ରବ ବଢ଼ିଛି ।
ସେପଟେ ଏହିକଥାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅହେତୁକ ଭୟ ରହିଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗାଁରେ ପହଞ୍ଚିଥିଲେ ପ୍ରଶାସନିକ ଅଧିକାରୀ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ଲୋକଙ୍କ ସହ ଆଲୋଚନା କରିବା ସହ ସଚେତନ କରିଛନ୍ତି ।
ଗ୍ରାମବାସୀମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲେ କିମ୍ବା ଅସୁସ୍ଥ ଅନୁଭବ ହେଲେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।
ତେବେ କାହିଁକି ଗାଁ ଲୋକେ ଆତଙ୍କିତ ଅଛନ୍ତି ? ଏବଂ ତିନି ମାସ ମଧ୍ୟରେ ତିନି ତିନି ଜଣଙ୍କ ମୃତ୍ୟୂ କାହିଁକି ହେଲା ସେ ନେଇ ଜିଲ୍ଲା ପ୍ରଶାସନ ଏ ଦିଗରେରେ ତଦନ୍ତ କରିବା ସହ ଲୋକଙ୍କ ମନରୁ ଭୟ ଦୂର କରିବା ନିହାତି ଆବଶ୍ୟକ ରହିଛି ।
Wedding Tragedy: ରାତି ପାହିଲେ ଝିଅର ଥିଲା ବାହାଘର, ଦୁର୍ଘଟଣାରେ ଚାଲିଗଲେ ବାପା

Public Land Under Siege: ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ନିଜ ଦଖଲରେ ରଖି ବିକି ହେଉଛନ୍ତି ମାଲେମାଲ୍

Ancient Roots Revealed: ଓଡ଼ିଶାର ଏଇଠି ୪ ହଜାର ବର୍ଷ ତଳେ ଥିଲା ସଂଗଠିତ ଗାଁ, ଖନନ ପରେ ଠାବ କଲା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା

Shocking Murder: କାର୍ଗିଲ ଯୋଦ୍ଧାଙ୍କ ଜଘନ୍ୟ କାଣ୍ଡ; ସ୍ତ୍ରୀ ଓ ପୁଅର ରକ୍ତରେ ଖେଳିଲେ ହୋଲି, ତା' ପରେ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)