Advertisment

Shocking Murder: କାର୍ଗିଲ ଯୋଦ୍ଧାଙ୍କ ଜଘନ୍ୟ କାଣ୍ଡ; ସ୍ତ୍ରୀ ଓ ପୁଅର ରକ୍ତରେ ଖେଳିଲେ ହୋଲି, ତା' ପରେ...

କାର୍ଗିଲ ଯୋଦ୍ଧାଙ୍କ ଜଘନ୍ୟ କାଣ୍ଡ । ସ୍ତ୍ରୀ ଓ ପୁଅର ରକ୍ତରେ ଖେଳିଲେ ହୋଲି । ନିଜ ବନ୍ଧୁକରେ ଉଜାଡିଲେ ନିଜ ସଂସାର । କାହିଁକି ସୈତାନ ପାଲଟିଗଲେ ରିଟାୟର୍ଡ ସୈନିକ ? ପତ୍ନୀ ସହ ନାବାଳକ ପୁଅକୁ ଗୁଳି ମାରିଲେ ।

author-image
Namita Biswal
Kargil-War-Veteran-Kills-Wife,-Son

Crime Photograph: (OTV)

କାର୍ଗିଲ ଯୋଦ୍ଧାଙ୍କ ଜଘନ୍ୟ କାଣ୍ଡ । ସ୍ତ୍ରୀ ଓ ପୁଅର ରକ୍ତରେ ଖେଳିଲେ ହୋଲି । ନିଜ ବନ୍ଧୁକରେ ଉଜାଡିଲେ ନିଜ ସଂସାର । କାହିଁକି ସୈତାନ ପାଲଟିଗଲେ ରିଟାୟର୍ଡ ସୈନିକ ? ପତ୍ନୀ ସହ ୧୬ ବର୍ଷର ନାବାଳକ ପୁଅକୁ ଗୁଳି କରି ମାରିବା ପରେ ନିଜେ ଟ୍ରେନ ଆଗକୁ ଡେଇଁପଡିଲେ ।

Advertisment

ନିଜ ବନ୍ଧୁକରେ ଉଜାଡିଲେ ନିଜ ସଂସାର:

ଉତ୍ତରପ୍ରଦେଶ କାନପୁରର ସେନ ପଶ୍ଚିମ ପାରା ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ମୃତକ ହେଲେ କାର୍ଗିଲ ଯୁଦ୍ଧରେ ସାମିଲ ଜଣେ ଅବସରପ୍ରାପ୍ତ ସେନା ଯବାନ ଚେତରାମ ପାଶୱାନ । ଗତ ସୋମବାର ସକାଳେ ଇମିଲପୁର ରେଲୱେ ଟ୍ରାକ୍‌ରୁ ମିଳିଥିଲା ଚେତରାମଙ୍କ ମୃତଦେହ । ପକେଟ୍‌ରେ ଥିବା ଆଧାରକାର୍ଡରୁ ତାଙ୍କର ପରିଚୟ ମିଳିଥିଲା ।

ମୃତଦେହ ଚିହ୍ନଟ ପରେ ତାଙ୍କ ଘରେ ଖବର ଦେବାକୁ ପହଞ୍ଚିଥିଲା ପୋଲିସ୍ । ଆଉ ସେଠି ପହଞ୍ଚି ଯାହା ଦେଖିଲା, ତାଜୁବ ହୋଇଗଲା ।  ଚେତାରାମଙ୍କ ଘରେ ଭାସୁଥିଲା ରକ୍ତ । ଘର ଭିତରେ ତାଙ୍କର ପତ୍ନୀ ସୁନୀତା ଓ ପୁଅ ଦୀପ୍‌ ର ରକ୍ତ ଜୁଡୁବୁଡୁ ଲାସ୍ ପଡିଥିଲା । ଆଉ ପାଖରେ ପଡିଥିଲା ଚେତରାମଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ।

Advertisment

ପତ୍ନୀଙ୍କ ମୁଣ୍ଡରେ ଓ ପୁଅ ଛାତିରେ ଗୁଳି ବାଜିଥିଲା । ତେଣୁ ସେ ପ୍ରଥମେ ପୁଅ ଏବଂ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ ଏହି କାର୍ଗିଲ ଯୋଦ୍ଧା ? କ'ଣ ଏହି ବୀଭତ୍ସ କାଣ୍ଡ ପଛର କାରଣ ?

ପାରିବାରିକ କଳହକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ହେଲେ ଏନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଓଟିଭି

Uttar Pradesh Crime News Husband Killed Wife
Advertisment
Related Articles
Advertisment