Advertisment

୨୯ ତାରିଖରେ ହେବନି ରଥଯାତ୍ରା

ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦରେ ଡିସେମ୍ବର ୨୯ ତାରିଖରେ ହେବନାହିଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସମ୍ପାଦକ ବାବା ଚୈତନ୍ୟ ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଫୋନ ଯୋଗେ ଏହି ସୂଚନା ଦେଇଛନ୍ତି। ଟ୍ରଷ୍ଟର ସଭାପତି ଓ ସମ୍ପାଦକ ସୋଶାଲ୍ ମିଡିଆରୁ ଏ ସମ୍ପର୍କିତ ବିଜ୍ଞାପନ ହଟାଇ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଜଗନ୍ନାଥ ନୁହେଁ, ରାଧାକୃଷ୍ଣଙ୍କର ସତ୍ସଂଘ ଶୋଭାଯାତ୍ରା ହେବ ବୋଲି […]

author-image
Abinash Pati
୨୯ ତାରିଖରେ ହେବନି ରଥଯାତ୍ରା

ratha-ytra

ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦରେ ଡିସେମ୍ବର ୨୯ ତାରିଖରେ ହେବନାହିଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସମ୍ପାଦକ ବାବା ଚୈତନ୍ୟ ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଫୋନ ଯୋଗେ ଏହି ସୂଚନା ଦେଇଛନ୍ତି।

Advertisment

ଟ୍ରଷ୍ଟର ସଭାପତି ଓ ସମ୍ପାଦକ ସୋଶାଲ୍ ମିଡିଆରୁ ଏ ସମ୍ପର୍କିତ ବିଜ୍ଞାପନ ହଟାଇ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଜଗନ୍ନାଥ ନୁହେଁ, ରାଧାକୃଷ୍ଣଙ୍କର ସତ୍ସଂଘ ଶୋଭାଯାତ୍ରା ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଗତକାଲି ଏତଲା ଦିଆଯାଇଥିଲା।

Advertisment
Advertisment