Advertisment

ପଞ୍ଜୀକରଣ କରି ଟିକା ନେଉ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ରଦ୍ଦ ହେବ ସବୁ ସୁବିଧା

ଭୁବନେଶ୍ୱର: ପଞ୍ଜୀକରଣ କରି ଟିକା ନେଉ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ୍ ଲାଇନ ଓ୍ୱାର୍କରଙ୍କ ପାଇଁ ରଦ୍ଦ ହେବ ସବୁ ସୁବିଧା। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ବାରମ୍ବାର ନିର୍ଦ୍ଦେଶ ଓ ସୁଯୋଗ ଦେବା ସତ୍ତ୍ୱେ କିଛି ସ୍ୱାସ୍ଥ୍ୟସେବା କର୍ମୀ ଓ ଅନ୍ୟ ଫ୍ରଣ୍ଟ୍ ଲାଇନ୍ ଓ୍ୱାର୍କର ଟିକା ନେବାକୁ ପଞ୍ଜିକରଣ କରି ସୁଦ୍ଧା ଟିକା ନେଉନଥିବା ଦୃଷ୍ଟିଗୋଚର ହେଉଛି। ଏନେଇ ସ୍ୱାସ୍ଥ୍ୟ […]

author-image
Abinash Pati
ପଞ୍ଜୀକରଣ କରି ଟିକା ନେଉ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ରଦ୍ଦ ହେବ ସବୁ ସୁବିଧା

vaccintion

ଭୁବନେଶ୍ୱର: ପଞ୍ଜୀକରଣ କରି ଟିକା ନେଉ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ୍ ଲାଇନ ଓ୍ୱାର୍କରଙ୍କ ପାଇଁ ରଦ୍ଦ ହେବ ସବୁ ସୁବିଧା। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

Advertisment

ବାରମ୍ବାର ନିର୍ଦ୍ଦେଶ ଓ ସୁଯୋଗ ଦେବା ସତ୍ତ୍ୱେ କିଛି ସ୍ୱାସ୍ଥ୍ୟସେବା କର୍ମୀ ଓ ଅନ୍ୟ ଫ୍ରଣ୍ଟ୍ ଲାଇନ୍ ଓ୍ୱାର୍କର ଟିକା ନେବାକୁ ପଞ୍ଜିକରଣ କରି ସୁଦ୍ଧା ଟିକା ନେଉନଥିବା ଦୃଷ୍ଟିଗୋଚର ହେଉଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇ ସବୁ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ତାଗିଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିରେ ଉଲ୍ଲେଖ ରହିଛି ଯେ ଯଦି ସେଭଳି କୌଣସି ବିଶେଷ କାରଣ କିମ୍ବା ପରିସ୍ଥିତି ବିନା ସଂପୃକ୍ତ ବ୍ୟକ୍ତି ଟିକା ନେବାକୁ ମନା କରି ପରେ ସଂକ୍ରମିତ ହୁଅନ୍ତି, ତାହେଲେ ସେମାନଙ୍କୁ ଆଉ କୌଣସି ସରକାରୀ ସୁବିଧା ମିଳିବ ନାହିଁ। ମାଗଣା ଚିକିତ୍ସା, ଚିକିତ୍ସା ଅବଧିକୁ ଡ୍ୟୁଟି ଭାବେ ଗଣତି ସୁବିଧା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ମିଳିବ ନାହିଁ।

Advertisment
Advertisment
Advertisment