Advertisment

ଗ୍ୟାସ୍ ଟ୍ୟାଙ୍କର-ଟ୍ରକ୍‌ ଧକ୍କା: ୧୪ଘଣ୍ଟା ପରେ ବନ୍ଦ ହେଲା ଗ୍ୟାସ୍‌ ଲିକ୍‌

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ରାହାଞ୍ଜରେ ଦୁର୍ଘଟଣାଗ୍ରସ୍ତ ଗ୍ୟାସ୍ ଟ୍ୟାଙ୍କରକୁ ନେଇ ଲାଗି ରହିଥିବା ବିପଦ ଆଶଙ୍କାର ଅବସାନ ଘଟିଛି। ଅଗ୍ନିଶମ କର୍ମଚାରୀ ଓ ଆଇଓସିଏଲ୍‌ର ଇଞ୍ଜିନିୟରଙ୍କ ପ୍ରାୟ ୧୪ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗ୍ୟାସ୍‌ ଲିକ୍‌ ବନ୍ଦ ହୋଇଛି। ଉକ୍ତ ଟ୍ୟାଙ୍କରରୁ ଅନ୍ୟ ଦୁଇଟି ଟ୍ୟାଙ୍କରକୁ ଗ୍ୟାସ୍‌ ସ୍ଥାନାନ୍ତର କରାଯାଇଛି। ଫଳରେ ଆଉ କିଛି ବିପଦ ନାହିଁ ବୋଲି ଜଣାପଡ଼ିଛି। ଗ୍ୟାସ୍ ସ୍ଥାନାନ୍ତର ପରେ କ୍ରେନ୍‌ ସାହାଯ୍ୟରେ ଟ୍ୟାଙ୍କର ଓ ଟ୍ରକ୍‌କୁ ମଧ୍ୟ ରାସ୍ତାରୁ […]

author-image
Jyotsnamayee Pradhan
ଗ୍ୟାସ୍ ଟ୍ୟାଙ୍କର-ଟ୍ରକ୍‌ ଧକ୍କା: ୧୪ଘଣ୍ଟା ପରେ ବନ୍ଦ ହେଲା ଗ୍ୟାସ୍‌ ଲିକ୍‌

bhadrk

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ରାହାଞ୍ଜରେ ଦୁର୍ଘଟଣାଗ୍ରସ୍ତ ଗ୍ୟାସ୍ ଟ୍ୟାଙ୍କରକୁ ନେଇ ଲାଗି ରହିଥିବା ବିପଦ ଆଶଙ୍କାର ଅବସାନ ଘଟିଛି। ଅଗ୍ନିଶମ କର୍ମଚାରୀ ଓ ଆଇଓସିଏଲ୍‌ର ଇଞ୍ଜିନିୟରଙ୍କ ପ୍ରାୟ ୧୪ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗ୍ୟାସ୍‌ ଲିକ୍‌ ବନ୍ଦ ହୋଇଛି। ଉକ୍ତ ଟ୍ୟାଙ୍କରରୁ ଅନ୍ୟ ଦୁଇଟି ଟ୍ୟାଙ୍କରକୁ ଗ୍ୟାସ୍‌ ସ୍ଥାନାନ୍ତର କରାଯାଇଛି। ଫଳରେ ଆଉ କିଛି ବିପଦ ନାହିଁ ବୋଲି ଜଣାପଡ଼ିଛି। ଗ୍ୟାସ୍ ସ୍ଥାନାନ୍ତର ପରେ କ୍ରେନ୍‌ ସାହାଯ୍ୟରେ ଟ୍ୟାଙ୍କର ଓ ଟ୍ରକ୍‌କୁ ମଧ୍ୟ ରାସ୍ତାରୁ ହଟାଇ ଦିଆଯାଇଛି। ଫଳରେ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।

Advertisment

water

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ରାହାଞ୍ଜରେ ଏହି ଗ୍ୟାସ୍ ଟ୍ୟାଙ୍କର ସହ ଏକ ମାଲ୍‌ ବୋଝେଇ ଟ୍ରକ୍‌ର ଧକ୍କା ହୋଇଥିଲ। ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍‌ ହୋଇଥିଲା। ଏହାକୁ ନେଇ ସାରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଲୋକେ ଭୟଭୀତ ହୋଇଯାଇଥିଲେ।

accident-bhadrak

କୌଣସି ଅଘଟଣ ଘଟିବା ଆଶଙ୍କାରେ ପାଖ ଗାଁକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା। ପାଖ ଗାଁର ଲୋକଙ୍କୁ ଚୁଲି ନ ଲଗାଇବାକୁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ ପରାମର୍ଶ ଦେଇଥିଲେ। ବିଦ୍ୟୁତ୍ ସରବରାହକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଏହାସହ ରାସ୍ତାର ଉଭୟ ପଟୁ ଯାନବାହନ ଚଳାଚଳ ବନ୍ଦ ରଖାଯାଇଥିଲା।

Advertisment
Advertisment
Advertisment