Advertisment

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ୨୨ ବର୍ଷ ତଳର ବହୁଚର୍ଚ୍ଚିତ  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏ ନେଇ ପ୍ରେସମିଟ୍‌ରେ  ସୂଚନା ଦେଇଛନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏଠି ମନେପକାଇ ଦେବୁ,  ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ […]

author-image
Minati Mishra
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

arrest-khabar

ଭୁବନେଶ୍ୱର: ୨୨ ବର୍ଷ ତଳର ବହୁଚର୍ଚ୍ଚିତ  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏ ନେଇ ପ୍ରେସମିଟ୍‌ରେ  ସୂଚନା ଦେଇଛନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

Advertisment

ଏଠି ମନେପକାଇ ଦେବୁ,  ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଅମାନୁଷିକ ଭାବେ ୩/୪ ଘଣ୍ଟା ଧରି  ଗଣଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ।
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ କହିବା ଅନୁଯାୟୀ,  ଗଣଦୁଷ୍କର୍ମ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲା। ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ପୁଣେର ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା। ସେଠାରେ ସେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା ।  ପରିଚୟ ପତ୍ର, ଆଧାର କାର୍ଡ, ପାସ୍‌ବୁକ୍ ଜଳନ୍ଧର ନାଁରେ କରିଥିଲା।

ପୋଲିସ କମିଶନର କହିଛନ୍ତି, ‘୩ ମାସ ତଳେ ବିବନକୁ ଧରିବା ପାଇଁ  ଅଭିଯାନ ଆରମ୍ଭ କରିଥିଲୁ। ଯାହା ସିବିଆଇ କରିପାରି ନଥିଲା, ତାହା ଆମେ ତାହା କରି ସଫଳ ହେଲୁ।’  ବିବନଙ୍କ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ ବୋଲି କହିଛନ୍ତି ସିପି। ତେବେ ଏତେ ବର୍ଷ ପରେ ବିବନକୁ ଗିରଫ କରିବା ଓଡ଼ିଶା ପୋଲିସ ପାଇଁ ବଡ଼ ସଫଳତା।

Advertisment

ଆହୁରି ପଢନ୍ତୁ: ବିବନକୁ ଫାଶି ହେଉ, ପ୍ରତିଦିନ ମୁଁ ମରି ମରି ବଞ୍ଚିଛି: ଅଞ୍ଜନା

ଏମିତି ଥିଲା ସେଦିନର ଘଟଣା

୧୯୯୯ରେ ଓଡ଼ିଶାରେ ଏହି ହାଇ ପ୍ରୋଫାଇଲ୍ ବଳାତ୍କାର ମାମଲା ହୋଇଥିଲା। ଜଣେ ଭାରତୀୟ ଜଙ୍ଗଲ ସେବା ଅଧିକାରୀଙ୍କ ପତ୍ନୀ  ୧୯୯୯ ଜାନୁଆରୀ ୯ ତାରିଖ  ରାତ୍ରିରେ ନିଜ ସାମ୍ବାଦିକ ବନ୍ଧୁଙ୍କ ସହିତ କାରରେ ଯାଉଥିଲେ।  ତିନିଜଣ ଦୁର୍ବୁତ୍ତ ମହିଳାଙ୍କୁ କଟକ ବାରଙ୍ଗ ନିକଟରେ ତାଙ୍କ ବନ୍ଧୁଙ୍କ ସାମ୍ନାରେ ବଳାତ୍କାର କରିଥିଲେ  । ସେହିବର୍ଷ ୨୬ ଜାନୁଆରୀରେ ଦୁଇଜଣ ଦୋଷୀଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇଥିଲା।

ଏହି ମାମଲାର ଅନୁସନ୍ଧାନ ପାଇଁ ୨୬ ଫେବ୍ରୁଆରୀ ୧୯୯୯ରେ ଓଡ଼ିଶା ହାଇକୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେବା ପରେ ଏହି ମାମଲା ଦାୟର କରିଥିଲେ। ସିବିଆଇ ଏହାର ଚାର୍ଜସିଟ୍ ମେ’ ୫ ୧୯୯୯ରେ ଦାଖଲ କରିଥିଲା।

୨୦୦୨ ମସିହା ଏପ୍ରିଲ ୨୯ ତାରିଖ ଏହି ମାମଲାର ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଦୀପ ସାହୁ  ଓରଫ ପଦିଆ ଏବଂ ଧୀରେନ୍ଦ୍ର ମହାନ୍ତିକୁ ୫୦୦୦ ଟଙ୍କା ଜରିମାନା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ। କିନ୍ତୁ ମୁଖ୍ୟ ଆସାମୀ ଵିଵନ ବିଶ୍ୱାଳ ଫେରାର ଥିଲା।

ସୂଚନାଥାଉ କି, ୧୯୯୯ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ସମୟରେ  ଘଟିଥିବା ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା।  ଏହି ମାମଲା ତତ୍କାଳୀନ ଶାସକ କଂଗ୍ରେସ  ଦଳର ଭାବମୂର୍ତ୍ତିକୁ ନଷ୍ଟ କରିଥିଲା । ଏହି ଘଟଣାରେ ବିରୋଧୀଙ୍କ ଦାବି ପରେ ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜାନକୀଙ୍କୁ ହଟାଇ ଗିରିଧର ଗମାଙ୍ଗଙ୍କୁ ଦାୟିତ୍ୱ ଦେଇଥିଲେ ସୋନିଆ ଗାନ୍ଧି।

Anjana Mishra Case
Advertisment
Advertisment