Advertisment

ଏକ ସେଣ୍ଟିମିଟର ଉଚ୍ଚର ଗଣେଶ ମୂର୍ତ୍ତି; ବିଶ୍ୱର ସବୁଠୁ ଛୋଟ ବୋଲି ଦାବି କଲେ କାରିଗର

ଭୁବନେଶ୍ୱର: କରୋନା ପାଇଁ ସବୁଠି ନିରାଡ଼ମ୍ବର ଭାବେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ବ୍ରହ୍ମପୁର ସହରରେ ଦୁଇ ଜଣ ବ୍ୟକ୍ତି ନିଆରା ଢଙ୍ଗରେ ଗଣେଶ ପୂଜା ପାଳନ କରିଛନ୍ତି। ବ୍ରହ୍ମପୁର ସହରର ଡାକ୍ତର ଜାମୁଲା ନାରାୟଣଙ୍କ ଘରେ ୮୦ ପ୍ରକାରର ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି। ଏହି ୮୦ ପ୍ରକାରର ମୂର୍ତ୍ତି ଭିତରେ ରହିଛି ସୁନା, ରୂପା, ମହମ, ପିତ୍ତଳ, ସ୍ପଟିକ, ପଥର ସହ ଗୁଆ, ତାଳପତ୍ରର ଗଣେଶ ପ୍ରତିମା। ଡାକ୍ତର ଜାମୁଲା ସୁରେଶ ଓ […]

author-image
Abinash Pati
ଅଦ୍ୟତନ ହୋଇଛି
ଏକ ସେଣ୍ଟିମିଟର ଉଚ୍ଚର ଗଣେଶ ମୂର୍ତ୍ତି; ବିଶ୍ୱର ସବୁଠୁ ଛୋଟ ବୋଲି ଦାବି କଲେ କାରିଗର

ganeshaff

ଭୁବନେଶ୍ୱର: କରୋନା ପାଇଁ ସବୁଠି ନିରାଡ଼ମ୍ବର ଭାବେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ବ୍ରହ୍ମପୁର ସହରରେ ଦୁଇ ଜଣ ବ୍ୟକ୍ତି ନିଆରା ଢଙ୍ଗରେ ଗଣେଶ ପୂଜା ପାଳନ କରିଛନ୍ତି। ବ୍ରହ୍ମପୁର ସହରର ଡାକ୍ତର ଜାମୁଲା ନାରାୟଣଙ୍କ ଘରେ ୮୦ ପ୍ରକାରର ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି। ଏହି ୮୦ ପ୍ରକାରର ମୂର୍ତ୍ତି ଭିତରେ ରହିଛି ସୁନା, ରୂପା, ମହମ, ପିତ୍ତଳ, ସ୍ପଟିକ, ପଥର ସହ ଗୁଆ, ତାଳପତ୍ରର ଗଣେଶ ପ୍ରତିମା।

Advertisment

publive-image

ଡାକ୍ତର ଜାମୁଲା ସୁରେଶ ଓ ତାଙ୍କ ପତ୍ନୀ ଜାମୁଲା ଶୈଳଜା ଏହି ଗଣେଷ ପ୍ରତିମାକୁ ନିଜ ପୂଜା ଘରେ ସଜ୍ଜିତ କରି ରଖିଛନ୍ତି। ଏଥର କରୋନା ଯୋଗୁଁ ମଣ୍ଡପରେ କିମ୍ବା ମନ୍ଦିରରେ ପୂଜା କରିବା ବାରଣ ଥିବାରୁ ଘରେ କରିଛନ୍ତି ଏଭଳି ସ୍ୱତନ୍ତ୍ର ପୂଜା।

ସେହିଭଳି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା ଏଥର ବିଶ୍ୱର ସବୁଠୁ ଛୋଟ ଗଣେଶ ମୂର୍ତ୍ତି ନିର୍ମାଣ କରିଥିବା ଦାବି କରିଛନ୍ତି। କାଠରେ ସେ ଗୋଟିଏ ସେଣ୍ଟିମିଟର୍ ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହାସହ ସ୍ପଟିକ୍‌ର ମୂର୍ତ୍ତି ବି ବନାଇଛନ୍ତି।

Advertisment

Advertisment
Advertisment