Advertisment

ବଢ଼ୁଛି ତୈଳ ଦର; ଖାଉଟି ଅସନ୍ତୋଷ, ସରକାର ନିରବଦ୍ରଷ୍ଟା

ଭୁବନେଶ୍ୱର: ଲଗାତର ୧୮ ଦିନ ଧରି ବଢ଼ିଛି ତେଳ ଦର। ଜୁନ୍ ୬ ପରଠୁ ଆଉ ଥମିବାର ନା ନେଉନି ପେଟ୍ରୋଲ୍-ଡିଜେଲ୍। ମୂଲ୍ୟ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦରକୁ ଅତିକ୍ରମ କରିଛି ଡିଜେଲ। ଗୋଟିଏ ପଟେ କରୋନା ମାଡ଼ରେ ଲୋକଙ୍କ ଆର୍ଥିକ ଅବସ୍ଥା ଦେବାଳିଆ ଥିବା ବେଳେ ଏପଟେ ହୁ ହୁ ବଢୁଥିବା ତେଲ ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀର ଦର ବଢ଼ିବା ଆଶଙ୍କା କରାଯାଉଛି। ସେପଟେ ତେଲଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି। […]

author-image
Abinash Pati
ବଢ଼ୁଛି ତୈଳ ଦର; ଖାଉଟି ଅସନ୍ତୋଷ, ସରକାର ନିରବଦ୍ରଷ୍ଟା

tela

ଭୁବନେଶ୍ୱର: ଲଗାତର ୧୮ ଦିନ ଧରି ବଢ଼ିଛି ତେଳ ଦର। ଜୁନ୍ ୬ ପରଠୁ ଆଉ ଥମିବାର ନା ନେଉନି ପେଟ୍ରୋଲ୍-ଡିଜେଲ୍। ମୂଲ୍ୟ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦରକୁ ଅତିକ୍ରମ କରିଛି ଡିଜେଲ। ଗୋଟିଏ ପଟେ କରୋନା ମାଡ଼ରେ ଲୋକଙ୍କ ଆର୍ଥିକ ଅବସ୍ଥା ଦେବାଳିଆ ଥିବା ବେଳେ ଏପଟେ ହୁ ହୁ ବଢୁଥିବା ତେଲ ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀର ଦର ବଢ଼ିବା ଆଶଙ୍କା କରାଯାଉଛି। ସେପଟେ ତେଲଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି।

Advertisment

ଆଉ କଣ ତଳ ମୁହାଁ ହେବନି ତେଲ ଦର? ଲଗାତାର ବଢ଼ି ଚାଲିଥିବା ତେଲ ଭାଉରେ କେବେ ଲାଗିବ ବ୍ରେକ୍? କରୋନା ବିଧ୍ୱସ୍ତ ଅର୍ଥନୀତିରେ ଏକପ୍ରକାର ଚେପା ହୋଇ ପଡ଼ିଥିବା ପ୍ରତିଟି ସାଧାରଣ ଜନତା ମୁହଁରେ ଏବେ ଏଇ ଗୋଟିଏ ପ୍ରଶ୍ନ। କାରଣ ଜୁନ୍ ୬ ପରଠୁ ପେଟ୍ରୋଲ ଓ ଡିଜେଲ ଦରରେ ଆଉ ରୋକ୍ ଲାଗିନି। ପ୍ରତିଦିନ ମୂଲ୍ୟ ବଢ଼ି ବଢ଼ି ଚାଲିଥିବା କାରଣରୁ ଗଲା ୧୮ ଦିନ ଭିତରେ ପେଟ୍ରୋଲ ପ୍ରାୟ ୯ ଟଙ୍କା ଓ ଡିଜେଲ ପ୍ରାୟ ୧୧ ଟଙ୍କା ମହଙ୍ଗା ହେଲାଣି। ଫଳରେ ତ୍ରାହି ତ୍ରାହି ଡାକ ଦେଲାଣି ମଧ୍ୟବିତ୍ତର ପକେଟ୍।

ଆଜି ପୁଣି ଡିଜେଲ ଲିଟର୍ ପିଛା ୪୮ ପଇସା ବଢ଼ିଛି। ତେବେ ଏତେ ଦିନ ପରେ ଆଜି ପେଟ୍ରୋଲ୍ ଦରରେ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ। ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୮୦ ଟଙ୍କା ଥିବା ବେଳେ ଆଉ ଡିଜେଲ୍ ପାର ହୋଇଛି ୭୮ ଟଙ୍କା।

Advertisment

ସେହିଭଳି ବଲାଙ୍ଗିରରେ ପେଟ୍ରୋଲ ପାଖାପାଖି ୮୨ ଟଙ୍କା ହୋଇଥିବା ବେଳେ ଡିଜେଲ ୮୦ ନିକଟତର ହୋଇଛି। ଜୟପୁରରେ ପେଟ୍ରୋଲ୍ ୮୪ ପାଖାପାଖି ପହଞ୍ଚିଥିବା ବେଳେ ଓ ଡିଜେଲ୍ ୮୧ ଉପରେ ଅଛି। ଅନୁଗୁଳ ଓ ସମ୍ବଲପୁରରେ ପେଟ୍ରୋଲ ୮୧ ଓ ଡିଜେଲ ୭୮ ଟପିଛି। ଏପଟେ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦରକୁ ଅତିକ୍ରମ କରିଛି ଡିଜେଲ। ଦିଲ୍ଲୀରେ ଆଜି ପେଟ୍ରୋଲ ୭୯ ଟଙ୍କା ୭୬ ପଇସା ଥିବା ବେଳେ ଡିଜେଲ ୭୯ ଟଙ୍କା ୮୮ ପଇସାରେ ପହଞ୍ଚିଛି।

ଏଣେ ତେଲରେ ଏ ମହଙ୍ଗା ମାଡ଼କୁ ପ୍ରସଙ୍ଗ କରି ବିଜେପି ସରକାରକୁ ନିଶାନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି, ଦେଶରେ ଖାଲି କରୋନା ନୁହେ, ବରଂ ସବୁକିଛି ଅଣାୟତ୍ତ ହେବାକୁ ଯାଉଛି। ଏପଟେ ତେଲ ଦର ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ବି ଜୋର ଧରିଛି।

ରାଜ୍ୟ ପିସିସି କାର୍ଯ୍ୟାକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, କୋଭିଡ୍-୧୯ ସମୟରେ ଡିଜେଲ୍‌ ଓ ପେଟ୍ରୋଲ ଦର ବଢ଼ାଇ ସରକାର ବିଶ୍ୱାସଘାତ କରଛନ୍ତି। ଏଥିପାଇଁ କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ପ୍ରଦୀପ କହିଛନ୍ତି।

ଅନ୍ୟପଟେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଯେଉଁ ରେଞ୍ଜ ରହିବା କଥା ସେଇ ରେଞ୍ଜରେ ରଖିଛନ୍ତି କେନ୍ଦ୍ର ସରକାର। ଯବାବରେ ବିଜେଡି କହିଛି, କେନ୍ଦ୍ର ସରାକାର ଓ ରାଜ୍ୟ ସରକାର କଣ ନିଷ୍ପତ୍ତି ନେଉଛନ୍ତି ସବୁ ଜନସାଧାରଣ ଜାଣିଛନ୍ତି। ଆଲୋଚନା ଓ ସମୀକ୍ଷା ନ କର ଆମ ପାଇଁ ଯେଉଁ ଉତ୍ତର ଦାୟିତ୍ୱ ରହିଛି ବୋଲି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।

କରୋନା କରାଳ ରୂପ ପାଇଁ ଅନେକ ହାତ ଏବେ ରୋଜଗାରହୀନ। ଦୋହଲି ଯାଇଛି ଅଧିକାଂଶଙ୍କ ଆର୍ଥିକ ମେରୁଦଣ୍ଡ। ଏପରି ସ୍ଥଳେ ତେଲର ଭାଉ ବଢ଼ି ବଢ଼ି ଚାଲିଥିବାରୁ ଏବେ ଘରୁ ଗୋଡ଼ କାଢ଼ିବା ପୂର୍ବରୁ ବାରମ୍ବାର ପକେଟ୍ ଅଣ୍ଡାଳୁଛି ସାଧାରଣ ଖାଉଟି।

Advertisment
Advertisment