Advertisment

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଅଭିମନ୍ୟୁ ସେଠୀ। ଓଡ଼ିଶା ରାଜନୀତିରେ ଅର୍ଜୁନ ଜଣେ ଖୁବ୍ ଟାଣୁଆ ଓ ସଫଳ ନେତା ଭାବେ ପରିଚିତ। ଭଦ୍ରକରୁ ସେ ଲୋକସଭାକୁ ୮ ଥର ନିର୍ବାଚିତ ହୋଇଥିଲେ। ୯ ଥର ନିର୍ବାଚନ ଲଢ଼ି ୮ ଥର ଜିତିଥିଲେ। ଏଥିସହିତ ବିଜେଡି ସଂସଦୀୟ […]

author-image
Abinash Pati
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ARJNU SETHI DEAD

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଅଭିମନ୍ୟୁ ସେଠୀ।

Advertisment

ଓଡ଼ିଶା ରାଜନୀତିରେ ଅର୍ଜୁନ ଜଣେ ଖୁବ୍ ଟାଣୁଆ ଓ ସଫଳ ନେତା ଭାବେ ପରିଚିତ। ଭଦ୍ରକରୁ ସେ ଲୋକସଭାକୁ ୮ ଥର ନିର୍ବାଚିତ ହୋଇଥିଲେ। ୯ ଥର ନିର୍ବାଚନ ଲଢ଼ି ୮ ଥର ଜିତିଥିଲେ। ଏଥିସହିତ ବିଜେଡି ସଂସଦୀୟ ଦଳର ନେତା ମଧ୍ୟ ଥିଲେ ଅର୍ଜୁନ। ରାଜ୍ୟ ବିଧାନସଭାକୁ ମଧ୍ୟ ୨ ଥର ନିର୍ବାଚିତ ହୋଇଛନ୍ତି।

କେବଳେ ସେତିକି ନୁହେଁ, ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଜଳସଂପଦ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ଭଦ୍ରକ ସମେତ ସାରା ଓଡ଼ିଶାର ରାଜନୀତିରେ ଶୋକର ଛାୟା ଖେଳିଯାଇଛି।

Advertisment

୨୦୧୯ରେ  ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ବିଜେଡି ପକ୍ଷରୁ ଟିକେଟ୍ ମିଳି ନଥିଲା। ଏହାପରେ ସେ ବିଜେଡି ଛାଡ଼ି ବିଜେପିର ଯୋଗ ଦେଇଥିଲେ। ତେବେ ଚଳିତ ନିର୍ବାଚନରେ ଅର୍ଜୁନ ନିର୍ବାଚନ ନ ଲଢ଼ି ତାଙ୍କ ପୁଅ ଅଭିମନ୍ୟୁ ସେଠୀ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।

Advertisment
Advertisment