/odishatv-khabar/media/post_attachments/uploadimage/library/16_9/16_9_0/sharai_1627281752.jpg)
sharai
କେନ୍ଦୁଝର: ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ନିଜ ବାସଭବନରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।
Advertisment
ସ୍ୱର୍ଗତ ସହରାଇ ଓରାମ ଓଡ଼ିଶା ମନ୍ତ୍ରିମଣ୍ଡଳରେ ତିନି ତିନି ଥର ମନ୍ତ୍ରୀ ହୋଇଥିଲେ। ସେହିଭଳି ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପାଞ୍ଚ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଥିଲେ ସହରାଇ। ପକ୍ଷାଘାତ ରୋଗର ଶିକାର ହେବା ପରେ ଗତ ୧୦ ବର୍ଷ ଧରି ସେ ଶଯ୍ୟାଶାୟୀ ଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)