Advertisment

ଦେବାଶିଷ ଓ ପ୍ରତାପଙ୍କ ଉପରେ ବର୍ଷିଲେ ଦାମ

ଭୁବନେଶ୍ୱର: ପାରାଦୀପରୁ ପ୍ରାର୍ଥୀ ହେବା ଲାଗି ମନ ବଳାଇଥିବା ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଜବାବ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି, ପାରାଦୀପ ଅନାବାଦି ନୁହେଁ, ଯିଏ ପାରିବ ଚାଷ କରିବ। ନବୀନଙ୍କ ଓଡ଼ିଆରେ ପାରାଦୀପ ଲୋକଙ୍କ ଛାତି ଫାଟି ପଡ଼ୁଥିବା କଟାକ୍ଷ କରିବା ସହ ବିଜୁ ବାବୁ ତାଙ୍କୁ ପାରାଦୀପର ଚୌକିଦାର କରିଥିବା କହିଛନ୍ତି ଦାମ। ପାରାଦୀପର ଡାକ୍ତର ଦାମୋଦର ରାଉତଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ନେଇ ଗତକାଲି ଇଛା […]

author-image
Abinash Pati
ଦେବାଶିଷ ଓ ପ୍ରତାପଙ୍କ ଉପରେ ବର୍ଷିଲେ ଦାମ

ff

ଭୁବନେଶ୍ୱର: ପାରାଦୀପରୁ ପ୍ରାର୍ଥୀ ହେବା ଲାଗି ମନ ବଳାଇଥିବା ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଜବାବ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ।

Advertisment

ସେ କହିଛନ୍ତି, ପାରାଦୀପ ଅନାବାଦି ନୁହେଁ, ଯିଏ ପାରିବ ଚାଷ କରିବ। ନବୀନଙ୍କ ଓଡ଼ିଆରେ ପାରାଦୀପ ଲୋକଙ୍କ ଛାତି ଫାଟି ପଡ଼ୁଥିବା କଟାକ୍ଷ କରିବା ସହ ବିଜୁ ବାବୁ ତାଙ୍କୁ ପାରାଦୀପର ଚୌକିଦାର କରିଥିବା କହିଛନ୍ତି ଦାମ।

ପାରାଦୀପର ଡାକ୍ତର ଦାମୋଦର ରାଉତଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ନେଇ ଗତକାଲି ଇଛା ପ୍ରକାଶ କରିଥିଲେ ବାରବାଟୀ-କଟକ ବିଧାୟକ ଦେବାଶିଷ ସମନ୍ତରାୟ।

Advertisment

ତେବେ ଆଜି କଥା ବଦଳାଇ କହିଥିଲେ ଯେ ଆମ କାମ ସଂଗଠନ କରିବା। କେଉଁଠି କିଏ ପ୍ରାର୍ଥୀ ହେବେ ନବୀନ ତାହା ସ୍ଥିର କରିବେ।

ତେବେ ଦେବାଶିଷ କଟକ ଛାଡ଼ିବାକୁ ଅନିଛୁକ ବୋଲି ଆଜି ମନ୍ତ୍ରୀ ପ୍ରତାପ ଜେନା ସଫେଇ ଦେବା ସହ ପାରାଦୀପ ପାଇଁ ଅନେକ ଯୋଗ୍ୟ ପ୍ରାର୍ଥୀ ଥିବା କହିଥିଲେ। ଏହାପରେ ଆଜି ଉଭୟଙ୍କ ଉପରେ ବର୍ଷିଛନ୍ତି ଦାମ।

Advertisment
Advertisment