Advertisment

Wildfire Rages Uncontrollably: ହୁ ହୁ ହୋଇ ଜଳୁଛି ଜଙ୍ଗଲ, କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇଥିବା ସନ୍ଦେହ

ନିଆଁକୁ ଆୟତ୍ତ କରିବାକୁ ୪ଟି ଟିମ୍ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି। ନିଆଁ ଲାଗି ଜଙ୍ଗଲର ଅନେକ ବୃକ୍ଷଲତା ନଷ୍ଟ ହୋଇଯାଇଥିବା ବେଳେ ଜଙ୍ଗଲୀ ଜୀବଜନ୍ତୁ, ସରୀସୃପଙ୍କ ଜୀବନ ସଙ୍କଟରେ ପଡିଛି।

author-image
Tapan Swain
JUNGLE-FIRE

JUNGLE-FIRE Photograph: (OTV)

ହୁହୁ ହୋଇ ଜଳୁଛି ଜଙ୍ଗଲ। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ବିଟ୍ ବାଉଁଶୁଳୀ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ। କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ଫଳରେ ୪୯ ନମ୍ବର ଜାତୀୟ ରାଜପଥ ପୂରା ଧୂଆଁମୟ ହୋଇଯାଇଛି।

Advertisment

ବ୍ଲୋୟର୍ ସାହାଯ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ବନ କର୍ମଚାରୀ। ନିଆଁକୁ ଆୟତ୍ତ କରିବାକୁ ୪ଟି ଟିମ୍ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି। ନିଆଁ ଲାଗି ଜଙ୍ଗଲର ଅନେକ ବୃକ୍ଷଲତା ନଷ୍ଟ ହୋଇଯାଇଥିବା ବେଳେ ଜଙ୍ଗଲୀ ଜୀବଜନ୍ତୁ, ସରୀସୃପଙ୍କ ଜୀବନ ସଙ୍କଟରେ ପଡିଛି। ବନ ବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିବା ବେଳେ ଜଙ୍ଗଲରେ ଏଭଳି ନିଆଁ ଲାଗିବା ବନ ବିଭାଗକୁ ଚିନ୍ତାରେ ପକାଇଛି।...

ସେହିପରି ମାଲକାନଗିରି ଜିଲ୍ଲାର ଖାଇରପୁଟ ଏବଂ ମାଥିଲି ରାସ୍ତାରେ ଜଳୁଛି ଜଙ୍ଗଲ। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ମହୁଲ ଫୁଲ ଗୋଟାଇବା ପାଇଁ ଜଙ୍ଗଲରେ ପଡିଥିବା ପତ୍ରରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ନିଆଁ ଯୋଗୁଁ ବହୁ ମୂଲ୍ୟବାନ ଗଛ ପୋଡି ଯାଇଥିବା ଦେଖିବାକୁ ମିଳିଛି। ବନାଗ୍ନି ରୋକିବା ନେଇ ବନ ବିଭାଗ ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।... 

Advertisment

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଜଙ୍ଗଲରେ ଲାଗିଛି ନିଆଁ

ଖିରେଇଟାଙ୍ଗିରୀ ବିଟ୍ ବାଉଁଶୁଳୀ ସଂରକ୍ଷିତ ଜଙ୍ଗଲରେ ନିଆଁ
କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ
ନିଆଁ ଲାଗି ୪୯ ନମ୍ବର ଜାତୀୟ ରାଜପଥ ଧୂଆଁମୟ 
ବ୍ଲୋୟର୍ ସାହାଯ୍ୟରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଲାଇଛନ୍ତି ୪ଟି ଟିମ୍

Jungle Fire
Advertisment
Related Articles
Advertisment