Advertisment

କରୋନା କଟକଣା ଭୁଲି ଫୁଟ୍‌ବଲ ମ୍ୟାଚ୍‌ ଦେଖିବାକୁ ଜମିଲା ଭିଡ଼

ଭୁବନେଶ୍ୱର: ଭୁଲି ଗଲେ ସବୁ କଟକଣା। ମାନିଲେନି କୌଣସି ନିୟମ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ଲୋକ ଏକଜୁଟ୍ ହୋଇ ଦେଖିଲେ ଫୁଟବଲ ମ୍ୟାଚ୍। ଏଭଳି ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡା ଓ ଢେଙ୍କାନାଳ କଙ୍କଡ଼ାହାଡ଼ର। ଏଠାରେ ବିନା ମାସ୍କ ବିନା ସଚେତନତାରେ ଚାଲିଥିବା ଫୁଟବଲ ମ୍ୟାଚ୍। ଯେମିତି ଏଠି କରୋନାକୁ କାହାର ଖାତିର ନାହିଁ। କରୋନା ମହାମାରୀକୁ ଏଠି ତିଳେ ହେଲେ ଲୋକେ ଭୟ କରି ନାହାନ୍ତି। ଫୁଟବଲ୍ ମ୍ୟାଚ୍‌ରେ ମତୁଆଲା […]

author-image
Abinash Pati
ଅଦ୍ୟତନ ହୋଇଛି
କରୋନା କଟକଣା ଭୁଲି ଫୁଟ୍‌ବଲ ମ୍ୟାଚ୍‌ ଦେଖିବାକୁ ଜମିଲା ଭିଡ଼

footbll

ଭୁବନେଶ୍ୱର: ଭୁଲି ଗଲେ ସବୁ କଟକଣା। ମାନିଲେନି କୌଣସି ନିୟମ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ଲୋକ ଏକଜୁଟ୍ ହୋଇ ଦେଖିଲେ ଫୁଟବଲ ମ୍ୟାଚ୍। ଏଭଳି ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡା ଓ ଢେଙ୍କାନାଳ କଙ୍କଡ଼ାହାଡ଼ର।

Advertisment

ଏଠାରେ ବିନା ମାସ୍କ ବିନା ସଚେତନତାରେ ଚାଲିଥିବା ଫୁଟବଲ ମ୍ୟାଚ୍। ଯେମିତି ଏଠି କରୋନାକୁ କାହାର ଖାତିର ନାହିଁ। କରୋନା ମହାମାରୀକୁ ଏଠି ତିଳେ ହେଲେ ଲୋକେ ଭୟ କରି ନାହାନ୍ତି। ଫୁଟବଲ୍ ମ୍ୟାଚ୍‌ରେ ମତୁଆଲା ଲୋକେ ଖେଳ ଦେଖିବାରେ ଏତେ ବ୍ୟସ୍ତ ଯେ, କୌଣସି ନିୟମକୁ ମାନି ନାହାନ୍ତି।

ତେବେ ସବୁଠୁ ଆଶ୍ଚର୍ଯ୍ୟନଜକ କଥା ହେଉଛି, କଙ୍କଡ଼ାହାଡ଼ରେ ହେଉଥିବା ଫୁଟବଲ୍ ମ୍ୟାଚ୍ ପଡ଼ିଆକେ କିଛି ଦୂରରେ ହିଁ ଥାନା, ବ୍ଲକ ଏବଂ ତହସିଲଦାର କାର୍ଯ୍ୟାଳୟ ରହିଛି। ସେପଟେ ଏହି ଘଟଣାକୁ ନେଇ କଙ୍କଡ଼ାହାଡ଼ ଓ କୁଚିଣ୍ଡା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

Advertisment
Advertisment
Advertisment