/odishatv-khabar/media/post_attachments/uploadimage/library/16_9/16_9_0/coronavirus-4_1626331805.jpg)
coronavirus
ଭୁବନେଶ୍ୱର: ଦେଶରେ କରୋନା ପୁଣି କାୟା ବିସ୍ତାର କଲାଣି। ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ACS ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ACS ଚିଠି କରିଛନ୍ତି। ଦୁଇ ଏୟାରପୋର୍ଟ ନିର୍ଦ୍ଦେଶକ ଓ ପୂର୍ବତଟ GMଙ୍କୁ ମଧ୍ୟ ଚିଠି ଲେଖିଛନ୍ତି।
ବିଶେଷ କରି ୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି। ସେହି ରାଜ୍ୟଗୁଡିକ ହେଲା- ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, ମଧ୍ୟ ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ।
ଯେଉଁମାନଙ୍କ କୌଣସି ଲକ୍ଷଣ ଦେଖାଯିବ କିମ୍ବା ଜ୍ୱର ଥିବ, ସେମାନଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତିଙ୍କ କରୋନା ପଜିଟିଭ୍ ଜଣାପଡ଼ିବେ ତାଙ୍କୁ ବିଧିବ୍ୟବସ୍ଥା ଅନୁଯାୟୀ ଆଇସୋଲେସନ୍ରେ ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
କୋଭିଡ୍ ତଥ୍ୟ ଅନୁସାରେ- ଦେଶରେ ଦିନକରେ ୧୫ ହଜାର ଉପରେ ପଜିଟିଭ୍ ଗ୍ରାଫ୍। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧୬, ୭୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୩୮ଜଣଙ୍କ ପ୍ରାଣହାନୀ ଘଟିଛି। ଏ ସଂଖ୍ୟାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ସମୁଦାୟ ୧ ଲକ୍ଷ ୫୬ ହଜାର ୭୦୫କୁ ବୃଦ୍ଧି ପାଇଛି।
ଆରମ୍ଭରୁ ଆଜି ଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୪୬ ହଜାର ୯୧୪ରେ ପହଞ୍ଚିଛି। ଓଡ଼ିଶାରେ ବି ପୁଣି ନୂଆ ସଂକ୍ରମ ଦୈନିକ ୧୦୦ ମୁହାଁ ହେଲାଣି। ୨୪ ଘଣ୍ଟାରେ ୮୯ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ଜଣଙ୍କ ଜୀବନ ଯାଇଛି। ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଓ ବାଲେଶ୍ୱରରୁ ୯ ଲେଖାଏଁ ଅଛନ୍ତି। ତେବେ ରାଜ୍ୟର କରୋନା ମିଟରର ଏ ଉପର ମୁହାଁ ସ୍ଥିତି ବେଳେ ସାଧାରଣ ଲୋକ ମାସ୍କ ଓ ସୋସିଆଲ୍ ଡିଷ୍ଟାନ୍ସ ନିୟମର ଯେମିତି ଧଜ୍ଜିଆ ଉଡୁଛି।
ସେପଟେ ରାଜ୍ୟକୁ ମୁମ୍ବାଇ ଫେରନ୍ତାଙ୍କ ମଧ୍ୟରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ ହୋମ୍ ଆଇସୋଲେସନ ଓ ଅନ୍ୟ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାକୁ ଦେଖି ଭୁବନେଶ୍ୱର ଏୟାରପୋର୍ଟରେ ପୁଣି ଥରେ ସ୍କ୍ରିନିଂ ଆରମ୍ଭ ହୋଇଛି। କୋଭିଡର ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରାଯିବ ବୋଲି ବିଏମ୍ସି କମିଶନର କହିଛନ୍ତି। ଏଥିପାଇଁ ଏୟାରପୋର୍ଟରେ ହେଲ୍ପ ଡେସ୍କ କରାଯାଇଛି ଓ ସେଠାରେ ୨ଟି ସିଫ୍ଟରେ ସ୍କ୍ରିନିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)