/odishatv-khabar/media/post_attachments/uploadimage/library/16_9/16_9_0/baripada-1-1_1625392998.jpg)
baripada-1
ବାରିପଦା: ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ୩ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାରିପଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର ମଧ୍ୟସ୍ଥ ଜରାଳି ଓ ସରାଳି ନଦୀର ଜଳସ୍ତର ବଢିବାରେ ଲାଗିଛି। ଉଭୟ ନଦୀର ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶି ଯାଇଛି। ବନ୍ୟାଜଳ ସହରର ୩, ୧୦, ୧୫, ୧୬ ଓ ୧୭ ନମ୍ବର ୱାର୍ଡରେ ପଶି ଯାଇଛି। ଘଟଣାସ୍ଥଳରେ ତହସିଲଦାର, ଉପଜିଲ୍ଲାପାଳ ଓ ADM ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।
ବାରିପଦାରେ ବନ୍ୟାସ୍ଥତି
/odishatv-khabar/media/post_attachments/wp-content/uploads/2020/08/baripada-1-2.jpg)
ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଫୁଲୁଛି । ନଦୀର ଉପରମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡ଼ା ଆଦି ଅଞ୍ଚଳରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ମଥାନୀରେ ଜଳକାର ବିପଦ ସଂକେତ ୫.୫ ମିଟର ଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଏଠାରେ ଜଳସ୍ତର ଥିଲା ୬.୪୩ ମିଟର । ଏମିତି ବର୍ଷା ଲାଗି ରହିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ସହିତ ପାଇକପଡ଼ା ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ରହିଛି ।
ଜଳେଶ୍ୱରରେ ବନ୍ୟାସ୍ଥତି
/odishatv-khabar/media/post_attachments/wp-content/uploads/2020/08/jaleswar.jpg)
ଅନ୍ୟପକ୍ଷେ ଲଘୁଚାପ ଜନିତ ବର୍ଷା ଯୋଗୁ ରାସ୍ତାରେ ଘାଇ ହୋଇ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁଗଗଡିଆ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ମୁଗଗଡିଆ ଗାଁକୁ ସଂଯୋଗ କରୁଛି ଦୁଇଟି ରାସ୍ତା । ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଚାଲିଛି ଆଣ୍ଠୁଏ ପାଣିର ସୁଅ। ଅନ୍ୟ ରାସ୍ତାରେ ବି ଘାଇ ହୋଇଛି।
ସେହିପରି ଲଘୁଚାପ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ରେବ ନଦୀର ଜଳସ୍ତର ବଢୁଛି। ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇ ରାସ୍ତା ଉପରେ ପାଣିର ସୁଅ ଚାଲିଛି । ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ବ୍ଲକ ସଦର ମହକୁମା ଓ ଜିଲ୍ଲା ମୁଖ୍ୟାଳୟକୁ ଯିବାରୁ ବଂଚିତ ହେଉଛନ୍ତି ଗ୍ରାମବାସୀ। ଗୋହିରାପଦୀଠାରେ ରେଳବାଇ ପୋଲ ଦେଇ ପ୍ରାୟ ଅଢେଇ ଫୁଟ୍ ଉଚ୍ଚତାର ଜଳ ପ୍ରବାହିତ ହେଉଛି।
ଭଦ୍ରକରେ ବନ୍ୟାସ୍ଥତି
/odishatv-khabar/media/post_attachments/wp-content/uploads/2020/08/bhadrak-1.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)