Advertisment

ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନେଇ ସୂଚନା ଦେଲେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି ଏନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।  ଗାଲୁଡିହ ବ୍ୟାରେଜରୁ ଜଳ ନିଷ୍କାସନ ପରେ ବନ୍ୟା ଆଶଙ୍କା ଦେଖାଦେଇଛି। କାଲି ସକାଳ ୬ଟା ସୁଦ୍ଧା ରାଜଘାଟରେ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ପାଇବ ବୋଲି ଶ୍ରୀରଥ କହିଛନ୍ତି। ଅନ୍ୟପଟେ କିନ୍ତୁ ଆନନ୍ଦପୁରରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବ। ୮/୯ ଘଣ୍ଟା ଭିତରେ ଆଖୁଆପଦାରେ ବି ବୈତରଣୀ ଜଳସ୍ତର ହ୍ରାସ ପାଇବ […]

author-image
Abinash Pati
ଅଦ୍ୟତନ ହୋଇଛି
ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନେଇ ସୂଚନା ଦେଲେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

flood

ଭୁବନେଶ୍ୱର: ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି ଏନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।  ଗାଲୁଡିହ ବ୍ୟାରେଜରୁ ଜଳ ନିଷ୍କାସନ ପରେ ବନ୍ୟା ଆଶଙ୍କା ଦେଖାଦେଇଛି। କାଲି ସକାଳ ୬ଟା ସୁଦ୍ଧା ରାଜଘାଟରେ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ପାଇବ ବୋଲି ଶ୍ରୀରଥ କହିଛନ୍ତି।

Advertisment

ଅନ୍ୟପଟେ କିନ୍ତୁ ଆନନ୍ଦପୁରରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବ। ୮/୯ ଘଣ୍ଟା ଭିତରେ ଆଖୁଆପଦାରେ ବି ବୈତରଣୀ ଜଳସ୍ତର ହ୍ରାସ ପାଇବ ବୋଲି ଶ୍ରୀରଥ କହିଛନ୍ତି।

ତେବେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ଅଧିକ ବର୍ଷା ହୋଇଛି। ବରଗଡ଼, ସୋନପୁର ଓ ବଲାଙ୍ଗିରରେ ବି ପ୍ରବଳ ବର୍ଷା ହୋଇଛି। ରାଜଘାଟରେ ସତର୍କ ସଙ୍କେତ ଟପିଛି ସୁବର୍ଣ୍ଣରେଖା। ସତର୍କ ସଙ୍କେତ ୯.୪୫ ମିଟର, ଏବେ ପ୍ରବାହିତ ୯.୪୭ ମିଟର ରହିଛି।

Advertisment
Advertisment
Advertisment