Advertisment

ବର୍ଷା ପରେ ଉବୁଟୁବୁ ଭଦ୍ରକ ସହର; ବନ୍ୟା ଆଶଙ୍କାରେ ପହଞ୍ଚିଲା NDRF ଓ ODRAF

ଭଦ୍ରକ: ଲଗାଣ ବର୍ଷା ପରେ ଉବୁଟୁବୁ ଭଦ୍ରକ ସହର। ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଥିବାରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ୧୮.୨୭ ମିଟର ଉପରେ ଜଳ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ତଳିଆ ଅଞ୍ଚଳ ଲୋକେ। ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ଭଦ୍ରକରେ NDRF ଓ ODRAF ଟିମ୍  ପହଞ୍ଚିଛି। ଏନଡିଆରଏଫ ଟିମ୍‌କୁ […]

author-image
Abinash Pati
ଅଦ୍ୟତନ ହୋଇଛି
ବର୍ଷା ପରେ ଉବୁଟୁବୁ ଭଦ୍ରକ ସହର; ବନ୍ୟା ଆଶଙ୍କାରେ ପହଞ୍ଚିଲା NDRF ଓ ODRAF

bdk

ଭଦ୍ରକ: ଲଗାଣ ବର୍ଷା ପରେ ଉବୁଟୁବୁ ଭଦ୍ରକ ସହର। ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଥିବାରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ୧୮.୨୭ ମିଟର ଉପରେ ଜଳ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ତଳିଆ ଅଞ୍ଚଳ ଲୋକେ।

Advertisment

ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ଭଦ୍ରକରେ NDRF ଓ ODRAF ଟିମ୍  ପହଞ୍ଚିଛି। ଏନଡିଆରଏଫ ଟିମ୍‌କୁ ଭଣ୍ଡାରିପୋଖରୀରେ ଏବଂ ଓଡ୍ରାଫ ଟିମ୍‌କୁ ଧାମନଗରରେ ମୁତୟନ କରାଯାଇଛି। ଏପଟେ ଉପ ଜିଲ୍ଲାପାଳ, ଭଣ୍ଡାରୀପୋଖରୀ ତହସିଲଦାର ପ୍ରମୁଖ ଆଖୁଆପଦାରେ ପହଞ୍ଚି ବନ୍ୟା ଜଳ ଅନୁଧ୍ୟାନ କରିଛନ୍ତି।

ଗତ ଦୁଇଦିନ ଧରି ଲଗାଣବର୍ଷା ପରେ ଅନେକ ଅଂଚଳ ପାଣିଘେରରେ ରହିଛି। ଏପରିକି କିଛି ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି। ଆସବାବପତ୍ର ଘରେ ଭାସୁଛି। ଏଥିଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment
Advertisment
Advertisment